ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ କଟନୀ ଛଟନୀ ଚାଷୀଙ୍କ ଦୁଃଖ ଦ୍ବିଗୁଣିତ କରିଛି । ତାହା ସତ୍ତ୍ୱେ ଯେତେବେଳେ ମଣ୍ଡି ଧାନ ମିର୍ଲସ ହେଡ଼କୁ ଆସୁଛି ସେଠାରେ ବି ଚାଷୀଙ୍କୁ ହଇରାଣ ହରକତ ହେବାକୁ ପଡୁଛି । ଏପରି ଏକ ଘଟଣା ବୁଧବାର ଚୋରି ଧାନ ବୋଝେଇ ଟ୍ରକ ଜବତ ହେବା ପରେ ସାମ୍ନାକୁ ଆସିଛି ।

ସମ୍ବଲପୁର ଜିଲା ଠେମରା ସୋସାଇଟି ମାଧ୍ୟମରେ ଗତ ୬ ତାରିଖ ବୁଧବାର ମାନେଶ୍ଵର ବ୍ଲକ ଗମ୍ଭାରକଟା ଗ୍ରାମର ଚାଷୀ ଶୁଭମ ସାହୁଙ୍କ ୫୬୩ ପ୍ୟାକେଟରେ ୨୨୪ କ୍ବିଣ୍ଟାଲ ଧାନ ଗତ ଜଗଦମ୍ବା ରାଇସ ଇଣ୍ଡଷ୍ଟ୍ରିକୁ ଆସିଥିଲା। ଧାନ ଆସିଥିବା ଟ୍ରକ ନମ୍ବର OD15 ଏସ 1887 ସେହିଦିନରୁ ଜଗଦମ୍ବା ରାଇସ ଇଣ୍ଡଷ୍ଟ୍ରି ସାମ୍ନାରେ ଛିଡା ହୋଇଥିଲା । ଚାଷୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଟ୍ରକରୁ ଧାନ ଅନଲୋଡ଼ ହୋଇନଥିବା ଚାଷୀ ଅଭିଯୋଗ କରିଛନ୍ତି । ଜଗଦମ୍ବା ରାଇସ ଇଣ୍ଡଷ୍ଟ୍ରି ସାମ୍ନାରେ ଛିଡା ହୋଇଥିବା ଟ୍ରକଟି ବୋଝେଇ ହୋଇଥିବା ଧାନ ସହ ଗତକାଲି ଜୁନ ୯ ତାରିଖ ମଙ୍ଗଳବାର ରାତ୍ରିରେ ଚୋରି ହୋଇଯାଇଥିଲା ।

ଚୋରି କରି ନେଇ ପଳାଉଥିବା ଟ୍ରକଟି କୌଣସି କାରଣ ବଶତଃ ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ ଗୋଡ଼ଭଗା- ସୋନପୁର ୫୪ ନମ୍ବର ରାଜ୍ୟ ରାଜପଥର କୁମ୍ବେଲସିଂହା ପାଖରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରୁ ଚୋରି କରି ନେଉଥିବା ଚୋର ଫେରାର ହୋଇଯାଇଥିଲା । ଖବର ପାଇ ଗୋଡ଼ଭଗା ଫାଣ୍ଡି ଅଧିକାରୀ ଗଣେଶ ବାରିକ ଟ୍ରକକୁ ଜବତ କରି ତନାଘନା କରିବା ପରେ ଘଟଣା ପଦାକୁ ଆସିଥିଲା । ଏନେଇ ଅତାବିରା ଥାନାରେ ଏକ ମାମଲା ଦାୟର ହୋଇ ଅଜଣା ଚୋରକୁ ଖୋଜୁଛି ପୋଲିସ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

“ଆମ ଗାଁରେ ଆମ ସରକାର, ବିଦେଶୀ କମ୍ପାନୀ ନାହିଁ ଦରକାର”: ଖଣ୍ଡୁଆଲ ମାଳି ବଞ୍ଚାଇବାକୁ କୋରାପୁଟ-କଳାହାଣ୍ଡି ସୀମାନ୍ତରେ ବିଶାଳ ଗର୍ଜନ

ଥୁଆମୂଳ ରାମପୁର,୩।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ କର୍ଲାପାଟ ଅଭୟାରଣ୍ୟ ଅଞ୍ଚଳର ଖଣ୍ଡୁଆଲ ମାଳିରେ ଖଣି ଖନନକୁ ବିରୋଧ କରି ଜନଆନ୍ଦୋଳନ ତୀବ୍ରରୁ ତୀବ୍ରତର…

ବୁଧବାର ଏହି ଜିଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା, ନିର୍ଦ୍ଦେଶନାମା ଜାରି କଲେ…

ଛତ୍ରପୁର,୩।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ୪ ତାରିଖ (ବୁଧବାର) ଗଞ୍ଜାମ ଜିଲାର ସମସ୍ତ…

କୋଟିଆରେ ଓଡ଼ିଶାର ଦୃଢ଼ ଆଭିମୁଖ୍ୟ: ପ୍ରଶାସନ-ପୋଲିସର ବିରୋଧ ପରେ ପଛଘୁଞ୍ଚା ଦେଲା ଆନ୍ଧ୍ର ପୋଲିସ୍

ପଟ୍ଟାଙ୍ଗି,୩।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ବିବାଦୀୟ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମରେ ପୁଣି ଥରେ ସୀମା ବିବାଦ ଉଗ୍ର ରୂପ ନେଇଛି।…

ଆସନ୍ତା ୭ରେ ଗଞ୍ଜାମ ଆସୁଛନ୍ତି ନବୀନ: ବାତ୍ୟା-ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ ବିଜେଡି ସୁପ୍ରିମୋ,ନିର୍ବାଚନ ପୂର୍ବରୁ…

ଭଞ୍ଜନଗର,୩।୧୧(ବାବୁଲା ପ୍ରଧାନ): ଗତ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାକୁ ସମ୍ପୂର୍ଣ୍ଣ ଶ୍ରୀହୀନ କରିଦେଇଛି। ପ୍ରାକୃତିକ ଦୁର୍ବିପାକ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ…

୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା ଜାରିକଲେ ଅର୍ଥମନ୍ତ୍ରୀ, କିଣିବାକୁ ହେଲେ ଦେବାକୁ ହେବ….

ନୂଆଦିଲ୍ଲୀ,୩।୧୧: କର୍ନାଟକ ସଙ୍ଗୀତର ମହାନ ସଙ୍ଗୀତଜ୍ଞ ତଥା କର୍ନାଟକ ସଙ୍ଗୀତର ତ୍ରିମୂର୍ତ୍ତିଙ୍କ ମଧ୍ୟରୁ ଅନ୍ୟତମ ମୁଥୁସ୍ୱାମୀ ଦୀକ୍ଷିତାରଙ୍କ ୨୫୦ତମ ଜୟନ୍ତୀ ଅବସରରେ ୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା…

୧୪ ଦିନର କସରତ ପରେ ସଫଳତା: କଣ୍ଟାବାଞ୍ଜିରୁ ହିଂସ୍ର ଭାଲୁକୁ କାବୁ କଲା ବନ ବିଭାଗ

ବଲାଙ୍ଗୀର,୩।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରରେ ଗତ ଦୁଇ ସପ୍ତାହ ହେଲା ଆତଙ୍କ ଖେଳାଇଥିବା ଏକ ହିଂସ୍ର ଭାଲୁକୁ ଶେଷରେ ବନ ବିଭାଗ କାବୁ…

ଧନତେରସରେ ସୁନା-ରୂପା କିଣିବାକୁ ଟଙ୍କା ନାହିଁ କି? ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ବର୍ଷସାରା ଟଙ୍କାର ଅଭାବ ରହିବନି

ହିନ୍ଦୁ ଧର୍ମରେ ଧନତେରେସ ଦିନ ନୂଆ ଜିନିଷ କିଣିବାର ବହୁତ ମହତ୍ତ୍ୱ ରହିଛି। ଏହି ଦିନ ମାଆ ଲକ୍ଷ୍ମୀ, ଭଗବାନ ଗଣେଶ, ଭଗବାନ କୁବେର ଏବଂ ଭଗବାନ…

ନ୍ୟୁଜିଲାଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି, ସୁସ୍ଥ ହେଲେ ଏହି ଷ୍ଟାର ବୋଲର

ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳକୁ ମିଳିଛି ବଡ଼ ଆଶ୍ୱସ୍ତି । ଟିମ୍ ଇଣ୍ଡିଆର ଷ୍ଟାର୍‌ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ତିନୋଟି ଯାକ ଫର୍ମାଟ୍‌ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?