ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କୁ ଶୋଷଣ ଅଭିଯୋଗ : ପାର୍କିଂ ପାଇଁ ଶତାଧିକ ଟଙ୍କା ଆଦାୟକୁ ବିରୋଧ

ଦାରିଙ୍ଗବାଡ଼ି,୨୪।୧୨(ଡି.ଏନ.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ତେବେ ପର୍ଯ୍ୟଟନକେନ୍ଦ୍ରଗୁଡ଼ିକରେ ଗାଡ଼ି ପାର୍କିଂ ପାଇଁ ଶହ ଶହ ଟଙ୍କା ଆଦାୟ କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏହାକୁ ନେଇ କେଉଁଠି ଯୁକ୍ତିତର୍କ ହେଉଛି ତ କେଉଁଠି ପର୍ଯ୍ୟଟନକେନ୍ଦ୍ରକୁ ନ ଯାଉ ନିରାଶରେ ପର୍ଯ୍ୟଟକ ଫେରୁଥିବା ଦେଖାଯାଉଛି। ମିଡ଼ିୟୁବାନ୍ଦା ଜଳପ୍ରପାତ ସମେତ କିରିକୁଟିଠାରେ ଥିବା ନେଚର ଲଭର୍ସ ପଏଣ୍ଟ, ଡୁଲୁରୀ ପାଇନ ବଣରେ ବେଆଇନ ଭାବେ ପାର୍କି ପାଇଁ ଅର୍ଥ ସଂଗ୍ରହ କରି ପର୍ଯ୍ୟଟକଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି ା ବୁଦ୍ଧିଜୀବୀ, ଅଟୋ ସଂଘ, ଟ୍ୟାକ୍ସିଂ ସଂଘ, ହୋଟେଲ ମାଲିକ ସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଉଛି। ଏହି ସମସ୍ୟାର ସମାଧାନ କରାନଗଲେ ଆଗକୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଲୋଚନା ହେଉଛି।
ଦାସିଂବାଡ଼ିରେ ଥିବା ମିଡ଼ିୟୁବାନ୍ଦା ଜଳପ୍ରପାତର ୫ଶହ ମିଟର ଦୂରରୁ ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଗତ ୪ ବର୍ଷ ହେଲା ପାର୍କିଂ ଫି ସଂଗ୍ରହ କରାଯାଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ କୌଣସି ଅନୁମତି ଦିଆଯାଇ ନ ଥିବା କିମ୍ବା ଦରଧାର୍ଯ୍ୟ କରାଯାଇ ନ ଥିବା ଜଣାପଡିଛି। ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପଞ୍ଚାୟତକୁ ବାର୍ଷିକ ୧୨ ହଜାର ଟଙ୍କା ପ୍ରଦାନ କରିବାକୁ ଚୁକ୍ତିନାମା କରାଯାଇଥିବା ଅଭିଯୋଗ ହେଉଛି ା ଏଠାରେ ବାଇକ ପିଚ୍ଛା ୨୦ ଟଙ୍କା ଆଦାୟ କରାଯାଉଥିବା ବେଳେ ଅଟୋ ୪୦ ଟଙ୍କା, ଚାରିଚକିଆ ଯାନ ପାଇଁ ୬୦ ଟଙ୍କା ଏବଂ ବସ୍‌ ପାର୍କିଂ ବାବଦକୁ ଶହେ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି। ହେଲେ ଗାଡି ରଖିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ପର୍ଯ୍ୟଟକଙ୍କ ସମେତ ଗାଡ଼ି ମାଲିକମାନେ ଅଭିଯୋଗ କରିଛନ୍ତି। ଏ ନେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ତଥା ପଞ୍ଚାୟତସ୍ତରୀୟ ମହିଳା ମହାସଂଘର ସମ୍ପାଦିକା ବିଷ୍ଣୁପ୍ରିୟା ମୁଠାମାଝି କହିଛନ୍ତି, ମୋଟ ୩୨ଟି ମହିଳା ସଂଘ ଏହି ପାର୍କିଂ ଫି’ ଆଦାୟ ଦାୟିତ୍ୱରେ ରହିଛନ୍ତି। ହେଲେ ବର୍ଷକୁ ଥରେ ପରିବର୍ତ୍ତନ କରାଯାଇ ମାତ୍ର ୯ଟି ଗ୍ରୁପରୁ ଜଣେ ଲେଖାଏ ୯ ଜଣ ଦୈନିକ ଏହି ଫି’ ଆଦାୟ ଦାୟିତ୍ୱରେ ରହି କାର୍ଯ୍ୟ କରୁଛନ୍ତି। ପାର୍କିିଂ ଫି’ ଧାର୍ଯ୍ୟ କରିବାକୁ ମହିଳା ସଂଘ ପକ୍ଷରୁ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲାନି। ତେଣୁ ସରପଞ୍ଚ ସଙ୍ଗୀତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବୈଠକ କରି ଦର ଧାର୍ଯ୍ୟ କରାଯାଇଛି। ପଞ୍ଚାୟତକୁ ମହିଳା ସଂଘ ବାର୍ଷିକ ୧୨ ହଜାର ଟଙ୍କା ପ୍ରଦାନ କରିବ ବୋଲି ନିଷ୍ପତ୍ତି ହୋଇଛି ା ଅନ୍ୟପକ୍ଷରେ ମହିଳା ସଂଘ ପାର୍କିଂ ବାବଦକୁ ସଂଗ୍ରହ କରୁଥିବା ଅର୍ଥରୁ ପର୍ଯ୍ୟଟନକେନ୍ଦ୍ର ସଫେଇ ଓ ସେମାନଙ୍କ ପାରିଶ୍ରମିକ ବାବଦକୁ ଖର୍ଚ୍ଚ ହେଉଛି ବୋଲି ବିଷ୍ଣୁପ୍ରିୟା କହିଛନ୍ତି। ରବିବାର ଛୁଟି ଦିନ ଥିବାରୁ ୧୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଆଦାୟ ହୋଇଥିବା ମହିଳା ସଂଘ ପକ୍ଷରୁ କୁହାଯାଇଛି ା
ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ିର କେବଳ ନେଚର ପାର୍କ ଜଙ୍ଗଲ ଓ ପରିବେଶ ବିଭାଗ ହାତରେ ରହିଛି। ଅନ୍ୟ ସମସ୍ତ ପର୍ଯ୍ୟଟନକେନ୍ଦ୍ର ପଞ୍ଚାୟତ ସମିତି ଅଧୀନରେ ଅଛି। ୨୦୧୫ ମସିହାରୁ ସମସ୍ତ ପର୍ଯ୍ୟଟନକେନ୍ଦ୍ରର ବିକାଶ ପାଇଁ ଏକ ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟ ଗଠନ କରାଯାଇଛି। ବାଲିଗୁଡ଼ା ଉପଜିଲାପାଳ ଏହାର ଅଧ୍ୟକ୍ଷ ଏବଂ ସମ୍ପାଦକ ସ୍ଥାନୀୟ ବିଡିଓ ରହିଛନ୍ତି। ତହସିଲଦାରଙ୍କ ସମେତ ଆଇଆଇସି, ବ୍ଲକ ଅଧ୍ୟକ୍ଷ, ସ୍ଥାନୀୟ ସରପଞ୍ଚ, ବଣିକ ସଂଘ, ଖବରଦାତା ସଂଘ ସାଂସ୍କୃତିକ ବିଭାଗ, ସ୍ବେଚ୍ଛାସେବୀ ଅନୁଷ୍ଠାନ ସଦସ୍ୟ ହୋଇଛନ୍ତି। ହେଲେ କେଉଁ ପରିସ୍ଥିତିରେ ସାଞ୍ଜାସରୁ ଟ୍ରଷ୍ଟ ବଦଳରେ ପଞ୍ଚାୟତ କିମ୍ବା ବିନା ଅନୁମତିରେ ସ୍ବୟଂ ସହାୟକ ଗୋଷ୍ଠୀ ଏଭଳି ପାକର୍ିଂ ଅର୍ଥ ସଂଗ୍ରହ କରୁଛନ୍ତି ତାହା ପ୍ରଶ୍ନବାଚୀ ହୋଇଛି ା ଏ ନେଇ ସାଞ୍ଜାସରୁ ଟ୍ରଷ୍ଟର ନୋଡାଲ ଅଫିସର ତଥା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୁରୁ ମାଝି ପଡ୍ରା ସମସ୍ୟା ରହିଥିବା ଶୁଣି ସେ ତଦନ୍ତ କରି ବିଡିଓଙ୍କୁ ରିପୋର୍ଟ ଦେଇଥିବା କହିଛନ୍ତି। ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍‌ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ

ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri