Posted inଖେଳ

ଆଶେସ ସିରିଜ ଆରମ୍ଭ: ବ୍ରଡ୍‌ଙ୍କୁ ୫ ଉଇକେଟ, ସ୍ମିଥଙ୍କ ଶତକ

ବର୍ମିଂହାମ, ୨।୮- ସ୍ଥାନୀୟ ଏଜବାଷ୍ଟନ ଗ୍ରାଉଣ୍ଡରେ ଗୁରୁବାର ଆରମ୍ଭ ହୋଇଛି ଇଂଲଣ୍ଡ-ଅଷ୍ଟ୍ରେଲିଆ ଆଶେସ ସିରିଜ-୨୦୧୯। ଘରୋଇ ପରିବେଶ ଏବଂ ଦର୍ଶକ ସମର୍ଥନରେ ଇଂଲଣ୍ଡ ବୋଲରମାନେ ଆରମ୍ଭରେ ପ୍ରଭାବୀ ପ୍ରଦର୍ଶନ କରିଥିବାବେଳେ ଲଢ଼ୁଆ ଶତକ ହାସଲ କରି ପ୍ରଥମ ଦିନର ସମ୍ମାନ ଭାଗ କରିଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ। ଏକବର୍ଷ ବାସନ୍ଦ ପରେ ପ୍ରଥମଥରପାଇଁ ଟେଷ୍ଟ ଖେଳୁଥିବା ସ୍ମିଥଙ୍କ ଶତକୀୟ ଇନିଂସ ବଳରେ ଅଷ୍ଟ୍ରେଲିଆ ସମ୍ମାନଜନକ ସ୍କୋର କରିବାରେ ସକ୍ଷମ ହୋଇଛି। ଏକଦା ୧୨୨ ରନରେ ୮ ଉଇକେଟ ହରାଇ ବିପଦରେ ପଡ଼ିଥିବା ଅଷ୍ଟ୍ରେଲିଆ ସ୍ମିଥଙ୍କ ଶତକ ବଳରେ ୨୮୪ ରନ କରିବାକୁ ସକ୍ଷମ ହୋଇଛି। ପ୍ରଥମ ଦିବସ ଶେଷ ବେଳକୁ ଇଂଲଣ୍ଡ ୨ ଓଭରରେ କୌଣସି ଉଇକେଟ ନ ହରାଇ ୧୦ ରନ ସଂଗ୍ରହ କରିଛି।
ଆରମ୍ଭରେ ବୋଲର ପ୍ରଭାବୀ
ଏଠାରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌। ମାତ୍ର ତାଙ୍କ ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରିଥିଲେ ଇଂଲଣ୍ଡର ଷ୍ଟାର ଷ୍ଟ୍ରାଇକର କ୍ରିସ୍‌ ଓ୍ବକ୍ସ ଓ ଷ୍ଟୁଆର୍ଟ ବ୍ରଡ୍‌। ୩ ଓଭର ଶେଷ ବେଳକୁ ମାତ୍ର ୨ ରନ କରିଥିବା ଅଷ୍ଟ୍ରେଲିଆ ୪ର୍ଥ ଓଭରର ୫ମ ବଲ୍‌ରେ ଡେଭିଡ ଓ୍ବାର୍ନରଙ୍କ ଉଇକେଟ ହରାଇ ପ୍ରଥମ ଝଟ୍‌କା ଖାଇଥିଲା। ବ୍ରଡ୍‌ ନିଜ ଦ୍ୱିତୀୟ ଓଭରରେ ଇଂଲଣ୍ଡପାଇଁ ଏହି ସଫଳତା ଆଣିଥିଲେ। ଏହାପରେ ସ୍ବାଭାବିକଭାବେ ଦୃଢ଼ ମନୋବଳର ସହିତ ବୋଲିଂ କରିଥିଲେ ବ୍ରଡ୍‌। ଏହାର ଫାଇଦା ମଧ୍ୟ ତାଙ୍କୁ ମିଳିଥିଲା। ନିଜର ୪ର୍ଥ ଓଭରରେ ସେ ଅନ୍ୟତମ ଓପନର କାମେରନ ବ୍ୟାଙ୍କ୍ରଫ୍ଟଙ୍କୁ ପ୍ୟାଭିଲିୟନ ଫେରାଇ ସେ ଇଂଲଣ୍ଡ ଶିବିରରେ ଆନନ୍ଦ ଖେଳାଇ ଦେଇଥିଲେ। ଓ୍ବାର୍ନର ୨ ରନ କରିବାକୁ ସକ୍ଷମ ହୋଇଥିବାବେଳେ ବ୍ୟାଙ୍କ୍ରଫ୍ଟ ୮ ରନ କରି କ୍ରିଜ୍‌ ଛାଡ଼ିଥିଲେ। ଉସମାନ ଖ୍ବାଜାଙ୍କ ସହ କ୍ରିଜ୍‌ରେ ଯୋଗଦେଇ ଷ୍ଟିଭ୍‌ ସ୍ମିଥ ଇନିଂସ ସଜାଡ଼ିବାରେ ମନୋନିବେଶ କରିଥିଲେ। ମାତ୍ର ଓ୍ବକ୍ସ ତାହା ହେବାକୁ ଦେଇ ନ ଥିଲେ। ୧୩ ରନ କରିଥିବା ଖ୍ବାଜାଙ୍କୁ ଉଇକେଟ କିପର ଜନି ବେୟାରଷ୍ଟୋଙ୍କ ହାତରେ କ୍ୟାଚ କରାଇ ସେ ଇଂଲଣ୍ଡକୁ ତୃତୀୟ ସଫଳତା ଦେଇଥିଲେ। ପ୍ରଥମେ ଓ୍ବକ୍ସଙ୍କ ଆବେଦନ ଅମ୍ପାୟରଙ୍କ ଦ୍ୱାରା ନାକଚ ହୋଇଯାଇଥିଲେ ହେଁ ଇଂଲଣ୍ଡ ଡିଆରଏସର ସହାୟତା ନେଇ ଫାଇଦା ପାଇଥିଲା। ଏଥିସହ ୧୪.୨ ଓଭର ବେଳକୁ ଅଷ୍ଟ୍ରେଲିଆ ସ୍କୋର ୩୫/୩ ହୋଇ ଯାଇଥିଲା।
ସ୍ମିଥ, ସିଡଲଙ୍କ ଲଢ଼ୁଆ ବ୍ୟାଟିଂ
ଗୋଟିଏ ପଟରେ ଉଇକେଟ ପଡ଼ି ଚାଲିଥିଲେ ହେଁ ଅନ୍ୟପଟରେ ଦୃଢ଼ ବ୍ୟାଟିଂ ଜାରି ରଖିଥିଲେ ସ୍ମିଥ। ସେ ୪ର୍ଥ ଉଇକେଟରେ ଟ୍ରାଭିସ ହେଡ୍‌ଙ୍କ ସହ ୬୪ ରନର ଭାଗୀଦାରି ଗଢ଼ିଥିଲେ। ଭଲ ଆରମ୍ଭ କରିଥିବା ହେଡ୍‌ ୬୧ ବଲ୍‌ରୁ ୩୫ ରନ କରିଥିବାବେଳେ ଓ୍ବକ୍ସଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଅମ୍ପାୟର ଆଉଟ ଦେଇଥିଲେ ହେଁ ହେଡ୍‌ ରିଭ୍ୟୁ ନେଇ ବିଫଳ ହୋଇଥିଲେ। ପରବର୍ତ୍ତୀ ବ୍ୟାଟ୍ସମ୍ୟାନ ମାଥ୍ୟୁ ଓ୍ବାଡେ ୧, ଅଧିନାୟକ ଟିମ୍‌ ପେନ୍‌ ୫ ରନ କରିଥିବାବେଳେ ଜେମ୍ସ ପ୍ୟାଟିନସନ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିଲେ। ପ୍ୟାଟ୍‌ କୁମିନ୍ସ ମଧ୍ୟ ୫ ରନ କରି ଆଉଟ ହୋଇଥିଲେ। ଫଳରେ ୯୯ ରନରେ ୪ର୍ଥ ଉଇକେଟ ହରାଇଥିବା ଅଷ୍ଟ୍ରେଲିଆ ପରବର୍ତ୍ତୀ ୨୩ ରନ ମଧ୍ୟରେ ଆଉ ୪ଟି ଉଇକେଟ ହରାଇ ବିପଦରେ ପଡ଼ିଥିଲା। ତେବେ ଏଥିରେ ବିଚଳିତ ହୋଇ ନ ଥିଲେ ସ୍ମିଥ। ସେ କ୍ୟାରିୟରର ୨୪ତମ ଶତକ ହାସଲ କରି ଦଳପାଇଁ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ। ସ୍ମିଥଙ୍କୁ ଉଚିତ ସହାୟତା କରିଥିଲେ ପିଟର ସିଡଲ। ଫଳରେ ଅଷ୍ଟ୍ରେଲିଆ ସ୍କୋର ୫୧.୧ ଓଭରରେ ୧୫୦ ଅତିକ୍ରମ କରିଥିଲା। ଚା’ ବିରତି ପୂର୍ବରୁ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ବର୍ଷା ସମୟରେ ଚା’ ବିରତି ଶେଷ କରାଯାଇଥିଲା। ଏହାପରେ ସ୍ମିଥ ଓ ସିଡଲ ୯ମ ଉଇକେଟରେ ୮୮ ରନ ଯୋଗକରି ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ସିଡଲ ୮୫ ବଲ୍‌ରୁ ୪ ଚୌକା ସହ ୪୪ ରନ କରି ଆଉଟ ହୋଇଥିଲେ। ସ୍ମିଥ କିନ୍ତୁ ଖେଳିଥିଲେ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ। ୯ମ ଉଇକେଟ ପତନ ପରେ ଆକ୍ରମଣାତ୍ମକ ଖେଳିଥିବା ସ୍ମିଥ ୨୧୯ ବଲ୍‌ରୁ ୧୬ ଚୌକା ଓ ୨ ଛକା ସହାୟତାରେ ୧୪୪ ରନ କରି ଶେଷ ଖେଳାଳିଭାବେ ଆଉଟ ହୋଇଥିଲେ। ନାଥାନ ଲିୟନ ୧୨ ରନରେ ଅପରାଜିତ ରହିଥିଲେ। ସ୍ମିଥଙ୍କୁ ଆଉଟ କରି ୫ ଉଇକେଟ ସଫଳତା ପାଇଥିଲେ କ୍ରିସ ବ୍ରଡ୍‌। ଅଷ୍ଟ୍ରେଲିଆ ଇନିଂସ ଶେଷରେ ତାଙ୍କ ବୋଲିଂ ଫିଗର ୨୨.୪-୪-୮୬-୫ ରହିଥିଲା। ଟେଷ୍ଟ କ୍ରିକେଟରେ ଏହାଥିଲା ତାଙ୍କର ୧୭ତମ ୫ ଉଇକେଟ ସଫଳତା। ଅନ୍ୟ ବୋଲରଙ୍କ ମଧ୍ୟରେ କ୍ରିସ୍‌ ଓ୍ବକ୍ସ ୩ଟି ଏବଂ ବେନ୍‌ ଷ୍ଟୋକ୍ସ ଓ ମୋଇନ ଅଲୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri