ଏସ୍‌ସିବି ମେଡିକାଲରେ ନାହିଁ କୁକୁର କାମୁଡ଼ା ଇଞ୍ଜେକ୍‌ଶନ

କଟକ ଅଫିସ, ୧୭।୧୨: ଏସ୍‌ସିବି ମେଡିକାଲ ସମେତ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ କୁକୁର କାମୁଡା ଇଞ୍ଜେକଶନ(ଆଣ୍ଟି ରାବିଜ୍‌ ଭ୍ୟାକସିନ)ର ଘୋର ଅଭାବ। ଗତ ୩ ଦିନ ହେବ ଏସ୍‌ସିବି ମେଡିକାଲରୁ ଏହି ଇଞ୍ଜେକଶନ ନ ପାଇ ଶତାଧିକ ରୋଗୀ ଫେରିଥିବା ଜଣାପଡିଛି। ଯୋଗାଣ ନ ଥିବା କହି ମେଡିକାଲ କର୍ତ୍ତୃପକ୍ଷ ଖସି ଯାଉଥିବାବେଳେ ରୋଗୀ ଡହଳ ବିକଳ ହେଉଛନ୍ତି। ଏହାର ଫାଇଦା ନେଇ କଟକର ଏକ ଘରୋଇ ହସ୍ପିଟାଲ ବେଶ୍‌ ଲାଭବାନ ହେଉଛି। ଉକ୍ତ ହସ୍ପିଟାଲର ଏଜେଣ୍ଟ ଏସ୍‌ସିବି ମେଡିକାଲ ଆଉଟଡୋର(ଡାକ୍ତର ରୁମ)ସାମ୍ନାରେ ବସି ରହୁଛନ୍ତି। ଡାକ୍ତରଙ୍କ ରୁମ୍‌ ଭିତରେ ମଧ୍ୟ ମେଡିକାଲ କର୍ମଚାରୀମାନେ ଏଥିପାଇଁ ନିୟୋଜିତ ଅଛନ୍ତି। ରୋଗୀ ଜଣକ ଡାକ୍ତରଙ୍କ ପାଖରୁ ଫେରିବା ମାତ୍ରେ ଏହି କର୍ମଚାରୀମାନେ ରୁମ ବାହାରେ ବସିଥିବା ଏଜେଣ୍ଟଙ୍କ ପାଖକୁ ପଠାଇ ଦେଉଛନ୍ତି। ଏଜେଣ୍ଟ ଜଣକ ରୋଗୀଙ୍କଠାରୁ ଟଙ୍କା ସଂଗ୍ରହ କରି ଇଞ୍ଜେକଶନ ଆଣି ଦେଉଛନ୍ତି। ଥରକେ ୫ଜଣ ରୋଗୀ ଏକତ୍ର ହେବା ପରେ ଏଜେଣ୍ଟ ଜଣକ ଇଞ୍ଜେକଶନ ପାଇଁ ଯାଉଛନ୍ତି। ପ୍ରତି ରୋଗୀ ପିଛା ୩୫୦ରୁ ୫୦୦ ଟଙ୍କା ଆଦାୟ ହେଉଛି। ସୋମବାର ମେଡିକାଲର ଏସ୍‌ପିଏମ(ସୋସିଆଲ ପ୍ରିଭେଣ୍ଟିଭ ମେଡିସିନ)ଆଉଟଡୋର ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଉଟଡୋର ଭିତରେ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ରାମଚନ୍ଦ୍ର ଗିରି ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ରୋଗୀଙ୍କୁ ଇଞ୍ଜେକଶନ ମିଳୁ ନ ଥିବା ସମ୍ପର୍କରେ ଡା. ଗିରିଙ୍କୁ ପଚାରିବାରୁ ମେଡିକାଲରେ ଇଞ୍ଜେକଶନ ଅଭାବ ଥିବା ଘଟଣାକୁ ସେ ସ୍ବୀକାର କରିଥିଲେ। କେବଳ ଏସ୍‌ସିବି ମେଡିକାଲ ନୁହେଁ ରାଜ୍ୟରେ ଏଭଳି ଅବସ୍ଥା ଉପୁଜିଥିବା ସେ କହିଥିଲେ। ମୁଖ୍ୟତଃ ଗ୍ରାମାଞ୍ଚଳ ସମେତ କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟ ମେଡିକାଲ କଲେଜଗୁଡିକରୁ ଏଠାକୁ ରୋଗୀ ଇଞ୍ଜେକଶନ ନେବାକୁ ଆସିବାରୁ ଏଠାରେ ଏଭଳି ପରିସ୍ଥିତି ଉପୁଜିଛି। ଗତ ଶୁକ୍ରବାରଠାରୁ ମେଡିକାଲରେ ଇଞ୍ଜେକଶନ ଶେଷ ହୋଇଯାଇଛି। ଏ ସମ୍ପର୍କରେ ମେଡିକାଲ ଅଧୀକ୍ଷକଙ୍କୁ ଅବଗତ କରିଛି। ଘରୋଇ ମେଡିସିନ ଷ୍ଟୋରଗୁଡିକରେ ମଧ୍ୟ ଏହି ଇଞ୍ଜେକଶନ ମିଳୁ ନ ଥିବା ଡା. ଗିରି କହିଥିଲେ। ଆଉଟଡୋର ଆଗରେ ବେପାର ଜମେଇ ବସିଥିବା ଏମାନେ କିଏ ବୋଲି କହିବାରୁ ଡା. ଗିରି ସେଠାକୁ ଯାଇଥିଲେ। ତୁରନ୍ତ ଏ ସମ୍ପର୍କରେ ସେଠାରେ ଡ୍ୟୁଟି କରୁଥିବା ମେଡିକାଲର ସୁରକ୍ଷା କର୍ମୀଙ୍କୁ ଡା. ଗିରି ଜଣାଇବା ପରେ ସୁରକ୍ଷାକର୍ମୀ ଜଣକ ଏଜେଣ୍ଟଙ୍କ ପାଖକୁ ଯାଇ ଆଉଟଡୋର ବାହାରକୁ ଚାଲିଯିବାକୁ କହିଥିଲେ।
ମେଡିକାଲ ସୂଚନାନୁଯାୟୀ, ଗତ ଶୁକ୍ରବାର ପର୍ଯ୍ୟନ୍ତ ରୋଗୀଙ୍କୁ ଇଞ୍ଜେକଶନ ଯୋଗାଇ ଦିଆଯାଇଛି। ଶନିବାରଠାରୁ ଅଭାବ ଦେଖାଦେଇଛି। ଶୁକ୍ରବାର ଆଉଟଡୋରକୁ ୯୩ଜଣ ନୂଆ ରୋଗୀ ଓ ୯୦ଜଣ ପୁରୁଣା ରୋଗୀ ଆସିଥିଲେ। ଶନିବାର ମେଡିକାଲକୁ ୬୩ଜଣ ନୂଆ ଓ ୧୨୧ ଜଣ ପୁରୁଣା ରୋଗୀ ଇଞ୍ଜେକଶନ ପାଇଁ ଆସିଥିବା ଜଣାପଡିଛି। ନୂଆ ପୁରୁଣା ରୋଗୀଙ୍କୁ ମିଶାଇ ଆଉଟଡୋରକୁ ଦୈନିକ ୨୦୦ ରୋଗୀ ଆସୁଥିବା ମେଡିକାଲ ରେକର୍ଡ କହୁଛି। ସୋମବାର ବିଲେଇ କାମୁଡିଥିବା ୫ବର୍ଷର ପୁଅକୁ ନେଇ ମେଡିକାଲକୁ ଆସିଥିବା ଛତିଆ ଅଞ୍ଚଳର କୃଷ୍ଣଚନ୍ଦ୍ର ଦାସ ଇଞ୍ଜେକଶନ ପାଇଁ ଡହଳ ବିକଳ ହେଉଥିବାବେଳେ କଟକ ଝାଞ୍ଜିରିମଙ୍ଗଳା ଅଞ୍ଚଳର ଗୋପାଳ ସାହୁ କୁକୁର କାମୁଡାରେ ଆକ୍ରାନ୍ତ ହୋଇ ୩୫୦ ଜାଗାରେ ୫୦୦ ଟଙ୍କା ନେଇ ମୋତ କିଏ ଗୋଟିଏ ଇଞ୍ଜେକଶନ ଦିଅ ବୋଲି କହୁଥିବା ଦେଖାଯାଇଥିଲା। ସାଲେପୁର ଅଞ୍ଚଳର ନଗମା ଅଖତର ନାମ୍ନୀ ମହିଳା କୁକୁର କାମୁଡାର ଶିକାର ଝିଅଙ୍କୁ ଧରି ଆଉଟ୍‌ଡୋର ଆଗରେ ବିକଳ ହେଉଥିଲେ।
ଡାକ୍ତରୀ ପାଠ ଅନୁଯାୟୀ, ବନ୍ୟ ଜନ୍ତୁ କାମୁଡିବା ଦୂରର କଥା ଯଦି ନଖ ବାଜି ଦାଗ ହୋଇଛି, ତେବେ ବି ଇଞ୍ଜେକଶନର ଆବଶ୍ୟକତା ରହିଛି। କାରଣ ଜଳାନ୍ତକ ରୋଗରେ ମୃତ୍ୟୁହାର ୧୦୦ ପ୍ରତିଶତ ରହୁଥିବା ପାଠ କହୁଛି। ଏଭଳି ସ୍ଥିତିରେ ମେଡିକାଲରେ ଇଞ୍ଜେକଶନ ଅଭାବ ଏକ ଅସ୍ବାଭାବିକ ଅବସ୍ଥା ସୃଷ୍ଟି କରିଛି।
ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସରୋଜ କୁମାର ସାହୁ କୁହନ୍ତି, ଏ ନେଇ ରାଜ୍ୟ ମେଡିକାଲ ନିଗମକୁ ଅବଗତ କରାଯାଇଛି। ମେଡିକାଲର ଜଣେ ବରିଷ୍ଠ ଡାକ୍ତରଙ୍କ କହିବାନୁଯାୟୀ, ଏଭଳି ଅଭାବ ଗତ ନଭେମ୍ବରରୁ ଦେଖାଦେଲାଣି। ପୃଥିବୀରେ ପ୍ରତିବର୍ଷ ଜଳାନ୍ତକ ରୋଗରେ ୬୦ହଜାର ରୋଗୀଙ୍କ ମୃତ୍ୟୁ ଘଟୁଥିବା ବେଳେ ମୃତକଙ୍କ ମଧ୍ୟରୁ ଏକତୃତୀୟାଂଶ କେବଳ ଭାରତର। ୯୭ ପ୍ରତିଶତ ମୃତ୍ୟୁ କୁକୁରକାମୁଡା ଜନିତ ହୋଇଥିବାବେଳେ ୨ପ୍ରତିଶତ ବିଲେଇ କାମୁଡା ଜନିତ ହୋଇଥାଏ। ଦେଶରେ ପ୍ରତିବର୍ଷ ୨୦ ମିଲିୟନ ଡୋଜର ଆବଶ୍ୟକତା ଥିବାବେଳେ ସେଥିରୁ ବାହାର ଦେଶକୁ ରପ୍ତାନୀ କରାଯାଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଗତ ଅକ୍ଟୋବରରେ ଭାରତରୁ ୧୦ହଜାର ଭାୱେଲ ଇଞ୍ଜେକଶନ ମ୍ୟାନ୍‌ମାରକୁ ରପ୍ତାନି କରାଯାଇଛି। ମାତ୍ର ଏବେ ଦେଶର ବିଭିନ୍ନ ରାଜ୍ୟରେ ଏହି ଇଞ୍ଜେକଶନର ଅଭାବ ଦେଖାଦେଇଥିବା ସମ୍ପୃକ୍ତ ଡାକ୍ତର ଜଣଙ୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ଜିନା ସାମଲ

ଭୁବନେଶ୍ୱର,୩।୫: ଆଜି ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ବିଜେଡି ଛାଡ଼ିଲେ ରବିନାରାୟଣ

ଭୁବନେଶ୍ୱର,୩ା୫: ଶୁକ୍ରବାର ବିଜେଡି ଛାଡ଼ିଛନ୍ତି ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲାର ରଣପୁର ବିଧାୟକ ଥିଲେ। ୨୦୧୨ରୁ ୨୦୧୪...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

ଭୁବନେଶ୍ୱର,୩।୫: ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଜମିଜମା ମାମଲାର...

ନିର୍ବାଚନ ଲଢ଼ିବେ ଦେବାଶିଷ

ଭୁବନେଶ୍ୱର,୩ା୫: ଦେବାଶିଷ ନାୟକ ନିର୍ବାଚନ ଲଢ଼ିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ବରୀବାସୀଙ୍କ ପାଇଁ...

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

କାହିଁକି ସୁଜାତାଙ୍କୁ କରାଗଲା ବଦଳି: ଚାଲିଛି ଜୋରଦାର ଚର୍ଚ୍ଚା

ଭୁବନେଶ୍ୱର,୩।୫(ସୁନିତ୍‌ ମିଶ୍ର):ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ବିରୋଧରେ ଭାଜପାର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ନିକଟରେ ଫେରାଦ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri