Posted inଖେଳ

ୟୁରୋ ୨୦୨୧, କୋପା ଆମେରିକା ସ୍ଥଗିତ

ଲାଉସାନେ, ୧୮ା୩ (ଏଏଫ୍‌ପି)-ୟୁନିୟନ ଅଫ୍‌ ୟୁରୋପିଆନ୍‌ ଫୁଟ୍‌ବଲ ଆସୋସିଏଶନ୍ସ (ୟୁଫା) ୨୦୨୧ ପର୍ଯ୍ୟନ୍ତ ୟୁରୋପିଆନ ଫୁଟ୍‌ବଲ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖିଛି।
ସେହିପରି ଜୁନ୍‌ ୧୨ରୁ ଜୁଲାଇ ୧୨ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଓ କଲମ୍ବିଆରେ ଖେଳାଯିବାକୁଥିବା କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏହା ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି। ଏହି ପ୍ରତିଯୋଗିତା ପ୍ରଥମଥର ଦୁଇଟି ଦେଶରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିଲା। ମଙ୍ଗଳବାର ୟୁରୋପିଆନ ଫୁଟ୍‌ବଲ ଗଭର୍ନିଂବଡ଼ିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ୟୁରୋ ୨୦୨୦କୁ ସ୍ଥଗିତ ରଖାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି ଇଭେଣ୍ଟ ମହାଦେଶର ବିଭିନ୍ନ ସ୍ଥାନର ଜୁନ୍‌ ଓ ଜୁଲାଇରେ ଖେଳାଯାଇଥାନ୍ତା। କରୋନା ଭାଇରସ୍‌ ବ୍ୟାପିବାରେ ଲାଗିଥିବାରୁ ସମଗ୍ର ବିଶ୍ୱରେ କ୍ରୀଡ଼ା ଏକ ପ୍ରକାର ସ୍ଥିର ହୋଇଯାଇଛି। ବହୁ ଦେଶ ସେମାନଙ୍କ ସୀମାନ୍ତକୁ ବନ୍ଦ କରିଦେଇଛନ୍ତି। କୋଭିଡ୍‌-୧୯ ଏମରଜେନ୍ସି ଯୋଗୁ ସମସ୍ତ ଘରୋଇ ପ୍ରତିଯୋଗିତା ମଧ୍ୟ ସ୍ଥଗିତ ରଖାଯାଇଛି। ସେଗୁଡ଼ିକ ଶେଷ ହେବା ଦରକାର। ୟୁଫା ଚାମ୍ପିୟନ୍ସ ଲିଗ୍‌ ଏବଂ କ୍ଲବଗୁଡ଼ିକୁ ନେଇ ୟୁରୋପା ଲିଗ୍‌ ପ୍ରତିଯୋଗିତାକୁ ଇତିମଧ୍ୟରେ ସସ୍‌ପେଣ୍ଡ କରାଯାଇଛି। ଉଭୟ ପ୍ରି-କ୍ୱାର୍ଟର ପର୍ଯ୍ୟାୟରେ ପହଞ୍ଚତ୍ସାରିଥିଲା। ଦେଶ ବିଦେଶ ଯାତାୟାତ କଟକଣା ଉଠିବା ପରେ ଯାଇ ଅସମାପ୍ତ ପ୍ରତିଯୋଗିତା ଗୁଡ଼ିକ ସମ୍ପନ୍ନ ହେବ। କହିବାକୁ ଗଲେ ୟୁରୋପ ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଯାଇଛି। ଇଟାଲି ଓ ସ୍ପେନ ପରେ ଫ୍ରାନ୍ସରେ ଅଧିକ ସଂଖ୍ୟାରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳ ସ୍ବରୂପ ସେଭଳି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ ଥିଲେ ୟୁରୋପ ନେତାମାନେ ମହାଦେଶରେ ସେମାନଙ୍କ ଗସ୍ତକ୍ରମ ସ୍ଥଗିତ ରଖିଛନ୍ତି। ଖବର ଅନୁସାରେ କେବଳ ଇଟାଲିରେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ୨,୧୦୦ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ରୋମ୍‌ରେ ୟୁରୋ ୨୦୨୦ର ଓପନିଂ ଗେମ୍‌ ଖେଳାଯିବା କାର୍ଯ୍ୟକ୍ରମ ରହିଥିଲା। ବର୍ତ୍ତମାନ ପରିସ୍ଥିତିରେ ୟୁରୋପରେ ସମସ୍ତ ପ୍ରକାର ଫୁଟ୍‌ବଲ ଟୁର୍ନାମେଣ୍ଟକୁ ସ୍ଥଗିତ ରଖିବା ଉଚିତ୍‌ ବୋଲି ଇଟାଲି ଫୁଟ୍‌ବଲ ଫେଡେରେଶନ ମୁଖ୍ୟ ଗାବ୍ରିଲି ଗ୍ରାଭିନା ପୂର୍ବରୁ ସମସ୍ତଙ୍କୁ ନିବେଦନ କରି ସାରିଛନ୍ତି। ୟୁରୋ ୨୦୨୦ର ମ୍ୟାଚ୍‌ଗୁଡ଼ିକ ଡବ୍‌ଲିନ ଓ ବିଲ୍‌ବାଉଠାରୁ ଆରମ୍ଭ କରି ସେଣ୍ଟ ପିଟର୍ସବର୍ଗ ଓ ବାକୁ ପର୍ଯ୍ୟନ୍ତ ମହାଦେଶର ୧୨ଟି ସହରରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା। ସେମିଫାଇନାଲ ଓ ଫାଇନାଲ ଲଣ୍ଡନରେ ଖେଳାଯାଇଥାନ୍ତା। ମହିଳା ୟୁରୋପିଆନ ଚାମ୍ପିୟନଶିପ୍‌ ଆସନ୍ତା ଜୁଲାଇ ୭ରୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ହେବ। ଫାଇନାଲ ଓ୍ବେମ୍ବଲିଠାରେ ଖେଳାଯିବ। ୟୁଫା ମଧ୍ୟ ଆସନ୍ତାବର୍ଷ ଜୁନ୍‌ରେ ହଙ୍ଗେରୀ ଓ ସ୍ଲୋଭେନିଆରେ ୨୧ ବର୍ଷରୁ କମ୍‌ ୟୁରୋ ଫୁଟ୍‌ବଲ ଟୁର୍ନାମେଣ୍ଟ ଆୟୋଜନ କରିବା ଲାଗି ଯୋଜନା କରିଛି। ୟୁରୋରେ ଭାଗ ନେବାକୁ ଥିବା ୨୪ଟି ଟିମ୍‌ ମଧ୍ୟରୁ ୨୦ଟି ଦଳ ଇତିମଧ୍ୟରେ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ପ୍ଲେ-ଅଫ୍‌ ଜରିଆରେ ଅନ୍ୟ ୪ଟି ଦଳ ନିର୍ଦ୍ଧାରଣ କରାଯାଇଥାନ୍ତା। ଏହି ମ୍ୟାଚଗୁଡ଼ିକ ଚଳିତମାସ ଶେଷଭାଗରେ ଖେଳାଯାଇଥାନ୍ତା। ମାତ୍ର ସେଗୁଡ଼ିକୁ ପରେ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri