Posted inଜାତୀୟ

ନ୍ୟାୟ ପାଇଁ ଗଛରେ ମୃତଦେହକୁ ବାନ୍ଧି ରଖିଛନ୍ତି ଗୁଜରାଟର ଆଦିବାସୀ

ହିମ୍ମତନଗର,୮।୬: ଗୁଜରାଟର ଆଦିବାସୀ ଅଞ୍ଚଳରେ ବହୁ ପୀଢ଼ି ଧରି ‘ଚଡୋତରୁ’ ପରମ୍ପରା ଚାଲିଆସିଛି। ଉକ୍ତ ଅଞ୍ଚଳରେ ଯଦି କୌଣସି ବ୍ୟକ୍ତିଙ୍କ ସନ୍ଦିଗ୍ଧ ମୃତ୍ୟୁ ହୋଇଥାଏ। ତା’ହେଲେ ମୃତଙ୍କ ପରିବାର ଲୋକେ ନ୍ୟାୟ ଓ ସହୟତା ରାଶି ପାଇବା ପାଇଁ ମୃତଦେହକୁ ଏକ ନିମ୍ବ ଗଛରେ ବାନ୍ଧି ରଖିଥାନ୍ତି। ଯେପର୍ଯ୍ୟନ୍ତ ଅଭିଯୁକ୍ତ ଧରା ନ ପଡ଼ିଛନ୍ତି ସେ ପର୍ଯ୍ୟନ୍ତ ମାସ ମାସ ଧାରି ମୃତଦେହକୁ ସେମିତି ଝୁଲାଯାଇଥାଏ। ତେବେ ଚଡୋତରୁ ମାମଲା ଏବେ କମ୍‌ ଦେଖିବାକୁ ମିଳୁଥିବା ବେଳେ ଏବେ ବି କିଛି ଅଞ୍ଚଳରେ ଏହାର ପ୍ରଚୋଳନ ରହିଛି। ସେହିଭଳିି ଏକ ମାମଲା ଆଦିବାସୀ ଗଁା ଟାଢ଼ୀ ବେଦୀରେ ଦେଖିବାକୁ ମିଳିଛି। ଏହି ଗଁା ସାବରକାଣ୍ଠା ଜିଲ୍ଲା ପୋଶିନା ତାଲୁକାର ଗୁଜରାଟ-ରାଜସ୍ଥାନ ବର୍ଡରଠାରୁ ୨ କିଲୋମିଟର ଦୂରରେ ଅବସ୍ଥିିତ। ଉକ୍ତ ଗଁାରେ ଭାତିୟାଭିଆ ଗାମର(୨୨) ନାମକ ଜଣେ ଯୁବକଙ୍କ ଜାନୁୟାରୀ ପ୍ରଥମରୁ ମୃତ୍ୟୁ ହୋଇଥିବା ବେଳେ ଏବେ ବି ତାଙ୍କର ମୃତଦେହ ଗଛରେ ଏକ ଚାଦରରେ ବାନ୍ଧି ରଖାଯାଇଥିବା ଦେଖିବାକୁ ମିଳିଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ନ୍ୟାୟ ପାଇଁ ୬ ମାସ ହେଲାଣି ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର କରି ନ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଉକ୍ତ ମୃତ ଯୁବକ ସେହି ଗଁାର ଜଣେ ଝିଅଙ୍କୁ ଭଲ ପାଉଥିଲେ। ହେଲେ ଝିଅର ପରିବାର ଲୋକେ ଏହି ସମ୍ପର୍କକୁ ନେଇ ଅମଙ୍ଗ ଥିବା ବେଳେ ଯୁବକଙ୍କୁ ସେମାନେ ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଅଭିଯୁକ୍ତ ଗିରଫ ଦାବିରେ ସେମାନେ ଏଭଳି କରିଥିବା ମୃତକଙ୍କ ଭାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରକୁ ଜୋତା ମାଡ, ଗିରଫ ହୋଇଥିବା ଯୁବକ ଯୋଗୀ ୟୁଥ ବ୍ରିଗେଡର ମେମ୍ବର

ଆଗ୍ରା,୩।୫: ଫତେହାବାଦର ସତୀ ମନ୍ଦିରରେ ଶୋଶିତ ସମାଜ ପାର୍ଟି ପ୍ରାର୍ଥୀ ହୋତମ ସିଂଙ୍କ ସମର୍ଥନ ସଭାରେ ପହଞ୍ଚିଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରେ...

କେବେ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦି, ଏହା ପୂର୍ବରୁ ହେବ ରୋଡ ଶୋ’

ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରାଣାସୀ ଲୋକ ସଭା ଆସନରୁ ଏମପି। ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଥର ବାରାଣାସୀରୁ ପ୍ରାର୍ଥୀ କରିଛନ୍ତି।...

ଓ୍ବାୟନାଡ, ରାଏବରେଲି ଦୁଇଟି ଆସନରେ ଜିତିଲେବି ଫସିଯିବେ ରାହୁଲ! ଏନି ରାଜା କହିଲେ ଏହା ଅନ୍ୟାୟ ହେବ

ନୂଆଦିଲ୍ଲୀ,୩।୫: ଅନେକ ଦିନ ଅପେକ୍ଷା କରିବା ପରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ରାଏବରେଲିରୁ ପ୍ରାର୍ଥୀ କରିଛି। ଗାନ୍ଧୀ ପରିବାରର ପାରମ୍ପାରିକ ଆସନ ହୋଇଥିବାରୁ ରାହୁଲଙ୍କୁ ଏହି...

ପ୍ରଧାନମନ୍ତ୍ରୀ ମୋଦି ବି ତ ପଳାୟନ କରିଛନ୍ତି: ଜବାବ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୩।୫:ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି, ଯାହାକି ୨୦୨୪ ଲୋକ ସଭା ନିର୍ବାଚନର ସବୁଠାରୁ ହଟ...

‘ନିର୍ବାଚନକୁ ଦୃଷ୍ଟିରେ ରଖି ଜାମିନ ବିଚାର କରାଯାଇପାରେ’, କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୩।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଇଡିଙ୍କୁ କହିଛନ୍ତି ଯେ ନିର୍ବାଚନ କାରଣରୁ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ...

ପୁଅ କରଣଙ୍କ ନାମାଙ୍କନ ସମୟରେ ନଜର ଆସିଲେ ନାହିଁ ବ୍ରିଜ ଭୁଷଣ

ନୂଆଦିଲ୍ଲୀ,୩।୫: ନିକଟରେ ଭାଜପା କରଣ ଭୂଷଣ ସିଂଙ୍କୁ କେସିଆରଗଞ୍ଜ ଆସନରୁ ପ୍ରାର୍ଥୀ କରିଥିଲା। ଏବେ କରଣ ଭୂଷଣ ସିଂ ଶୁକ୍ରବାର ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ରାହୁଲ ଗାନ୍ଧୀଙ୍କୁ ଆମେ ହରାଇ ପାରିବୁ ନାହିଁ ସେ ନିଶ୍ଚିତ ଜିତିବେ, କାହିଁକି ଏମିତି କହିଲେ ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ,୩।୫: ବର୍ତ୍ତମାନ ପାକିସ୍ତାନ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରବେଶ କରିଛି। ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା...

ଦେବଗୌଡାଙ୍କ ପୁଅଙ୍କ ଉପରେ ଆସିଲା ଆଉ ଏକ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ,୩।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ଦେବଗୌଡାଙ୍କ ନାତି ଉଜ୍ଜ୍ୱଳ ରେଭାନ୍ନାଙ୍କ ବରୋଧରେ ବଳାତ୍କାର ଅଭିଯୋଗ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri