Posted inଫୁରସତ

୯୧ ବର୍ଷୀୟ ବୃଦ୍ଧାଙ୍କ ପ୍ରେମରେ ପଡ଼ି ବିବାହ କରିଥିଲେ ଏହି ଯୁବକ; ହନିମୁନ୍‌ରେ ଘଟିଲା ଏଭଳି ଯେ…

କଥାରେ ଅଛି ପ୍ରେମ ମାନେନା ବୟସ। ବିଗତ ଦିନରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଲୋକମାନେ ପ୍ରେମ ପାଇଁ ସବୁ ସୀମା ପାର୍‌ କରିଛନ୍ତି। ଆଜି ଆମେ ଏଭଳି ଏକ ପ୍ରେମକାହାଣୀ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ପ୍ରେମ ସହ ଭାବପ୍ରବଣତା ଓ ଦୁଃଖ ଭରି ରହିଛି। କାରଣ ଏହା ଜଣେ ୯୧ ବର୍ଷୀୟ ମହିଳା ଏବଂ ୨୩ ବର୍ଷୀୟ ଯୁବକଙ୍କ ପ୍ରେମକାହାଣୀ।

ଆର୍ଜେଣ୍ଟିନାରେ ରହୁଥିବା ଉକ୍ତ ୯୧ ବର୍ଷୀୟ ମହିଳା ନିଜ ବନ୍ଧୁଙ୍କ ପୁଅ(୨୩ ବର୍ଷ)ଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ ବିବାହ ମଧ୍ୟ କରିଥିଲେ। ହେଲେ ହନିମୁନ୍‌ରେ ଏପରି ଘଟଣା ଘଟିଥିଲା ଯାହା ସବୁକିଛି ବଦଳାଇ ଦେଇଥିଲା।

ବୃଦ୍ଧା ମହିଳାଜଣଙ୍କ ନିଜ ବନ୍ଧୁଙ୍କ ଘରେ ରହୁଥିଲେ। ତାଙ୍କ ଘରେ ପୁଅ ମଧ୍ୟ ଥିଲେ। ବନ୍ଧୁଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିଲା। ଏଣୁ ମହିଳା ଯାହା ପେନସନ ପାଉଥିଲେ ସେଥିରେ ତାଙ୍କ ସହାୟତା କରିଆସୁଥିଲେ। ହେଲେ ଯଦି ତାଙ୍କ ମୃତ୍ୟୁ ହୁଏ ବନ୍ଧୁଙ୍କ ଅବସ୍ଥା କ’ଣ ହେବ ବୋଲି ମହିଳାଙ୍କ ମନରେ ପ୍ରଶ୍ନ ଉଠିଥିଲା। ଏଣୁ ମହିଳା ବଡ଼ ନିଷ୍ପତ୍ତି ନେଇଥିଲେ। ସେ ନିଜ ବନ୍ଧୁଙ୍କ ପୁଅଙ୍କୁ ବିବାହ କରିବାକୁ କହିଥିଲେ।

ମହିଳାଜଣଙ୍କ ବନ୍ଧୁଙ୍କ ପୁଅଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ। ସେ ହଁ ଭରିଥିଲେ। ଏବେ ତାଙ୍କ ମୃତ୍ୟୁ ବି ହୋଇଗଲେ ଉକ୍ତ ଯୁବକଙ୍କୁ ପେନସନ୍‌ ମିଳିବ ବୋଲି ମହିଳା ଭାବିଥିଲେ। ବିବାହ ପରେ ସେମାନେ ହନିମୁନରେ ଯାଇଥିଲେ। ସେଠାରେ ହଠାତ୍‌ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଯୁବକ ପେନସନ୍‌ ପାଇଁ ଆବେଦନ କରିଥିଲେ। ହେଲେ ସେଠାରେ ଥିବା ଅଧିକାରୀମାନେ ଯୁବକ ଠକ ବୋଲି ଅଭିଯୋଗ କରିଥିଲେ। ଟଙ୍କା ପାଇଁ ମହିଳାଙ୍କୁ ସେ ବିବାହ କରିଛନ୍ତି ବୋଲି କହି ଜେଲ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। କୌଣସି ପ୍ରକାରେ ସେମାନଙ୍କୁ ବୁଝାଇ ଯୁବକଙ୍କୁ ଜେଲ ଯିବାରୁ ରକ୍ଷା କରାଯାଇଛି। ହେଲେ ଏବେ ବି ସେ ଅସୁବିଧାରେ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri