ସୁନା-ରୁପାର ଆମଦାନୀ ଶୁଳ୍କ ବୃଦ୍ଧି

ଭୁବନେଶ୍ୱର,୨୪।୧(ଅନୁରାଧା ମହାରଣା): ସୁନା ଓ ରୁପା ଉପରେ ଆମଦାନୀ ଶୁଳ୍କ(ଇମ୍ପୋର୍ଟ ଡ୍ୟୁଟି) ଉପରେ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସୁନା, ରୁପା ଏବଂ ମୂଲ୍ୟବାନ୍‌ ଧାତୁ ମୁଦ୍ରା ଉପରେ ଆମଦାନୀ ଶୁଳ୍କକୁ ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରିଛି। ଏଥିପାଇଁ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ସୁନା, ରୁପା ଧାତୁ ଏବଂ ମୂଲ୍ୟବାନ୍‌ ଧାତୁ ମୁଦ୍ରା ଉପରେ ଆମଦାନୀ ଶୁଳ୍କ ୧୫ ପ୍ରତିଶତ ହେବ। ଏଥିରେ ୧୦ ପ୍ରତିଶତ ବେସିକ୍‌ କଷ୍ଟମ ଡ୍ୟୁଟି (ବିସିଡି) ଏବଂ ୫ ପ୍ରତିଶତ କୃଷି ଭିତ୍ତିଭୂମି ବିକାଶ ସେସ୍‌ (ଏଆଇଡିସି) ଅନ୍ତର୍ଭୁକ୍ତ। ସୋସିଆଲ୍‌ ଓ୍ବେଲଫେୟାର ସରଚାର୍ଜ (ଏସ୍‌ଡବ୍ଲ୍ୟୁସି)କୁ ଏଥିରୁ ବାଦ୍‌ ଦିଆଯାଇଛି। ସୁନା, ରୁପା ଭଳି ମୂଲ୍ୟବାନ୍‌ ଧାତୁର ମୁଦ୍ରା ଉପରେ ମଧ୍ୟ ମନ୍ତ୍ରଣାଳୟ ଆମଦାନୀ ଶୁଳ୍କ ବୃଦ୍ଧି କରିଛି। ବେସିକ୍‌ କଷ୍ଟମ ଡ୍ୟୁଟି (ବିସିଡି) ଏବଂ ଏସ୍‌ଡବ୍ଲ୍ୟୁଏସ୍‌ ଛାଡ଼ କରାଯାଇଥିବାବେଳେ ୪.୩୫ ପ୍ରତିଶତ ଏଆଇଡିସି ସହ ଶୁଳ୍କ ୧୪.୩୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଜାନୁଆରୀ ୨୨ରୁ ନୂତନ ହାର କାର୍ଯ୍ୟକାରୀ ହୋଇଛି। ମାତ୍ର ସାଧାରଣ ବଜେଟ ପୂର୍ବରୁ ଜେମସ୍‌ ଆଣ୍ଡ ଜୁଏଲେରି ଏକ୍ସପୋର୍ଟ ପ୍ରମୋଶନ କାଉନସିଲ୍‌ (ଜିଜେଇପିସି) ସୁନା ଏବଂ ହୀରା (କଟ୍‌ ଏବଂ ପଲିସ) ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ସରକାରଙ୍କୁ ଅନୁରୋଧ କରିଛି। ଜିଜେଇପିସି ମୂଲ୍ୟବାନ୍‌ ଧାତୁ ଉପରେ ଆମଦାନୀ ଶୁଳ୍କକୁ ବର୍ତ୍ତମାନର ୧୫ ପ୍ରତିଶତରୁ ୪ ପ୍ରତିଶତ ହ୍ରାସ କରିବାକୁ ଦାବି କରୁଛି। ଏଥିରେ ସିପିଡି ଉପରେ କଷ୍ଟମ ଡ୍ୟୁଟି ବର୍ତ୍ତମାନର ୫ ପ୍ରତିଶତରୁ ୨.୫ ପ୍ରତିଶତକୁ ହ୍ରାସ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁବିଆଇ ସମ୍ବଲପୁର କ୍ଷେତ୍ର ପକ୍ଷରୁ ରିଟେଲ୍‌ ଏକ୍ସପୋ

ଭୁବନେଶ୍ୱର,୧୮।୬ (ଅଭୟ ଦାଶ): ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର କ୍ଷେତ୍ରୀୟ କାର୍ଯ୍ୟାଳୟ ସମ୍ବଲପୁର ପକ୍ଷରୁ ଆୟୋଜିତ ଏକ ମେଗା ରିଟେଲ୍‌ ଏକ୍ସପୋ-୨୦୨୪ ସମ୍ବଲପୁରର ଗଙ୍ଗାଧର ମଣ୍ଡପଠାରେ...

ବେଦାନ୍ତ ଆଇଓଓର ନୂତନ ଅଭିଯାନ

ଭୁବନେଶ୍ୱର,୧୮।୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ବେଦାନ୍ତ ଆଇରନ ଓର୍‌ ଓଡ଼ିଶା (ଆଇଓଓ)ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା...

ସାବୁନ୍‌, ସାମ୍ପୁ ସମେତ ଏହି ସବୁ ଜିନିଷ ହେଲା ମହଙ୍ଗା

ନୂଆଦିଲ୍ଲୀ,୧୭।୬: ଗ୍ରାହକଙ୍କୁ ମହଙ୍ଗା ମାଡରୁ କୌଣସି ଆଶ୍ୱସ୍ତି ମିଳୁନାହିଁ। ପନିପରିବା ଏବଂ ଡାଲିର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଥିଲା। କିନ୍ତୁ ଏବେ ଏଫଏମସିଜି...

ଏସ୍‌ବିଆଇ ଲାଇଫର ଡିଜିଟାଲ ଅଭିଯାନ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ‘ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ’ର ବହୁ ପ୍ରତୀକ୍ଷିତ ଡିଜିଟାଲ ଅଭିଯାନ ‘ପାପା ହୈ ନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା...

ଆଜିଠାରୁ ରାଉରକେଲା ବଜାରରେ ଅମୂଲ ସମ୍ଭାର

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାର୍କେଟିିଂ ଫେଡେରେଶନ୍‌ ଲିମିଟେଡ (ଜିସିଏମ୍‌ଏମ୍‌ଏଫ ଲିମିଟେଡ)ର ଅଗ୍ରଣୀ ବ୍ରାଣ୍ଡ୍‌ ‘ଅମୂଲ’ର ନୂତନ ଉତ୍ପାଦ...

ନ୍ୟୁ ରାଜସ୍ଥାନ କଟନ୍‌ଫାବ-୨୦୨୪ ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହରିୟାଣାର କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡିଆଠାରେ...

ଓପୋର ନୂତନ ଉତ୍ପାଦ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ତଥା ଓପୋ ଇଣ୍ଡିଆର ନୂତନ ଉତ୍ପାଦ ‘ଏଫ୨୭ ପ୍ରୋ+୫ଜି’ର ସର୍ବଭାରତୀୟ ଉନ୍ମୋଚନ (ଶୁଭାରମ୍ଭ) ନିକଟରେ ହୋଇଯାଇଛି। ଏ ସମ୍ପର୍କରେ...

ସିନେମା-ଟିକେଟ୍‌ ବ୍ୟବସାୟ ଜୋମାଟୋକୁ ବିକ୍ରି କରିବାକୁ ଯୋଜନା କରୁଛି ପେଟିଏମ୍‌: ରିପୋର୍ଟ

ମୁମ୍ବାଇ,୧୬ା୬: ପେଟିଏମ୍‌ ଏହାର ସିନେମା-ଟିକେଟ୍‌ ବ୍ୟବସାୟ ଅନଲାଇନ ଡେଲିଭରି ସଂସ୍ଥା ଜୋମାଟୋକୁ ବିକ୍ରୀ କରିବାକୁ ଆଲୋଚନା କରୁଥିବା ଜଣାପଡିଛି। ବିକ୍ରି ହ୍ରାସ ପାଇଥିବାରୁ କମ୍ପାନୀ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri