Posted inଫୁରସତ

ପ୍ରଥମ ରୋଜଗାର ଟଙ୍କା ମା’ଙ୍କୁ ଦେଇଥିଲି: ଓଡ଼ିଶୀ ନୃତ୍ୟଶିଳ୍ପୀ ଟି.ନିବେଦିତା

ମୋର ଜନ୍ମ ଓ ପାଠପଢ଼ା ନବରଙ୍ଗପୁରରେ। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ୨୦୦୫ରେ ମାଟ୍ରିକ୍‌ ପାସ୍‌ କରିବା ପରେ ନବରଙ୍ଗପୁର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲି। ତା’ପରେ ଭୁବନେଶ୍ୱରରେ ବିସିଏ ଓ ଏମ୍‌ସିଏ କୋର୍ସ ସାରି ବାଙ୍ଗାଲୋର୍‌ରେ ୬ମାସର ଏକ ଟ୍ରେନିଂ ନେଇଥିଲି। ଟ୍ରେନିଂ ସରିବାକୁ ଆଉ କିଛିଦିନ ବାକି ଥାଏ, ତା’ଭିତରେ ଭୁବନେଶ୍ୱରରେ ଇଣ୍ଟରଭ୍ୟୁ ଦେଇ ଏକ କମ୍ପାନୀରେ ସଫ୍ଟଓ୍ବେର୍‌ ଇଞ୍ଜିନିୟର ଭାବେ କାମ କରିବାକୁ ଲାଗିଲି। ଏଠାରୁ ପ୍ରଥମ ମାସ ଯାହା ଦରମା ପାଇଲି, ସେଥିରେ ବାଙ୍ଗାଲୋର୍‌ ଯାଇ ପଢ଼ିବାରେ ଯେଉଁ ହାତଉଧାରି ହୋଇଥିଲା ତାହା ସୁଝିଥିଲି। ତା’ପର ମାସଠୁ ଯାହା ଦରମା ମିଳୁଥିଲା ସେଥିରୁ କିଛି ନିଜେ ରଖି ବାକି ଟଙ୍କା ଘରକୁ ପଠାଉଥିଲି। ମାତ୍ର ବର୍ଷେ ଏହି କମ୍ପାନୀରେ କାମ କରିବା ପରେ ଚାକିରି ଛାଡିଦେଲି। କାରଣ ଥିଲା ନୃତ୍ୟ ଓ ସଙ୍ଗୀତ ପ୍ରତି ଥିବା ମୋର ଦୁର୍ବଳତା। ମୋ ବାପା ଟି.ନିରଞ୍ଜନ ଆଚାରୀ ହେଉଛନ୍ତି ଅଲ୍‌ ଇଣ୍ଡିଆ ରେଡିଓର ଜଣେ ସ୍ବୀକୃତିପ୍ରାପ୍ତ ଗୀଟାରିଷ୍ଟ, ମା’ ଟି.ଜ୍ୟୋତି ଜଣେ କଣ୍ଠଶିଳ୍ପୀ ଏବଂ ବଡ଼ ଭଉଣୀ ଟି.ନିରଜା ଓଡ଼ିଶୀରେ ବିଶାରଦ ସାରିଛନ୍ତି। ଯେହେତୁ ପରିବାରରେ ସମସ୍ତେ କଳାପ୍ରେମୀ, ତେଣୁ ମୋର ବି ଛୋଟବେଳୁ ଓଡ଼ିଶୀ ନୃତ୍ୟ ଓ ହିନ୍ଦୁସ୍ତାନୀ ଗୀତ ପ୍ରତି ଦୁର୍ବଳତା ଆସିଥିଲା। ଗୁରୁଶ୍ରୀ ବାଲାଜୀ କିଶୋର ରୟ ହେଲେ ମୋର ପ୍ରଥମ ସଙ୍ଗୀତ ଗୁରୁ ଏବଂ ଗୁରୁଶ୍ରୀ ବୀରକିଶୋର ନାୟକ ହେଲେ ମୋର ପ୍ରଥମ ଓଡ଼ିଶୀ ନୃତ୍ୟଗୁରୁ। ତେବେ ୟା’ଭିତରେ ମୁଁ ଓଡ଼ିଶୀ ନୃତ୍ୟରେ ପି.ଜି. ଏବଂ ହିନ୍ଦୁସ୍ତାନୀ ଭୋକାଲ୍‌ରେ ଡିପ୍ଲୋମା ସାରିଛି। ତା’ସହିତ ଅଲ୍‌ ଇଣ୍ଡିଆ ରେଡିଓ, ଜୟପୁରର ମୁଁ ହେଉଛି ଜଣେ ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ। ତେବେ ମୁଁ ଯେତେବେଳେ ଯୁକ୍ତ ଦୁଇରେ ପଢୁଥିଲି, ସେତେବେଳେ ଅଲ୍‌ ଇଣ୍ଡିଆ ରେଡିଓରେ ତିନୋଟି ଗୀତ ଗାଇଥିଲି, ଯେଉଁଥିପାଇଁ ମୋତେ ୯୬୦ ଟଙ୍କା ପାରିଶ୍ରମିକ ମିଳିଥିଲା। ଏହା ଥିଲା ମୋ ଜୀବନର ପ୍ରଥମ ରୋଜଗାର। ଏହି ଟଙ୍କାଟିକୁ ନେଇ ମୁଁ ମୋ ମା’ ହାତରେ ଦେଇଥିଲି। ବାସ୍‌ ସେବେଠାରୁ ଯେତେବେଳେ ଯାହା ବି ରୋଜଗାର କରିଛି ସେଥିରୁ କିଛି ମା’ବାପାଙ୍କୁ ଦେଇ ଆସିଛି। ୟା’ଭିତରେ ମୁଁ ଜିଲା, ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଖାସ୍‌ କରି ୨୦୧୯ ପ୍ରୟାଗ କୁମ୍ଭମେଳାରେ ଭାଗନେଇ ଦର୍ଶକଙ୍କର ଅନେକ ପ୍ରଶଂସା ସାଉଁଟିବା ସହ ବହୁ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇସାରିଛି। ତେବେ ଭୁବନେଶ୍ୱରରେ ଯେତେବେଳେ ସଫ୍ଟଓ୍ବେର୍‌ ଇଞ୍ଜିନିୟର୍‌ ଭାବେ କାମ କରୁଥିଲି, ସେତେବେଳେ କାମର ପ୍ରେସର୍‌ ବହୁତ ରହୁଥିଲା। ଫଳରେ ପ୍ରାୟ ୬/୭ମାସ ପର୍ଯ୍ୟନ୍ତ ମୁଁ ନୃତ୍ୟ ଓ ଗୀତ ଅଭ୍ୟାସରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିଲି। ଯେଉଁଥିପାଇଁ ଚିନ୍ତା କଲି ଆଉ ଯଦି କିଛି ମାସ ଏମିତି କାମ କରିବି, ତା’ହେଲେ ନାଚଗୀତ ସବୁ ଭୁଲିଯିବି। ତେଣୁ ବାଧ୍ୟ ହେଲି ଚାକିରି ଛାଡ଼ିବାକୁ। କାମ ଛାଡ଼ିବା ପରେ ମୁଁ ନିଜ ଜନ୍ମସ୍ଥାନ ନବରଙ୍ଗପୁରକୁ ଚାଲିଆସି କଳାକ୍ଷେତ୍ରରେ କିଛି କରିବା ପାଇଁ ଚେଷ୍ଟା କରି ନିଜସ୍ବ ଉଦ୍ୟମରେ ‘ଜଗନ୍ନାଥ କଳାକେନ୍ଦ୍ର’ ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କଲି। ଏହି ଅନୁଷ୍ଠାନ ତରଫରୁ ଏବେ ଛାତ୍ରୀଛାତ୍ରମାନଙ୍କୁ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ତଥା ନବରଙ୍ଗପୁର ଜିଲାର ଆଦିବାସୀ ନୃତ୍ୟ ଢେମ୍‌ସା ଉପରେ ଶିକ୍ଷା ପ୍ରଦାନ କରାଯାଉଛି। ନିଜ ଜିଲାରେ କଳାର କେମିତି ଠିକ୍‌ ପ୍ରଚାର ପ୍ରସାର କରିବା ସହ ରାଜ୍ୟ ତଥା ରାଜ୍ୟ ବାହାରେ ଏ ନେଇ ସୁନାମ ଅର୍ଜନ କରିପାରିବି, ତାହା ହେଉଛି ମୋର ପ୍ରଧାନ ଲକ୍ଷ୍ୟ। ଆଉ ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ତଥା ନିଜ ଅନୁଷ୍ଠାନକୁ ଆଉ ଟିକେ ଆଗକୁ ନେବା ଲାଗି ଆର୍ଥତ୍କ ସହାୟତାର ଆବଶ୍ୟକ ଥିବାରୁ ବର୍ତ୍ତମାନ ମୁଁ ଏକ ରେସିଡେନ୍ସିଆଲ୍‌ କଲେଜରେ କମ୍ପ୍ୟୁଟର ସାଇନ୍ସର ଅଧ୍ୟାପିକା ଭାବେ କାର୍ଯ୍ୟ କରୁଅଛି। ଆଶା କରୁଛି, ଭଗବାନଙ୍କ ଆଶୀର୍ବାଦ ଥିଲେ ମୁଁ ଖୁବ୍‌ଶୀଘ୍ର ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri