ଅର୍ଥ ଯୋଗାଡରେ ବାହାରିଛନ୍ତି ସରକାର;ଲିଜ୍‌ ଦିଆଯିବ ଖାଲି ପଡିଥିବା ସରକାରୀ ଜମି, ଘର

ନୂଆଦିଲ୍ଲୀ,୧୦-୭: ନିବେଶ ବୃଦ୍ଧି ମାଧ୍ୟମରେ ଅର୍ଥନୀତିର ପ୍ରଗତିକୁ ଦ୍ରୁତତର କରିବା ଲାଗି କେନ୍ଦ୍ରରେ ମୋଦି ସରକାର ୨.୦ ଏବେ କାର୍ଯ୍ୟରେ ଲାଗିପଡିଛନ୍ତି। ନିବେଶ ଲାଗି ଅର୍ଥ ଆବଶ୍ୟକ ଥିବାରୁ ସରକାର ବିଭିନ୍ନ ଉପାୟରେ ଏହା ଯୋଗାଡ କରିବାକୁ ଉଦ୍ୟମ କରୁଛନ୍ତି। ଏହିକ୍ରମରେ ସରକାରୀ ସମ୍ପତ୍ତିକୁ ଲିଜ୍‌ରେ ଦେବାକୁ ସରକାର ବିଚାର କରୁଛନ୍ତି। ଏଥିପାଇଁ ବ୍ୟାପକ ସ୍ତରରେ ସର୍ଭେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ସରକାରୀ ଆବାସ, ଜମି, ଭବନ ଆଦି ଦୀର୍ଘଦିନ ହେବ ଅବ୍ୟବହୃତ ଅବସ୍ଥାରେ ପଡିରହିଛି ସେଗୁଡ଼ିକୁ ଲିଜ୍‌ରେ ଦେଇ ସରକାର ଅର୍ଥ ଆଦାୟ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।
କେନ୍ଦ୍ର କ୍ୟାବିନେଟ ସଚିବାଳୟ ପକ୍ଷରୁ ସମସ୍ତ ମନ୍ତ୍ରଣାଳୟ, ବିଭାଗ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ପ୍ରତିଷ୍ଠାନ, ପିଏସ୍‌ୟୁ, ସ୍ବାୟତ୍ତଶାସନ ସଂସ୍ଥାକୁ ପତ୍ର ଲେଖାଯାଇ ସେମାନଙ୍କ ନିକଟରେ ଖାଲି ପଡିଥିବା ଅଥବା ଅବ୍ୟବହୃତ ଅବସ୍ଥାରେ ଥିବା ଆବାସ, ଭବନ, ଜମିର ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ନିକଟରେ କେତେ ପରିମାଣର ଅବ୍ୟବହୃତ ସମ୍ପତ୍ତି ପଡିରହିଛି ତାହା ଜାଣିବା ସରକାରଙ୍କ ଉଦ୍ଦେଶ୍ୟ।
କେନ୍ଦ୍ର ପକ୍ଷରୁ ପଠାଯାଇଛି ୨ଟି ପ୍ରୋଫର୍ମା
କ୍ୟାବିନେଟ ସଚିବାଳୟ ପକ୍ଷରୁ ଜୁନ ୧୨ରେ ପତ୍ର ଲେଖାଯାଇଛି। ସମ୍ପତ୍ତିଗୁଡ଼ିକର ସ୍ବତନ୍ତ୍ର ତଥ୍ୟ ପ୍ରଦାନ କରିବା ଲାଗି ସଚିବାଳୟ ପକ୍ଷରୁ ମନ୍ତ୍ରଣାଳୟ, ବିଭାଗଗୁଡ଼ିକୁ ଦୁଇଟି ଭିନ୍ନ ପ୍ରୋଫର୍ମା ପଠାଯାଇଛି। ଏଥିରେ ବିଭାଗଗୁଡ଼ିକ ସେମାନଙ୍କ ନିକଟରେ ଥିବା ଘରର ଲୋକେଶନ, ଘର ଆବାସୀୟ ଅଥବା କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉଥିବା, ମିକ୍ସଡ ଲ୍ୟାଣ୍ଡ ୟୁଜ୍‌, ସ୍ବାୟର ମିଟରରେ ବିଲ୍ଟଅପ୍‌ ଏରିଆ, ଫ୍ଲୋର୍‌ ଏରିଆ, ଆବାସ ସମ୍ପୂର୍ଣ୍ଣ ବ୍ୟବହାର କରାଯାଉଛି କି ନା, ବଳକା ଅଂଶବିଶେଷ ଓ ଜମି ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି।
ତିନୋଟି ମଡେଲ ଉପରେ ବିଚାର
ପ୍ରାପ୍ତ ସୂତ୍ରରୁ ଜଣାପଡିଛି ଯେ, ସରକାରୀ ସମ୍ପତ୍ତିକୁ ଠିକ୍‌ ଭାବେ ବ୍ୟବହାର କରାଯିବା ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଖାଲି ପଡିଥିବା ଜମି, ଆବାସରୁ ରାଜସ୍ବ ଆଦାୟ କରିବା କେନ୍ଦ୍ରର ଉଦ୍ଦେଶ୍ୟ। ଅବ୍ୟବହୃତ ଜମି, ଆବାସ, କୋଠାର ବ୍ୟବହାର ଦ୍ୱାରା କିଭଳି ରାଜସ୍ବ ଆଦାୟ ହେବ ସେ ନେଇ ସରକାର ୩ଟି ମଡେଲ ଉପରେ ବିଚାର କରୁଛନ୍ତି।
ଆଫୋର୍ଡେବଲ ହାଉସିଂ କମ୍ପ୍ଲେକ୍ସ ନିର୍ମାଣ
ପ୍ରଥମ ମଡେଲରେ ଖାଲି ପଡିଥିବା ସରକାରୀ ଜମିକୁ ସରକାର ଘରୋଇ ଡେଭଲପରଙ୍କୁ ଲିଜ୍‌ରେ ଦେଇ ଆଫୋର୍ଡେବଲ ହାଉସିଂ କମ୍ପ୍ଲେକ୍ସ ନିର୍ମାଣ ଲାଗି ଯୋଜନା କରୁଛନ୍ତି। ଦ୍ୱିତୀୟ ମଡେଲ ଅନୁଯାୟୀ ଅବଶିଷ୍ଟ ଜମିକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ଏହାକୁ ଡେଭଲପ୍‌ କରି ଲୋକେଶନ ଭିତ୍ତିରେ ସପିଂ ମଲ୍‌ ଆଦି ନିର୍ମାଣ କରାଯିବ। ଏଗୁଡ଼ିକ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର ରୂପରେ ଡେଭଲପ୍‌ କରିବା ତୃତୀୟ ମଡେଲର ଅଂଶବିଶେଷ ବୋଲି କୁହାଯାଉଛି।
ବଜେଟରେ ହୋଇଛି ଉଲ୍ଲେଖ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିଜର ପ୍ରଥମ ବଜେଟ ଭାଷଣରେ ସରକାରୀ ଜମି ଆଦିର ବ୍ୟବହାର ସମ୍ପର୍କରେ ଉଲ୍ଲେଖ କରିଥିଲେ। ସାରା ଦେଶରେ ଥିବା କେନ୍ଦ୍ର ମନ୍ତ୍ରଣାଳୟ, ବିଭାଗ ଓ ସରକାରୀ କମ୍ପାନୀ ଜମିରେ ବଡ଼ ବଡ଼ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର ନିର୍ମାଣ ହେବ ବୋଲି ସେ କହିଥିଲେ। ଜଏଣ୍ଟ ଡେଭଲପ୍‌ମେଣ୍ଟ ଏବଂ କନ୍‌ସେଶନ ଭଳି ଇନୋଭେଟିଭ ଇନ୍‌ଷ୍ଟ୍ରୁମେଣ୍ଟସ ଜରିଆରେ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଓ ଆଫୋର୍ଡେବଲ ହାଉସିଂ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ପ୍ରଥମ ପତ୍ନୀଙ୍କ ପରଲୋକର ୭ ବର୍ଷ ପରେ ବିବାହ କଲେ ଏହି କ୍ରିକେଟର, ଦ୍ୱିତୀୟ ପତ୍ନୀଙ୍କ ବୟସ ଜାଣିଲେ…

ଲଣ୍ଡନ,୨୩।୧୨: ଫୁସଫୁସ କର୍କଟ ରୋଗରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁର ପ୍ରାୟ ସାତ ବର୍ଷ ପରେ, ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ ପୁନଃବିବାହ କରିଛନ୍ତି। ଷ୍ଟ୍ରସ...

ରାଜ୍ୟ ସଭାରେ ବଦଳିବ ନମ୍ବର ଗେମ, ୨୦୨୬ରେ ୭୫ ଆସନରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୩।୧୨: ୨୦୨୬ ମସିହାରେ ସାରା ଦେଶରେ ବଡ଼ ଧରଣର ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। କେରଳ, ତାମିଲନାଡୁ, ଆସାମ ଏବଂ ପଶ୍ଚିମବଙ୍ଗ ଭଳି ପ୍ରମୁଖ ରାଜ୍ୟରେ...

ରଙ୍ଗୋଲିରେ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଏଥର ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପରିକଳ୍ପନା କରାଯାଇଛି। ଏହି କ୍ରମରେ ବିଗତ ବର୍ଷଭଳି ଏଥର ମଧ୍ୟ...

ନିଜ ସରକାରଙ୍କୁ ଚେତାବନୀ ଦେଲେ ଭାଜପା ବିଧାୟକ

ଜୟପୁର,୨୩।୧୨: ରାଜସ୍ଥାନ ଯୋଧପୁରର ସୁରସାଗର ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଦେବେନ୍ଦ୍ର ଯୋଶୀଙ୍କ ଏକ ବୟାନ ଏବେ ଶିରୋନାମାରେ ପରିଣତ ହେଉଛି। ତାଙ୍କ ବୟାନ ପରେ ବିରୋଧୀ...

ଛାତ ଉପରକୁ ଯାଇଥିବାବେଳେ ମାଙ୍କଡ କଲା ଆକ୍ରମଣ, ଉପରୁ ତଳକୁ ଖସି ପଡି ମହିଳା ଗୁରୁତର

ଦେବଗଡ,୨୩।୧୨(ଶଶାଙ୍କ ଶେଖର ଝାଙ୍କର): ମାଙ୍କଡ ଆକ୍ରମଣରେ ଦେବଗଡ ପୌରାଞ୍ଚଳର ଜଣେ ମହିଲା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଦେବଗଡ଼ ପୌରାଞ୍ଚଳ ଖପର...

ଜାନୁଆରୀ ୩୧ ସୁଦ୍ଧା ଟଙ୍କା ଫେରିପାଇବେ ୫ ଲକ୍ଷ କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପାଇବା ଲାଗି ଆବେଦନ କରିବାକୁ ଅର୍ଥ ବିଭାଗ ବିଜ୍ଞପ୍ତି ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri