Posted inଖେଳ

କରୋନା ଭାଇରସ୍‌: ଅଲିମ୍ପିକ କ୍ୱାଲିଫାୟର ଖେଳିବେନି ୪ ଚାଇନା ମହିଳା ଫୁଟବଲ୍‌ର

ବେଜିଂ,୩୦।୧(ପି.ଟି.)- ବହୁ ଚର୍ଚ୍ଚିତ କରୋନା ଭାଇରସ ପ୍ରଭାବିତ ଅଞ୍ଚଳରୁ ଆସିଥିବାର ଚାଇନାର ୪ଜଣ ମହିଳା ଫୁଟବଲର ଅଷ୍ଟ୍ରେଲିଆର ସିଡନୀରେ ଖେଳାଯିବାକୁ ଥିବା ଟୋକିଓ ଅଲିମ୍ପିକ୍ସ ମହିଳା ଫୁଟବଲ୍‌ କ୍ୱାଲିଫାଇଙ୍ଗ୍‌ ମ୍ୟାଚ୍‌ ଖେଳିବେ ନାହିଁ। ଚାଇନିଜ ଫୁଟବଲ ଆସୋସିଏଶନ (ସିଏଫ୍‌ଏ) ବୁଧବାର ଏ ନେଇ ସୂଚନା ଦେଇଛି। ଏହି ମହିଳା ଫୁଟବଲରଙ୍କ ମଧ୍ୟରେ ତାରକା ଷ୍ଟ୍ରାଇକର ଓ୍ବାଙ୍ଗ୍‌ ଶୁଆଙ୍ଗ୍‌ ସାମିଲ ରହିଛନ୍ତି। କରୋନା ଭାଇରସ ପ୍ରଭାବିତ ଉହାନ ସହରରେ ରହୁଥିବା ୩ଜଣ ଖେଳାଳି ହେଲେ ଓ୍ବାଙ୍ଗ୍‌ ଶୁଆଙ୍ଗ, ୟାଓ ଓ୍ବେଇ ଓ ଲିଓ ୟୁଏୟୁନ। ସେହିପରି ଲି ମେନ୍‌ଓ୍ବେନ୍‌ ଝେଜିଆଙ୍ଗ୍‌ ପ୍ରୋଭିନ୍ସରେ ରହୁଛନ୍ତି। ଏପିଡେମିକ୍‌ କଣ୍ଟ୍ରୋଲ ବା ମହାମାରୀ ନିୟନ୍ତ୍ରଣ ଚାଲୁ ରହିଥିବାରୁ ଏହି ଖେଳାଳିମାନେ ଅଷ୍ଟ୍ରେଲିଆରେ ଦଳସହ ସାମିଲ ହୋଇପାରିବେ ନାହିଁ ବୋଲି ସିଏଫ୍‌ଏ ତରଫରୁ କୁହାଯାଇଛି।
ଗତ ୨୩ ତାରିଖରୁ ଭାଇରସ୍‌ ପ୍ରଭାବିତ ଅଞ୍ଚଳକୁ ବାହ୍ୟଜଗତରୁ ବିଚ୍ଛିନ୍ନ କରାଯାଇଛି। ଫଳରେ ଲୋକମାନେ ଏହି ସ୍ଥାନରୁ ଯିବା ଆସିବା କରିପାରୁନାହାନ୍ତି। ଚାଇନାରେ କରୋନା ଭାଇରସ୍‌ କାରଣରୁ ଏପର୍ଯ୍ୟନ୍ତ ୧୩୨ଜଣ ଲୋକ ପ୍ରାଣ ହରାଇଛନ୍ତି। ତେବେ ଏହି ଭାଇରସ୍‌ରେ ୬,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି। ଭାଇରସ ଓ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ଚାଇନା କର୍ତ୍ତୃପକ୍ଷ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି।
ତାରକା ମହିଳା ଫୁଟବଲର ଓ୍ବାଙ୍ଗ କ୍ରମାଗତ ତୃତୀୟଥର ପାଇଁ ଚାଇନିଜ ଫିମେଲ ଫୁଟବଲର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ସେ ମଧ୍ୟ ଜଣାଶୁଣା କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ ତରଫରୁ ଖେଳୁଛନ୍ତି। ଚାଇନା ଦଳରେ ଓ୍ବାଙ୍ଗ୍‌ ଜଣେ ହାଇପ୍ରୋଫାଇଲ ଖେଳାଳି ରୂପେ ବିବେଚିତ ହେଉଛନ୍ତି। ସେହିପରି ମିଡ୍‌ ଫିଲ୍ଡର ୟାଓ ମଧ୍ୟ ନାମୀ ଫୁଟବଲ ଭାବେ ପରିଚିତ। ଅଷ୍ଟ୍ରେଲିଆ ଗସ୍ତ ପୂବରୁ ଚାଇନାର ସବୁ ୨୧ଜଣ ଖେଳାଳିଙ୍କର ଏହି ଭାଇରସ ଟେଷ୍ଟ ହୋଇଛି ଓ ସବୁର ଫଳାଫଳା ନେଗେଟିଭ୍‌ ଆସିଛି ବୋଲି ସିଏଫ୍‌ଏ ତରଫରୁ କୁହାଯାଇଛି। ବୁଧବାର ଚାଇନା ଦଳ ବ୍ରିସ୍‌ବେନ୍‌ରେ ପହଞ୍ଚିଛି ଓ ଆଗାମୀ ୨ ଦିନ ମଧ୍ୟରେ ଦଳ ସିଡନୀ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ବିଜୟ ହାସଲ କଲା ସନ୍‌ରାଇଜର୍ସ: ପ୍ରଥମ ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ ଦୌଡରୁ ବିଦା

ହାଇଦ୍ରାବାଦ, ୮।୫: ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ପ୍ରଥମ ଦଳ ହୋଇଛି ଯିଏ ଆଇପିଏଲ୍ ୨୦୨୪ ରୁ ବାଦ୍ ପଡିଛି। ପରବର୍ତ୍ତୀ ମ୍ୟାଚ୍ ଖେଳିବା ପୂର୍ବରୁ ଏହା...

୧୦ ଉଇକେଟରେ ଜିତିଲା ସନ୍‌ରାଇଜର୍ସ: ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ

ହାଇଦ୍ରାବାଦ, ୮।୫: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍‌ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ...

ବିରାଟ କୋହଲିଙ୍କ ଯୋଗୁ ହାରିଯାଇଥିଲେ ବିଶ୍ୱକପ୍‌ ଫାଇନାଲ? ବହୁତ ବଡ଼ କଥା କହିଦେଲେ ସେହ୍ବାଗ…

ନୂଆଦିଲ୍ଲୀ,୮।୫: ଭାରତୀୟ ଟିମ୍‌ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଗୋଟିଏ ବି ମ୍ୟାଚ୍‌ ନ ହାରି ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ହାରିବା...

କଳିଙ୍ଗ ଷ୍ଟାଡିୟମରେ ୧୨ରୁ ଫେଡେରେଶନ କପ୍‌: ଆକର୍ଷଣରେ ନୀରଜ ଚୋପ୍ରା, କିଶୋର ଜେନା

ଭୁବନେଶ୍ୱର, ୮।୫ (ତପନ ସ୍ବାଇଁ): କିଛି ଦିନର ବ୍ୟବଧାନ ପରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ତାରକା ଆଥ୍‌ଲେଟଙ୍କ ମହାମେଳା। ଚଳିତ ମାସ ୧୨ରୁ ୧୫...

ବଡ଼ ଅଡୁଆରେ ଫସିଛନ୍ତି ଯଶସ୍ବୀ, ଏବେ ଟି୨୦ ବିଶ୍ୱକପ୍‌ରେ କ’ଣ ହେବ?

ନୂଆଦିଲ୍ଲୀ,୮।୫: ଯଶସ୍ବୀ ଜୟସ୍ବାଲ ଗତ ଏକ ବର୍ଷ ମଧ୍ୟରେ ସମସ୍ତ ଫର୍ମାଟରେ ଜବରଦସ୍ତ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି। ହେଲେ ଆଇପିଏଲ୍‌ରେ ସେ ସେତେଟା ଭଲ...

VIDEO: ଆର୍‌ସିବିର ମଜା ଉଡାଇଲା ପଞ୍ଜାବ କିଙ୍ଗ୍ସ, ଧର୍ମଶାଳା ମ୍ୟାଚ୍‌କୁ ନେଇ ବଢ଼ିଲା ଉତ୍କଣ୍ଠା

ନୂଆଦିଲ୍ଲୀ,୮।୫: ଆଇପିଏଲ୍‌ ୨୦୨୪ର ଲିଗ୍‌ ପର୍ଯ୍ୟାୟ ଏବେ ଶେଷ ସୋପାନରେ। ଦୁଇ ସପ୍ତାହ ପରେ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ମୁକାବିଲା ଖେଳାଯିବ। ଏଯାବତ ଗୋଟିଏ ବି...

ଟି୨୦ ବିଶ୍ୱକପ୍‌କୁ ମାଗଣାରେ ଦେଖିପାରିବେ ଦର୍ଶକ, ଡିଜ୍‌ନୀ କଲା ବଡ଼ ଘୋଷଣା…

ନୂଆଦିଲ୍ଲୀ,୮।୫: ଆଗାମୀ ଟି୨୦ ବିଶ୍ୱକପ୍‌ ନେଇ ବଡ଼ ଘୋଷଣା କରିଛି ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର। ବ୍ୟବହାରକାରୀମାନେ ଏହି ମୋବାଇଲ ଆପ୍‌ରେ ମାଗଣାରେ ବିଶ୍ୱକପ୍‌କୁ ଉପଭୋଗ କରିପାରିବେ।...

ବଳାତ୍କାର ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୫: ଭାରତୀୟ ମୂଳ କ୍ରିକେଟର ନିଖିଲ ଚୌଧୁରୀ ଅଷ୍ଟ୍ରେଲିଆରେ ଖେଳନ୍ତି ଏବଂ ବିଗ ବାସ ଲିଗ (ବିବିଏଲ)ରେ ଏକ ଜଣାଶୁଣା ନାମ। ୨୮ ବର୍ଷୀୟ ନିଖିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri