ଭଗାମୁଣ୍ଡାର ପରିଚୟ ରେଶମ ଶିଳ୍ପ

ଯୋଡ଼ା,୬।୩(ଡି.ଏନ.ଏ.)-ଖଣି, ବୈତରଣୀ ଓ ମା’ ତାରିଣୀଙ୍କୁ ନେଇ ସାରା ରାଜ୍ୟ ତଥା ଦେଶରେ କେନ୍ଦୁଝର ଜିଲା ପ୍ରସିଦ୍ଧି ଲାଭ କରିଥିବାବେଳେ ଏବେ ଆଉ ଏକ କୁଟୀରଶିଳ୍ପ ଏହି ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି। ଟସର ରେଶମ ସୂତାରେ ନିର୍ମିତ ଶାଢି,ବସ୍ତ୍ର ପାଇଁ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଗ୍ରାମ ଏବେ ଅର୍ନ୍ତଜାତୀୟ ବଜାରରେ ନିଜକୁ ସାମିଲ କରିପାରିଛି। ଏକଦା ମହାଜନୀ କାରବାରରେ ନିଷ୍ପେଷିତ ହେଉଥିବା ଆଦିବାସୀ ଅଧ୍ୟୁଷିତ ଭଗାମୁଣ୍ଡା ଗ୍ରାମର ଲୋକମାନେ ଏବେ ଟସର ଶିଳ୍ପ ପାଇଁ ବେଶ୍‌ ସ୍ବାବଲମ୍ବୀ ହୋଇପାରିଛନ୍ତି। ପୁରୁଷଙ୍କ ସମେତ ମହିଳାମାନେ ଏହି କାର୍ଯ୍ୟରେ ସାମିଲ ହୋଇ ଟସରରୁ ବିଭିନ୍ନ ପ୍ରକାର ବସ୍ତ୍ର ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି। ଏପରି କି ଭଗାମୁଣ୍ଡା ଟସର ସମବାୟ ସମିତିକୁ ଫ୍ରାନ୍ସ, ଇଟାଲି ଓ କାନାଡ଼ାର ଟସର ଗବେଷକମାନେ ପରିଦର୍ଶନରେ ଆସି ବେଶ୍‌ ପ୍ରଶଂସା କରିଛନ୍ତି। ହେଲେ ପ୍ରଶାସନିକ ଉଦାସୀନତା ଏବଂ ଉପଯୁକ୍ତ ବଜାର ସୁବିଧାର ଅଭାବ ଯୋଗୁ ଯେଉଁ ମାତ୍ରାରେ ଟସର କାରୀଗରମାନେ ଲାଭବାନ ହେବା କଥା ତାହା ହୋଇପାରୁ ନାହାନ୍ତି। ଏହାସତ୍ତ୍ୱେ ଏଠାକାର ମହିଳାପୁରୁଷମାନେ ଏହି କୁଟୀର ଶିଳ୍ପର ବିକାଶ ପାଇଁ ଅହରହ ଉଦ୍ୟମ ଜାରି ରଖିଥିବା ପ୍ରକାଶ କରିଛନ୍ତି।
ଆଦିବାସୀ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ୧୯୭୮ରେ ଭଗାମୁଣ୍ଡାଠାରେ ଟସର ସମବାୟ ସମିତି ସ୍ଥାପନ କରାଯାଇଥିଲା। ପ୍ରାରମ୍ଭରୁ ଏହି ସମିତି ଦ୍ୱାରା ନିକଟସ୍ଥ ଆଦିବାସୀ ଗ୍ରାମର ଲୋକଙ୍କୁ ଉନ୍ନତମାନର ଟସର ବିହନ ଯୋଗାଇ ଦିଆଯାଇ ସେମାନଙ୍କଠାରୁ ଟସର ଖୋସାକୁ ସୁଲଭ ମୂଲ୍ୟରେ କ୍ରୟ କରାଯାଉଥିଲା। ୨୦୦୦ମସିହା ପରେ ଏହି ଟସର ସମବାୟ ସମିତିରେ ସୂତା କାଟି ଲୁଗା ବୁଣିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୧-୧୨ରେ ସ୍ଥାନୀୟ ଯୁବତୀଯୁବକ ଏବଂ ସମବାୟ ସମିତିର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହାକୁ ବିକାଶ କରାଯାଇଥିଲା। ରାଜ୍ୟ ସରକାରଙ୍କ ହ୍ୟାଣ୍ଡଲୁମ୍‌ ଟେକ୍ସଟାଇଲ୍‌ ଓ ହ୍ୟାଣ୍ଡି କ୍ରାଫ୍ଟ ମନ୍ତ୍ରଣାଳୟ ପକ୍ଷରୁ ୪ କୋଟି ୭ ଲକ୍ଷ ଏବଂ ପରେ ୩ କୋଟି ୮୦ ଲକ୍ଷ ଟଙ୍କା ଅନୁଦାନରେ ଏଠାରେ ଟସର ଖୋସା ସଂଗ୍ରହ ବ୍ୟତୀତ ଟସରରୁ ରେଶମ ସୂତା କାଟି ବସ୍ତ୍ର ବୁଣା ଆରମ୍ଭ ହୋଇଥିଲା। ଏହା ହେବା ପରେ ଭଗାମୁଣ୍ଡା ନିକଟବର୍ତ୍ତୀ ଗ୍ରାମ ତଥା ହରିଚନ୍ଦନପୁର ବ୍ଲକର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦୦ଯୁବତୀ ଏଠାରେ ନିଯୁକ୍ତିର ସୁଯୋଗ ପାଇଥିଲେ। ସମବାୟ ସମିତିରୁ ଉନ୍ନତମାନର ବିହନକୁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ନିକଟସ୍ଥ ଜଙ୍ଗଲରେ ଥିବା ଅସନ, ଅର୍ଜୁନ ଗଛରେ ପ୍ରୟୋଗ କରି ଟସର ଖୋସା ଉତ୍ପାଦନ କରୁଛନ୍ତି। ସମିତି ପକ୍ଷରୁ ଏହି ଟସର ଖୋସାକୁ ଚାଷୀଙ୍କ ଠାରୁ କ୍ରୟ କରି ସମିତିକୁ ଅଣାଯାଉଛି। ଏହି ଟସରଖୋସାରୁ ସ୍ଥାନୀୟ ଯୁବତୀମାନେ ଉନ୍ନତ ଜ୍ଞାନକୌଶଳ ଅବଲମ୍ବନ କରି ସୂତା ବାହାର କରିବା ସହ ହସ୍ତତନ୍ତ ମାଧ୍ୟମରେ ବୁଣି ଟସର ରେସମ ଶାଢି, ଧୋତି, ଚାଦର, ସାଲ୍‌ ଆଦି ପ୍ରସ୍ତୁତ କରୁଛନ୍ତି। ନୂତନ ଜ୍ଞାନକୌଶଳ ଆହରଣ ପାଇଁ କାର୍ଯ୍ୟରତ ଯୁବତୀଯୁବକଙ୍କୁ ସମିତି ପକ୍ଷରୁ ରାଜ୍ୟ ବାହାରେ ଥିବା ରେଶମ ସୂତା କାଟିବା କେନ୍ଦ୍ର ଓ ବସ୍ତ୍ର ନିର୍ମାଣ କରିବା କେନ୍ଦ୍ରକୁ ପଠାଯାଇ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ପୂର୍ବରୁ ଏହି ସମିତିରେ ଟସରରୁ ସୂତା ବାହାର କରିବା ଏବଂ ବୁଣିବା କାର୍ଯ୍ୟ ବର୍ଷର ମାତ୍ର ୩ମାସ ହେଉଥିଲା। ଏଥିଯୋଗୁ ଏଠାରେ କାର୍ଯ୍ୟରତ ଥିବା କିଛି ଯୁବତୀଯୁବକ ବର୍ଷର ଅନ୍ୟ ୯ମାସ ବାହାର ଅଞ୍ଚଳକୁ ଦାଦନ ଖଟିବାକୁ ଯାଉଥିବାବେଳେ ଆଉ କିଛି ବେରୋଜଗାର ହେଉଥିଲେ। ଏହାକୁ ଦୃଷ୍ଟିରେ ସମିତି ପକ୍ଷରୁ ଅନୁରୋଧ ପରେ ସରକାରଙ୍କ ପକ୍ଷରୁ ଭଗାମୁଣ୍ଡାସ୍ଥିତ ଏହି ଟସର ସମବାୟ ସମିତିକୁ ଉନ୍ନତମାନର ବିଭିନ୍ନ ପ୍ରକାର ମେଶିନ୍‌ ଯୋଗାଇ ଦିଆଯାଇଥିଲା। ଯାହାଫଳରେ ବାହାର ଞ୍ଚଳକୁ ଦାଦନ ଖଟିବାକୁ ଯାଉଥିବା ଯୁବତୀଯୁବକମାନେ ବର୍ଷସାରା ଏଠାରେ କାର୍ଯ୍ୟ ପାଇ ପାରୁଛନ୍ତି। ଏଠାରୁ ଟସରରୁ କଟା ଯାଉଥିବା ରେସମ ସୂତା ରାଜ୍ୟର କେନ୍ଦୁଝର ଜିଲା ଫକୀରପୁର, କୁଆଖିଆ ଗୋପାଳପୁର, ଆଠଗଡ଼, ନୂଆପାଟଣା ପ୍ରଭୃତି ଅଞ୍ଚଳକୁ ପଠାଯିବା ସହିତ ରାଜ୍ୟ ବାହାର ଉତ୍ତରପ୍ରଦେଶର ଆଜମଗଡ଼, ବିହାରର ଭାଗଲପୁର, ଦିଲ୍ଲୀ, ବନାରସ ପ୍ରଭୃତି ଅଞ୍ଚଳକୁ ପଠାଯାଉଛି। ସମିତିର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାପାତ୍ରଙ୍କ କହିବାହେଲା, ଏଠାରୁ ଉପତ୍ାଦନ ହେଉଥିବା ଟସର ରେଶମ ସୂତାକୁ ଦେଶ ବାହାର ଦକ୍ଷିଣ ଆଫ୍ରିକାକୁ ମଧ୍ୟ ରପ୍ତାନି ହେଉଛି। ଏଠାରେ କାର୍ଯ୍ୟ କରୁଥିବା କେନ୍ଦୁଝର ଜିଲା କରଡ଼ାପାଳ ଗ୍ରାମର ସୂତାକଟାଳି ମହିଳା କୁନି ଦେହୁରିଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଲ୍ଲୀଠାରେ ପୁରସ୍କୃତ କରାଯିବା ସହିତ ତାଙ୍କୁ ୧ଲକ୍ଷ ଟଙ୍କାର ଚେକ୍‌ ମଧ୍ୟ ପ୍ରଦାନ କରାଯାଇଛି। ସେହିପରି ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଟରନ୍ୟାଶନାଲ ଟେକ୍ସଟାଇଲ ମ୍ୟାନୁଫ୍ୟାକ୍ଚରର ଆସୋସିଏଶନ ପକ୍ଷରୁ ଭଗାମୁଣ୍ଡା ଟସର ସମବାୟ ସମିତିର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ ସୂତାକଟାଳି କୁନି ଦେହୁରୀଙ୍କୁ ପୁରସ୍କୃତ କରାଯିବା ସହିତ ଆର୍ଥିକ ରାଶି ପ୍ରଦାନ କରାଯାଇଛି। ଏଥି ସହିତ ଏହି ସମିତିକୁ ତାମିଲନାଡୁ, ଆସାମ୍‌ , ମଧ୍ୟପ୍ରଦେଶ ପ୍ରଭୃତି ରାଜ୍ୟର ବୟନଶିଳ୍ପ ନିର୍ଦ୍ଦେଶକ ଓ ସଚିବମାନେ ଗସ୍ତ କରି ଏହାର ପ୍ରସ୍ତୁତି ପ୍ରଣାଳୀକୁ ଅନୁଧ୍ୟାନ କରିଛନ୍ତି। ଏହି ଭଗାମୁଣ୍ଡା ଟସର ସମବାୟ ସମିତିର ପରିଦର୍ଶନ ତଥା ଅନୁଧ୍ୟାନ କରିବା ପାଇଁ ଦେଶ ତଥା ବିଦେଶର ରେଶମ ବୋର୍ଡ ପ୍ରତିନିଧିମାନେ ଆସୁଥିଲେ ହେଁ, ସ୍ଥାନୀୟ ପ୍ରଶାସନିକ ଉଦାସୀନତା ଯୋଗୁ ସମବାୟ ସମିତର ଉପଯୁକ୍ତ ଉନ୍ନତି ହୋଇ ପାରୁନାହିଁ। ବିଭିନ୍ନ ସମସ୍ୟା ମଧ୍ୟରେ ରହି ଏଠାରେ କାର୍ଯ୍ୟ କରୁଥିବା ଶତାଧିକ ମହିଳାଙ୍କ ରହିବା ପାଇଁ ହଷ୍ଟେଲ ଟିଏ ନାହିଁ । ଏପରିକି ସେମାନଙ୍କୁ ଦୁଇ ଓଳି ଖାଦ୍ୟ ମଧ୍ୟ ଭଲରେ ମିଳୁନାହିଁ ବୋଲି ସୂତାକଟାଳିମାନେ କହିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏମାନଙ୍କ ପ୍ରତି ଦୃଷ୍ଟି ଦିଆଗଲେ ସେମାନଙ୍କ ସମସ୍ୟାର ସମାଧାନ ହେବା ସହିତ ସମିତିର ବିକାଶ ହେବା ସହିତ କାରିଗରଙ୍କ ଆର୍ଥିକ ଅବସ୍ଥାରେ ମଧ୍ୟ ଉନ୍ନତି ଘଟିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri