ଜାତୀୟକରଣ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା

ପୁରୀ ଅଫିସ, ୬ା୨: ଏଣିକି କୌଣସି ଘରୋଇ ବ୍ୟାଙ୍କରେ ଆଉ ରହିବନି ଶ୍ରୀମନ୍ଦିର ପାଣ୍ଠି। ଜାତୀୟକରଣ ବ୍ୟାଙ୍କରେ ରଖାଯିବ ମହାପ୍ରଭୁଙ୍କ ଟଙ୍କା। ଏଥିଲାଗି ଟେଣ୍ଡର ଆହ୍ବାନ କରାଯିବ। ଯେଉଁ ବ୍ୟାଙ୍କ ଅଧିକ ସୁଧ ଦେବ ସେହି ବ୍ୟାଙ୍କରେ ୫୦ ପ୍ରତିଶତ ଅର୍ଥ ଜମା ରହିବ। ଅନ୍ୟ ଦୁଇଟି ବ୍ୟାଙ୍କରେ ବଳକା ଟଙ୍କାକୁ ବାଣ୍ଟି ରଖାଯିବ। ଫଳରେ ମହାପ୍ରଭୁଙ୍କ ପାଣ୍ଠି ସୁରକ୍ଷିତ ରହିପାରିବ। ବୁଧବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ମହାପ୍ରଭୁଙ୍କ କର୍ପସ ପାଣ୍ଠି ଏବଂ ହୁଣ୍ଡି ଟଙ୍କା ମିଶାଇ ପ୍ରାୟ ୬୦୦ କୋଟି ଟଙ୍କା ଏକ ଘରୋଇ ବ୍ୟାଙ୍କରେ ରଖାଯାଇଛି। ଏକାବେଳେ ଏତେ ଟଙ୍କା ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ କାହିଁକି ଜମା ହେଲା ତାହା ଜଣାପଡ଼ିିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରି କି ଗତବର୍ଷ ଡିସେମ୍ବର ୨୦ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏ ନେଇ ହୋ ହଲ୍ଲା ହୋଇଥିଲା। ପରିଚାଳନା କମିଟି ଅନୁମୋଦନ ବିନା ଏବଂ ଅର୍ଥ ସବ୍‌କମିଟି ସଦସ୍ୟଙ୍କ ଅଜ୍ଞାତରେ କିପରି ମହାପ୍ରଭୁଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ ରଖାଗଲା ବୋଲି ସେବାୟତ ସଦସ୍ୟମାନେ ପ୍ରଶ୍ନ କରିଥିଲେ। ପୂର୍ବରୁ ଜାତୀୟକରଣ ବ୍ୟାଙ୍କରେ ଟଙ୍କା ଜମା କରାଯାଉଥିବାବେଳେ ଘରୋଇ ବ୍ୟାଙ୍କରେ ଟଙ୍କା ରଖିବାକୁ କିଏ ଅନୁମୋଦନ ଦେଲା ବୋଲି ପ୍ରଶ୍ନ ଉଠିଥିଲା। ପରିଚାଳନା କମିଟିରେ ଏହି ପ୍ରସଙ୍ଗ ଉଠିବା ପରେ ହରଡ଼ଘଣାରେ ପଡିଥିଲେ ଘରୋଇ ବ୍ୟାଙ୍କରେ ଟଙ୍କା ରଖିଥିବା ଅଧିକାରୀ। ବୈଠକର ୪ ଦିନ ପରେ ଅର୍ଥାତ୍‌ ଡିସେମ୍ବର ୨୪ରେ ସାନି ଟେଣ୍ଡର ଆହ୍ବାନ କରାଯାଇଥିଲା। ଏପରି କି, ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ। ଏହାପରେ ଅର୍ଥ ସବ୍‌ କମିଟି ବୈଠକ ବସି ଏ ସଂକ୍ରାନ୍ତରେ ବିସ୍ତୃତ ଭାବେ ତର୍ଜମା କରାଯାଇଥିଲା। ଏଥିରେ ମହାପ୍ରଭୁଙ୍କ ପାଣ୍ଠିର ସ୍ବଚ୍ଛତା ରଖାଯିବା ଲାଗି ନିଷ୍ପତ୍ତି ହୋଇଥିଲା।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି, ମହାପ୍ରଭୁଙ୍କ ଅର୍ଥର ସୁପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ଗାଇଡ୍‌ଲାଇନ ପ୍ରସ୍ତୁତ କରାଯାଇଛି। ପରିଚାଳନା କମିଟି ବୈଠକରେ ଏହି ଗାଇଡ୍‌ଲାଇନକୁ ଅନୁମୋଦନ ଦିଆଯାଇଛି। ଶ୍ରୀମନ୍ଦିରର ଫାଉଣ୍ଡେଶନ ଫଣ୍ଡ୍‌ (ହୁଣ୍ଡି ଅର୍ଥ)କୁ ଏସ୍‌ବିଆଇରେ ରଖିବା ଲାଗି ରାଜ୍ୟ ସରକାରଙ୍କ ନିୟମ ରହିଛି। ତାହାକୁ ଏସ୍‌ବିଆଇରେ ହିଁ ରଖାଯିବ। ସେହିପରି କର୍ପସ ଫଣ୍ଡ୍‌ ଏବଂ ଟେମ୍ପୁଲ ଫଣ୍ଡ୍‌ ପୂର୍ବରୁ ଏକାଠି ରହୁଥିଲା। ଏବେ ଏହାକୁ ଅଲଗା ଅଲଗା ଭାବେ ରଖାଯାଉଛି। ଏହି ଦୁଇଟି ଫଣ୍ଡ୍‌କୁ କେବଳ ଜାତୀୟକରଣ ବ୍ୟାଙ୍କରେ ହିଁ ରଖାଯିବ। ଏଥିପାଇଁ ଟେଣ୍ଡର ଡକାଯିବ। ୩/୪ଟି ଜାତୀୟକରଣ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖାଯିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ଆର୍ଥିକ ବର୍ଷରୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri