ଚାଷୀଙ୍କୁ ଦାଉ ସାଧିଲା ଅଦିନିଆ ବର୍ଷା

ବଡ଼ସାହି,୨୮ା୧୨(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଞ୍ଚଳରେ ଅଦିନିଆ ବର୍ଷା ଦାଉ ସାଧିଛି। ଅମଳ ହୋଇ ବିଲରେ ଗଦା ହୋଇ ରହିଥିବା ପାଚିଲା ଧାନ ବର୍ଷାରେ ଓଦା ହୋଇ ଯାଇଛି ା ଚାଷ ଜମିଗୁଡିକରେ ପାଣି ଜମି ରହିଥିବାରୁ କଟା ହୋଇ ପଡିଥିବା ଧାନ ଗଜା ହେବା ଆଶଙ୍କା ଉପୁଜିଛି। ଫଳରେ ଏହି ବ୍ଲକ ଅଧୀନ ୩୦ ପଞ୍ଚାୟତରେ ଥିବା ଚାଷୀମାନଙ୍କ ପାଚିଲା ଧାନ ଫସଲ ନଷ୍ଟ ହେବାକୁ ବସିଛି। ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା କୌଣସି ସତର୍କ ସୂଚନା ଦିଆଯାଇ ନ ଥିବାରୁ ଚାଷୀମାନେ ପାଚିଲା ଧାନ ଫେରିପାଇବା ଆଶା ହରାଉଛନ୍ତି ା
ଏହି ବ୍ଲକର ବିଭିନ୍ନ ଅଞ୍ଚଳରେ ଚଳିତ ବର୍ଷ ଧାନ ଚାଷକୁ ନେଇ ବିଭିନ୍ନ ସମସ୍ୟା ଦେଖା ଦେଇଥିଲା ା ଧାନ ରୁଆ ଓ ବୁଣା ପାଇଁ ଉପଯୁକ୍ତ ପାଣିପାଗ ନ ଥିବାରୁ ଚାଷୀମାନେ ଚିନ୍ତାରେ ପ୍ରମାଦ ଗଣୁଥିଲେ ା ଏପରିକି ଚାଷ ସମୟରେ ପାଣିର ଅଭାବ ସହିତ ମୌସୁମୀ ଜଳବାୟୁର ପରିବର୍ତ୍ତନ ହୋଇଥିଲା ା ଜୁନ ଓ ଜୁଲାଇ ମାସରେ ଧାନ ରୁଆ ହେବା ପରିବର୍ତ୍ତେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚାଷ ପାଇଁ ଆବଶ୍ୟକ ପାଣିର ଅଭାବ ପରିଲ୍ଲକ୍ଷିତ ହେଉଥିବା ବେଳେ ସ୍ଥାନେ ସ୍ଥାନେ ପୋକ ଦାଉ ସାଧିଥିଲେ। ଏପରି ସ୍ଥଳେ ଯାହା ବଞ୍ଚିଥିଲା ଅଦିନିଆ ବର୍ଷାରେ ଏବେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି ା ବ୍ଲକର ତଳିଆ ଅଞ୍ଚଳ ମାନଗୋବିନ୍ଦପୁର, ଶାଳଗାଁ, ମାଣତ୍ରୀ, ପଟିସାରୀ, ଚନ୍ଦନପୁର, ଦେଉଳିଆ, ବଳଭଦ୍ରପୁର, ମାଧପୁର ଆଦି ପଞ୍ଚାୟତରେ ଥିବା ଚାଷ ଜମିଗୁଡିକରେ ପାଣି ଜମି ରହିଛି। ବିଲରେ ପଡ଼ିଥିବା ଧାନ ଗୁଡିକ ନଷ୍ଟ ହେବାକୁ ବସିଛି ା ଖଳାରେ ମୁକୁଳା ହୋଇ ପଡିଥିବା ଧାନକୁ ଉଦ୍ଧାର କରିବା ପାଇଁ ବୁଦ୍ଧିବାଟ ଦିଶୁନାହିଁ ା ପୂର୍ବରୁ ଯାହାବି ଉଦ୍ଧାର ହୋଇଛି ତାକୁ ବିକିବା ପାଇଁ ବଡସାହିରେ ମଣ୍ଡି ଖୋଲିନାହିଁ ା ଉପାୟହୀନ ହୋଇ ବେପାରୀଙ୍କୁ ଶାଗମାଛ ଦରରେ ଧାନ ବିକିବାକୁ ପଡିବ ବୋଲି କଇଁଶାଳୀ ଗ୍ରାମର ଚାଷୀ ରାଧାକୃଷ୍ଣ ଜେନା କହିଛନ୍ତି। ସେହିପରି ଖୁଣ୍ଟାପାଳ ଗ୍ରାମର ଚାଷୀ ରମେଶ ମହାନ୍ତ କୁହନ୍ତି, ବର୍ଷା ପାଗ ଦେଖି ତରବରିଆ ଭାବେ ଧାନ ସବୁ ଘରକୁ ବୋହି ଆଣିଛୁ ା ରାସ୍ତା କଡ଼ରେ ଗଦା କରି ଧାନ ଗୁଡିକ ରଖିଥିବା ବେଳେ ଖରାପ ପାଗ ଦେଖି ସେଗୁଡିକ ଅମଳ କରାଯିବ ା ତେବେ ବିଭାଗ ସୂତ୍ରରୁ କୌଣସି ସୂଚନା ଦିଆଯାଇ ନ ଥିବାରୁ ଏପରି ଅବସ୍ଥା ଭୋଗିବାକୁ ପଡୁଛି। ସେହିପରି ଦେଉଳିଆ ଗ୍ରାମର ଚାଷୀ ଅଜିତ୍‌ ମହାପାତ୍ର କୁହନ୍ତି, ତଳିଆ ତଥା ଖାଲୁଆ ଅଞ୍ଚଳରେ କଟା ହୋଇ ପଡିଥିବା ଧାନ ଗୁଡିକ ଗଜା ହେବାର ସମ୍ଭାବନା ରହିଛି ା ବର୍ଷା ଯୋଗୁଁ ଟ୍ରାକ୍ଟର କିମ୍ବା ବଳଦ ଗାଡ଼ିରେ ବୋହିବା କଷ୍ଟକର ହୋଇପଡିଛି ା କାନ୍ଧରେ ବାହୁଙ୍ଗି ସାହାଯ୍ୟରେ ଧାନ କଳେଇକୁ ଘରକୁ ବୋହି ନେବାକୁ ପଡୁଛି ା ସେହିପରି ଭାଗ ଚାଷୀ ଓ ଅଗ୍ରୀମ ଟଙ୍କା ଦେଇ ଚାଷ କରୁଥିବା ଚାଷୀଙ୍କ ଦୁର୍ଦ୍ଦଶା କହିଲେ ନ ସରେ ା ଏପରି ସ୍ଥଳେ ବ୍ୟାଙ୍କରୁ ଋଣ କରି ଚାଷ କରିଥିବା ଚାଷୀଙ୍କୁ ଋଣ ପରିଶୋଧ କରିବା କଷ୍ଟକର ହୋଇପଡିବ ା ସରକାରୀସ୍ତରରେ ଖୁବଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତିର ଆକଳନ କରାଯାଇ ସହାୟତା ପ୍ରଦାନ କରିବାକୁ ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କରମହାପାତ୍ର, ଯୁବ ନେତା ଶଶାଙ୍କ ଶେଖର କର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ବଳା ପ୍ରମୁଖ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri