Posted inଖେଳ

ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂ ତ୍ରୁଟି

ଲଣ୍ଡନ/ମେଲବୋର୍ନ, ୧୬ା୭ (ପି.ଟି.)-ରବିବାର ଲଡର୍‌ସଠାରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂରେ ଏକ ତ୍ରୁଟି ରହିଥିବା ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟର ସିମନ ଟଫେଲ ଏବଂ କେ. ହରିହରନ ପ୍ରକାଶ କରିଛନ୍ତି। ଏକ ଓଭର ଥ୍ରୋ ପାଇଁ ମ୍ୟାଚ ଅଫିସିଆଲମାନେ ଇଂଲଣ୍ଡକୁ ୫ ରନ ପରିବର୍ତ୍ତେ ୬ ରନ ଦେଇଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୨୪୨ ରନ ଚେଜ୍‌ କରୁଥିବାବେଳେ ଶ୍ରୀଲଙ୍କାର କୁମାର ଧର୍ମସେନା ଏବଂ ଦକ୍ଷିଣ ଆଫ୍ରିକାର ମାରିଅସ୍‌ ଇରାସମସ୍‌ ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଉଥିଲେ। ମ୍ୟାଚ୍‌ର ଫାଇନାଲ ଓଭରରେ ନ୍ୟୁଜିଲାଣ୍ଡ ଫିଲ୍ଡର ମାର୍ଟିନ ଗୁପ୍‌ଟିଲଙ୍କ ଏକ ଥ୍ରୋ ଷ୍ଟୋକ୍ସଙ୍କ ବ୍ୟାଟ୍‌ରେ ବାଜି ବାଉଣ୍ଡରୀ ଆଡକୁ ଚାଲିଯାଇଥିଲା। ଇଂଲଣ୍ଡକୁ ୬ ରନ ମିଳିଯିବାରୁ ମ୍ୟାଚ ଟାଇ ହୋଇଯାଇଥିଲା ଏବଂ ସୁପର ଓଭର ପର୍ଯ୍ୟାୟକୁ ଚାଲିଯାଇଥିଲା। ଅମ୍ପାୟର ଭୁଲ ବଶତଃ ଇଂଲଣ୍ଡକୁ ୫ ପରିବର୍ତ୍ତେ ୬ ରନ ଦେଇଥିଲେ। ପରିସ୍ଥିତିକୁ ଦେଖିଲେ ଏହା ସ୍ପଷ୍ଟ ବାରିହୋଇଯାଉଛି ବୋଲି ୫ଥର ଆଇସିସି ଅମ୍ପାୟର ଅଫ୍‌୍‌ ଦି ଇୟର ବିବେଚିତ ଟଫେଲ ଏକ ସାକ୍ଷାତ୍‌କାରରେ କହିଛନ୍ତି। ଭାରତୀୟ ଅମ୍ପାୟର କେ. ହରିହରନ ମଧ୍ୟ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି କୁମାର ଧର୍ମସେନାଙ୍କ ତ୍ରୁଟି ଯୋଗୁ ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ରୁ ବଞ୍ଚତ୍ତ ହେଲା ବୋଲି କୁହାଯାଇପାରେ। ଆଇସିସି ଏହି ପ୍ରସଙ୍ଗ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି। ଏହାର ଜଣେ ମୁଖପାତ୍ର କହିଛନ୍ତି, ଖେଳ ବେଳେ ଅମ୍ପାୟର ନିୟମାନୁସାରେ ନିଷ୍ପତ୍ତି ନେଇଥାନ୍ତି। ନୀତି ଅନୁସାରେ ଆମେ ସେମାନଙ୍କ ନିଷ୍ପତ୍ତି ଉପରେ କୌଣସି ଟିପ୍ପଣୀ ଦେବା ଉଚିତ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ: ଦେଲା ଚେତାବନୀ, ଦାବି ପୂରଣ ନ ହେଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ଭଞ୍ଜନଗର ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯାଇଛି। ଦାବି ଗୁଡ଼ିକ ହେଲା ଅତିରିକ୍ତ ସୁରକ୍ଷା...

ଜାତୀୟସ୍ତରରେ ଓଡ଼ିଶୀ ନୃତ୍ୟ ପଦର୍ଶନ କରିବେ ଛତ୍ରପୁର ଜୟ ଗଣେଶ କଳା ବିକାଶ କେନ୍ଦ୍ରର ଛାତ୍ରୀ

ଛତ୍ରପୁର,୨୯।୧୨(ଦିଲ୍ଲୀପ ସାମଲ): ଭାରତ ସରକାର ଅଧୀନସ୍ଥ ସାଂସ୍କୃତିକ ବିକାଶ ପ୍ରତିଷ୍ଠାନ ଏବଂ ସ୍ମୃତି ସାଂସ୍କୃତିକ ସଂଘ ପକ୍ଷରୁ ପୁରୀଠାରେ ଅନ୍ତର୍ଜାତୟ ମେଗା ନୃତ୍ୟ ଏବଂ ସଙ୍ଗୀତ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri