Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଚର୍ଚ୍ଚାରେ ଧୋନୀଙ୍କ ୭ ନମ୍ବର ଜର୍ସି

ନୂଆଦିଲ୍ଲୀ,୨୫ା୭(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) ଟେଷ୍ଟ କ୍ରିକେଟକୁ ଅଧିକ ଲୋକପ୍ରିୟ କରିବା ଲାଗି ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଖେଳାଳିଙ୍କ ନାମ ଓ ଜର୍ସି ନମ୍ବର ରହିବା ଲାଗି ନିଷ୍ପତ୍ତି ନେଇଛି। ଆସେସରୁ ଆରମ୍ଭ ହେବାକୁ ଥିବା ଏହି ଚାମ୍ପିୟନଶିପ ୨୦୨୧ ପର୍ଯ୍ୟନ୍ତ ଖେଳାଯିବ। ନିକଟରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଉଥିବା ଭାରତୀୟ ଦଳ ସେଠାରେ ଘରୋଇ ଦଳ ବିପକ୍ଷରେ ୨ଟି ଟେଷ୍ଟ ଖେଳିବ। ଭାରତୀୟ ଟେଷ୍ଟ ଦଳରେ ମହେନ୍ଦ୍ର ସିଂ ଧୋନୀ ନାହାନ୍ତି। ତେଣୁ ତାଙ୍କର ଜର୍ସି ନଂ-୭କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଚାମ୍ପିୟନଶିପ ଅନ୍ତର୍ଗତ ଭାରତ ଏହାର ପ୍ରଥମ ମ୍ୟାଚ ଆସନ୍ତା ଅଗଷ୍ଟ ୨୨ରେ ଓ୍ବେଷ୍ଟଇଣ୍ଡିଜ ବିରୋଧରେ ଖେଳିବ। ଆଣ୍ଟିଗୁଆରେ ହେବାକୁ ଥିବା ମ୍ୟାଚରେ ଭାରତୀୟ ଖେଳାଳିମାନେ ସେମାନଙ୍କର ଦିନିକିଆ ଓ ଟି୨୦ ଅନ୍ତର୍ଜାତୀୟରେ ଯେଉଁ ନମ୍ବରର ଜର୍ସି ପିନ୍ଧି ଖେଳୁଛନ୍ତି ସେହି ନମ୍ବର ଜର୍ସି ବ୍ୟବହାର କରିବାକୁ ଇଚ୍ଛା ପ୍ରକାଶ କରିଥିବା ସୂଚନା ମିଳିଛି। ସେହି କ୍ରମରେ ଅଧିନାୟକ ବିରାଟ କୋହଲି ୧୮ ନମ୍ବର ଓ ରୋହିତ ଶର୍ମା ୪୫ ନମ୍ବର ଜର୍ସି ପିନ୍ଧିବେ। ତେଣୁ ଅଧିକାଂଶ ଖେଳାଳି ସୀମିତ ଓଭର କ୍ରିକେଟ୍‌ରେ ଯେଉଁ ଜର୍ସି ନମ୍ବର ବ୍ୟବହାର କରୁଛନ୍ତି ଟେଷ୍ଟ କ୍ରିକେଟ୍‌ରେ ମଧ୍ୟ ସମାନ ଜର୍ସି ନମ୍ବରରେ ଖେଳିବେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନଂ-୧୦ ଜର୍ସିକୁ ବିସିସିଆଇ ଅନୌପଚାରିକ ଭାବେ ଅବସର ଦେଇଛି। ଫଳରେ କୌଣସି ଭାରତୀୟ ଖେଳାଳି ଏହି ନମ୍ବରର ଜର୍ସି ପିନ୍ଧି ଖେଳିବେ ନାହିଁ। ତେବେ ଭାରତକୁ ଦିନିକିଆ ଓ ଟି୨୦ ବିଶ୍ୱକପ୍‌ ସହ ଚାମ୍ପୟନ୍ସ ଟ୍ରଫି ବିଜୟୀ କରାଇପାରିଥିବା ପୂର୍ବତନ ଅଧିନାୟକ ଧୋନୀଙ୍କ ୭ନମ୍ବର ଜର୍ସି ଉପଲବ୍ଧ ଥିଲେ ହେଁ ଏହି ନମ୍ବର ଆଗାମୀ ଦିନରେ କୌଣସି ଖେଳାଳି ନିଜ ଜର୍ସିରେ ବ୍ୟବହାର କରିବା ଆଶା କ୍ଷୀଣ ରହିଛି ବୋଲି ଜଣେ ବରିଷ୍ଠ ବିସିସିଆଇ ଅଧିକାରୀ କହିଛନ୍ତି। ଭାରତର ଏହି ସଫଳତମ ଅଧିନାୟକ ୨୦୧୫ରୁ ଟେଷ୍ଟ କ୍ରିକେଟ୍‌ ଫର୍ମାଟରୁ ଅବସର ନେଇ ସାରିଥିବାବେଳେ ଦିନିକିଆ ଓ ଟି୨୦ ଫର୍ମାଟ କ୍ରିକେଟ୍‌ ଖେଳ ଜାରି ରଖିଛନ୍ତି। ତେଣୁ ଜର୍ସି ନଂ-୭ କେବଳ ଧୋନୀଙ୍କର, ତେଣୁ ଏହି ନମ୍ବର ଯଦି କେହି ବ୍ୟବହାର କରନ୍ତି ଲୋକେ ତାହାକୁ ସହଜରେ ଗ୍ରହଣ କରିବେ ନାହିଁ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ପୂର୍ବରୁ ସଚିନଙ୍କ ୧୦ ନମ୍ବର ଜର୍ସି ଶାର୍ଦ୍ଦୁଳ ଠାକୁର ପିନ୍ଧି ସମାଲୋଚିତ ହୋଇଥିବାରୁ ଧୋନୀଙ୍କ ୭ ନମ୍ବର ଜର୍ସି ଲାଗି ସେଭଳି କିଛି ଘଟଣା ଘଟିବାକୁ ବିସିସିଆଇ ଦେବ ନାହିଁ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri