Posted inଖେଳ

ଆଜିଠୁ ଜାତୀୟ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ

ଭୁବନେଶ୍ୱର, ୨।୧ (ତପନ ସ୍ବାଇଁ): ଜାତୀୟ ଜୁନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ର ସଫଳ ସମାପନ ପରେ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହାର ସିନିୟର ବର୍ଗ ପ୍ରତିଯୋଗିତା। ଏଥିପାଇଁ ଦେଶର ଅନେକ ତାରକା ଖେଳାଳିଙ୍କ ସମାଗମ ହୋଇଛି କଳିଙ୍ଗ ଷ୍ଟାଡିୟମରେ। ଦେଶର ବିଭିନ୍ନ ଭାଗରୁ ପାଖାପାଖି ୩୦୦ ପ୍ରତିଯୋଗୀ ଏଥିରେ ଭାଗ ନେବାକୁ ଯାଉଛନ୍ତି। ବିଶେଷ କରି ଅଲିମ୍ପିଆନ ପ୍ରଣତି ନାୟକ, ଦୀପା କର୍ମକାର, ଜାତୀୟ ଜିମ୍ନାଷ୍ଟ ଯେଗେଶ୍ୱର ସିଂ, ରାକେଶ ପାତ୍ର, ତପନ ମହାନ୍ତି, ସୈଫ୍‌ ତାମ୍ବୋଲି, ଗୌରବ କୁମାର ପ୍ରମୁଖ ଆକର୍ଷଣରେ ରହିଛନ୍ତି। ଓଡ଼ିଶା ଜିମ୍ନାଷ୍ଟିକ୍ସ ଆସୋସିଏଶନ, ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକକ୍ସ ସେଣ୍ଟରରେ ହେବାକୁ ଯାଉଛି। ଏହା ୨ରୁ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
”ଜାତୀୟ ଜୁନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଛି। ଆମେ ଏବେ ସିନିୟର ଚାମ୍ପିୟନଶିପ୍‌ ଆୟୋଜନ କରିବାକୁ ଯାଉଛୁ। ଏହି ପ୍ରତିଯୋଗିତାରେ ଦୀପା, ପ୍ରଣତିଙ୍କ ସମେତ ଅନେକ ଜାତୀୟ ସ୍ତରୀୟ ଜିମ୍ନାଷ୍ଟଙ୍କୁ ଆକ୍ସନରେ ଦେଖିବାକୁ ମିଳିବ। ତେଣୁ ପ୍ରତିଯୋଗିତା ନିଶ୍ଚିତ ରୋମାଞ୍ଚକ ହେବ“ ବୋଲି ଓଡ଼ିଶା ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ମୁଖ୍ୟ କୋଚ୍‌ ଅଶୋକ ମିଶ୍ର ପ୍ରକାଶ କରିଛନ୍ତି। ଭାରତର ତାରକା ଜିମ୍ନାଷ୍ଟ ଦୀପା କର୍ମକାରଙ୍କ କୋଚ୍‌ ବିଶ୍ୱେଶ୍ୱର ନନ୍ଦି ମଧ୍ୟ ଆଗାମୀ ପ୍ରତିଯୋଗିତାକୁ ନେଇ ଖୁବ୍‌ ଖୁସି ଜାହିର କରିଛନ୍ତି। ” ଏଠାକୁ ପୁନର୍ବାର ଆସି ବହୁତ ଖୁସି ଲାଗୁଛି। ଏଠାକାର ଭିତ୍ତିଭୂମୀ ଅଲିମ୍ପିକ୍‌ ଷ୍ଟାଣ୍ଡାର୍ଡର। ଦୀପା ପାଖାପାଖି ୮ ବର୍ଷ ପରେ ଜାତୀୟ ଚାମ୍ପିୟନଶିପ୍‌ରେ ଭାଗ ନେଉଛନ୍ତି। ଏଠାରେ ପ୍ରଣତି ନାୟକ, ପ୍ରଣତି ଦାସ, ଅରୁଣ ରେଡ୍ଡୀ ଏବଂ ଅନ୍ୟ କେତେକ ନାମୀ ଜିମ୍ନାଷ୍ଟ ଭାଗ ନେଉଛନ୍ତି। ଜୁନିୟର ଚାମ୍ପିୟନଶିପ୍‌ରେ ମଧ୍ୟ ପିଲାମାନେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ଆସନ୍ତା ୨ ବର୍ଷ ମଧ୍ୟରେ ଏସିଆନ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଅଲିମ୍ପିକ୍ସ ପାଇଁ ଭାରତର ଏକ ଶକ୍ତିଶାଳୀ ପ୍ରତିନିଧି ଦଳ ପ୍ରସ୍ତୁତ ହୋଇ ସାରିଥିବା ନେଇ ଆଶା ରହିଛି“ ବୋଲି ବିଶ୍ୱେଶ୍ୱର କହିଛନ୍ତି। ଓଡ଼ିଶା ଏଚ୍‌ପିସିରେ ଟ୍ରେନିଂ ନେଉଥିବା ପ୍ରଣତି ନାୟକ ଆଗାମୀ ପ୍ରତିଯୋଗିତାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ”ମୁଁ ଭାରତୀୟ ରେଲଓ୍ବେରୁ ପ୍ରତିନିଧିତ୍ୱ କରିବାକୁ ଯାଉଛି। ମୁଁ ଯେଉଁଠାରେ ଟ୍ରେନିଂ ନେଉଛି ସେଠାରେ ପ୍ରତିଯୋଗିତା ହେବାକୁ ଯାଉଥିବାରୁ ନିଜର ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ ଅଛି“ ବୋଲି ପ୍ରଣତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହାଗିରିରେ ପାରମ୍ପରିକ କଳା ସହ ଆଧୁନିକତାର ଝଲକ, ଝୁମିଲେ ଦର୍ଶକ

ଗଜପତି,୧୧ା୧(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲାସ୍ତରୀୟ ମହୋତ୍ସବ ଗଜପତି ଉତ୍ସବ-୨୦୨୫ ଉତ୍ସବ ପୂର୍ବରୁ ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ପ୍ରସାସନ ପକ୍ଷରୁ ରବିବାର ରାହାଗିରି...

‘ଛାତ୍ରୀଛାତ୍ର ଦେଶ ବିକାଶରେ ଭାଗିଦାରୀ ହୁଅନ୍ତୁ’

ଭଞ୍ଜନଗର,୧୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ରୁଢ଼ାପଦରସ୍ଥିତ ଗ୍ରାମ ବିକାଶ ବିଦ୍ୟା ବିହାରର ୨୩ ତମ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର...

ରାତି ହେଲେ ମା’ବାପାଙ୍କୁ ନିଦ ଔଷଧ ଦେଇ ପ୍ରେମିକଙ୍କୁ ଭେଟିବାକୁ ଯାଉଥିଲେ…୮ମ ଶ୍ରେଣୀ ଛାତ୍ରୀଙ୍କ ଏମିତି…

ଲକ୍ଷ୍ନୌ,୧୧।୧: ପାଗଳ କଲା ପ୍ରେମ। ନାବାଳିକା ହେଲେ ହେଁ ହିତାହିତ ଜ୍ଞାନକୁ ଭୁଲିଗଲେ। ମା’ବାପାଙ୍କୁ ନିଦ ବଟିକା ଦେଇ ଶୁଆଇ ଦେଇ ପ୍ରେମିକଙ୍କୁ ଭେଟିବାକୁ ଚାଲିଯାଉଥିଲେ...

ବାଚସ୍ପତିଙ୍କୁ ସମ୍ବର୍ଦ୍ଧନା ଦେଲା ରାଇକିଆ ଭାଜପା

ରାଇକିଆ,୧୧ା୧(ପ୍ରଦୀପ ବେହେରା): ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ କନ୍ଧମାଳ ଗସ୍ତ ଅବସରରେ ରାଇକିଆ ବ୍ଲକ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ବଳ୍ପକାଳୀନ ରହଣି ମଧ୍ୟରେ...

PM Kisan: ଚାଷୀଙ୍କ ଅପେକ୍ଷାର ଅନ୍ତ! ଏହି ଦିନ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା

ନୂଆଦିଲ୍ଲୀ,୧୧ା୧: ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ କିଷାନ ଯୋଜନା) କେବଳ ଏକ ସରକାରୀ ଯୋଜନା ନୁହେଁ...

ନାବାଳକଙ୍କୁ ଏୟାରଗନ୍‌ରୁ ଗୁଳି ଚଳାଇଲେ ଯୁବକ, ଫେରାର ହୋଇଯିବା ସମୟରେ…

ସମ୍ବଲପୁର,୧୧ା୧(ପ୍ରମୋଦ ବହିଦାର): ସମ୍ବଲପୁର ସଦରଥାନା ଅନ୍ତର୍ଗତ ମିର୍ଗାମୁଣ୍ଡା ଗ୍ରାମରେ ରବିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ଗୁଳିରେ ସେହି ଗ୍ରାମର ଜଣେ ନାବାଳକ ଗୁରୁତର ହୋଇଛନ୍ତି। ସେ...

୨୪ ଘଣ୍ଟା ବିତିଲାନି, ନିଷ୍ପତ୍ତି ବଦଳାଇଲା ବଜରଙ୍ଗ ଦଳ

ବରଗଡ଼,୧୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରୁ ବାଂଲାଦେଶୀ ରୋହିଙ୍ଗିଆ ଅନୁପ୍ରବେଶକାରୀଙ୍କୁ ହଟାଇବା ଏବଂ ଅପରାଧ ନିୟନ୍ତ୍ରଣ ଦାବି ନେଇ ବଜରଙ୍ଗ ଦଳ ଆସନ୍ତା ୧୫ତାରିଖ ବରଗଡ଼ ଜିଲା...

ନବୀନଙ୍କୁ ନେଇ ଏମିତି କିଛି ଭିତିରି କଥା କହିଲେ ଲତିକା ପ୍ରଧାନ, ଗଞ୍ଜାମ ପାଇଁ…

ଭୁବନେଶ୍ୱର,୧୧ା୧: ଗଞ୍ଜାମରେ ବିଜେଡି ସ୍ଥିତିକୁ ନେଇ କିଛି ଭିତିରି କଥା କହିଛନ୍ତି ଲତିକା ପ୍ରଧାନ। ସେ କହିଛନ୍ତି, ଗଞ୍ଜାମ ନେତାଙ୍କୁ ଦାୟିତ୍ୱ ନ ଦେବାରୁ ସଂଗଠନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri