ଦୁର୍ଘଟଣାରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମା’ ଝିଅଙ୍କ ମୃତ୍ୟୁ ଘଟିଥିଲା। ମୃତା ମହିଳା ହେଲେ ବଲାଙ୍ଗୀର ସହର ତାଲପାଲିପଡ଼ାର ସୁନୀତା ନାଗ(୪୦) ଓ ତାଙ୍କ ଝିଅ ସୁଷମା (୨୦)। ସୁନୀତା ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ। ତାଙ୍କୁ ହସ୍ପିଟାଲରେ ଛାଡ଼ିବା ପାଇଁ ଯିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନାନୁଯାୟୀ, ବଲାଙ୍ଗୀର ସହର ତାଲପାଲିପଡ଼ା ଘରୁ ମା’ ସୁନୀତାଙ୍କୁ ସ୍କୁଟିରେ ବସାଇ ଝିଅ ସୁଷମା ଘରୋଇ ହସ୍ପିଟାଲକୁ ଛାଡ଼ିବା ପାଇଁ ଯାଉଥିଲେ। ଗାନ୍ଧୀନଗରପଡ଼ା ମତ୍ସ୍ୟ କାର୍ଯ୍ୟାଳୟ ନିକଟରେ ରାସ୍ତାରେ ପଡ଼ିଥିବା କାଦୁଅରେ ସେମାନେ ଯାଉଥିବା ସ୍କୁଟି ସ୍ଲିପ୍‌ କରି ଯାଇଥିଲା। ଯାହା ଫଳରେ ଉଭୟ ତଳେ ପଡ଼ିଯାଇଥିଲେ। ଠିକ ସେତିକି ବେଳେ ପଛପଟରୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କ ଉପରେ ମାଡି ଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଉଭୟ ମା’ ଝିଅଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ୍‌ଟି ଫେରାର ହୋଇଯାଇଥିବା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୋଲିସ ଟ୍ରକ ଜବତ କରିବା ସହ ଓ ଡ୍ରାଇଭରଙ୍କୁ ଗିରଫ କରିଥିଲା ଟାଉନ ପୋଲିସ। ଏହି ଦୁର୍ଘଟଣାକୁ ନେଇ ଟାଉନ କଂଗ୍ରେସ ପକ୍ଷରୁ ନଗର ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ପୌର ନିର୍ବାହୀ ଅଧିକାରୀ ଓ ପୌରାଧ୍ୟକ୍ଷାଙ୍କୁ ଦାୟୀ କରାଯାଇ ମଙ୍ଗଳବାର ସନ୍ଧ୍ୟାରେ ଟାଉନ ଥାନାରେ ଏତଲା ଦିଆଯାଇଥିଲା।
ସେହିପରି ବୁଧବାର ବଲାଙ୍ଗୀର ବିଜୁ ଜନତା ଦଳ ପକ୍ଷରୁ ମା’ ଓ ଝିଅଙ୍କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଟାଉନ ଥାନା ଆଇଆଇସି ଅବନୀ ସାହୁଙ୍କୁ ସାକ୍ଷାତ କରି ଟ୍ରକ୍‌ ମାଲିକଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ବଲାଙ୍ଗୀର ସହରରେ ଚାଲୁ ଥିବା ବେଆଇନ ଟ୍ରକ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ଓ ମୃତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?