ଅସାଧୁ ନିର୍ବାଚନ

ପ୍ରଦୀପ୍ତ ନାୟକ
ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା। ଭାରତୀୟ ସମ୍ବିଧାନ ଓ ନୀତିନିୟମ ଅନୁସାରେ ପ୍ରତ୍ୟେକ ସାବାଳକ ନାଗରିକ ସ୍ବାଧୀନ ଭାବରେ ନିଜ ଇଚ୍ଛାରେ ଭୋଟ ଦେଇପାରିବେ, ପ୍ରଚାର କରିପାରିବେ ଏବଂ ପ୍ରାର୍ଥୀ ହୋଇପାରିବେ। ଏଥିନିମନ୍ତେ ଭାରତର ପ୍ରଥମ ସାର୍ବଭୌମ ସରକାର ୧୯୫୧ ମସିହାରେ ‘ଜନପ୍ରତିନିଧି ଆଇନ’ ପାସ୍‌ କରି ଦେଶବାସୀଙ୍କ ସର୍ବବିଧ ବିକାଶ ନିମନ୍ତେ କାର୍ଯ୍ୟକାରୀ କରି ଆସୁଛନ୍ତି। ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ଦେଶରେ ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ କମିଶନ ଗଠିତ ହୋଇଛି। ଏହା ହେଉଛି ଏକ ସ୍ବୟଂଶାସିତ ସାମ୍ବିଧାନିକ ଅନୁଷ୍ଠାନ। କୌଣସି ରାଜନୈତିକ ଦଳର ବିଚାରଧାରା କିମ୍ବା ନେତାଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ନିର୍ବାଚନକୁ ସୁଚାରୁରୂପେ ପରିଚାଳନା କରିବା କ୍ଷେତ୍ରରେ ଏହି ମହାନ୍‌ ଅନୁଷ୍ଠାନର ଗୁରୁଦାୟିତ୍ୱ ରହିଛି। ନିର୍ବାଚନରେ ଭାଗ ନେଉଥିବା ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ ଓ ସରକାରୀ କର୍ମଚାରୀଙ୍କର ସାଧୁତା, ସ୍ବଚ୍ଛତା ତଥା ଉତ୍ତରଦାୟିତ୍ୱ ରହିବା ବିଧେୟ। ସମ୍ବିଧାନ ଓ ଜନପ୍ରତିନିଧି ଆଇନ ଅନୁସାରେ ନର୍ବାଚନ କମିଶନଙ୍କ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଅଖଣ୍ଡ କ୍ଷମତା ଅଛି। କେବଳ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବ୍ୟତୀତ ଦେଶର ଅନ୍ୟ କୌଣସି ଅନୁଷ୍ଠାନ ନିର୍ବାଚନ କମିଶନଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିପାରିବେ ନାହିଁ। ତାହାକୁ ସମ୍ମାନ ଦେବା ଏକାନ୍ତ ଅପରିହାର୍ଯ୍ୟ। ଯିଏ ଅମାନ୍ୟ କରିବ ତାକୁ ଆଇନ୍‌ ଅନୁସାରେ କମିଶନ ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି।
ଆମ ଦେଶର ସମ୍ବିଧାନ ଓ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ସରକାର ଗଠନରେ ରାଜନୈତିକ ଦଳମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନରେ ବିଜୟଲାଭ କରୁଥିବା ଦଳ ଓ ତା’ର ନେତାମାନେ ଯେତେ ପ୍ରଗତିଶୀଳ, ନୀତିବାନ୍‌ ଓ ଜନ ସପକ୍ଷବାଦୀ ହୁଏ ସେ ସରକାର ସେତେ ଜନାଭିମୁଖୀ ହୁଏ ଓ ଦେଶର ବିକାଶ ଗତିଶୀଳ ହୁଏ। ଆନ୍ତର୍ଜାତିକ କ୍ଷେତ୍ରରେ ଦେଶର ସମ୍ମାନ ସେତେ ବୃଦ୍ଧି ପାଏ। ଏଠି ସାବାଳକ ଭୋଟ ପ୍ରଥା ଅନୁସାରେ ସଂଖ୍ୟାଧିକ ମତ ପାଉଥିବା ଦଳ ସରକାର ଗଠନ କରୁଛି। ଏହା ଗଣତନ୍ତ୍ର ପାଇଁ ଏକ ସୁସ୍ଥ ବ୍ୟବସ୍ଥା ନୁହେଁ। ଏଥିରେ ସମାନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ନାହିଁ କିମ୍ବା ସେଥିନିମନ୍ତେ ଦାବି ଜୋରଦାର ହେଉନାହିଁ। ଦେଖାଯାଇଛି ଭାରତର ନିର୍ବାଚନ ପରିଚାଳନା ସୁବ୍ୟବସ୍ଥିତ ହେଉନାହିଁ କିମ୍ବା ଆଚରଣବିଧି ରାଜନୈତିକ ଦଳମାନେ ଠିକ୍‌ଭାବରେ ପାଳନ କରୁନାହାନ୍ତି। ପ୍ରଚାରରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିବା, ବାହୁବଳ ପ୍ରୟୋଗ କରି ବୁଥ୍‌ ଦଖଲ କରିବା, ଗୁଣ୍ଡାଗର୍ଦ୍ଦି କରି ବିରୋଧୀ ପକ୍ଷଙ୍କୁ ଆକ୍ରମଣ କରିବା, ଭୟଭୀତ କରିବା, ପ୍ରଚାର ଅଭିଯାନକୁ ବ୍ୟୟବହୁଳ କରିବା, ପ୍ରଚୁର କଳାଟଙ୍କା ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ର ବଣ୍ଟନ କରିବା ସହ ଭୋଜିଭାତ, ମଦମାଂସରେ ଭସାଇ ଭୋଟରଙ୍କୁ ପ୍ରଭାବିତ କରାଯାଉଛି। ଏହି ପରମ୍ପରା ୧୯୭୦ ମସିହା ପରଠାରୁ କଂଗ୍ରେସ ଦଳ ଓ ପରେ ବିଭିନ୍ନ ଆଞ୍ଚଳିକ ଦଳମାନେ ଊଣା ଅଧିକେ କରି ଆସୁଥିଲେ, ଯାହାଦ୍ୱାରା ଭୋଟରମାନେ ପ୍ରଭାବିତ ହେଉଥିଲେ। ମାତ୍ର ଏହି ଧାରା ୨୦୦୦ ମସିହାଠାରୁ କ୍ଷୀପ୍ର ଗତିରେ ବୃଦ୍ଧି ପାଇଛି। ୨୦୧୯ରେ ଶେଷ ହୋଇଥିବା ନିର୍ବାଚନ ଅତୀତର ସମସ୍ତ ରେକର୍ଡ଼କୁ ଭଙ୍ଗ କରି ସର୍ବାପେକ୍ଷା ବ୍ୟୟବହୁଳ ବ୍ୟଭିଚାରରେ ବୁଡ଼ିଗଲା। ନିର୍ବାଚନ କମିଶନ ତା’ର ଅତୀତର ସମସ୍ତ ପତିଆରାକୁ ଜଳାଞ୍ଜଳି ଦେଇ ଶାସକ ଦଳର ହାତବାରିସି ଭାବରେ କାର୍ଯ୍ୟ କରିବା ପ୍ରତୀୟମାନ ହେଲା। ଏହି ନିର୍ବାଚନରେ ଭାଜପା ଅଧିକ ଫାଇଦା ନେବା ନିମନ୍ତେ ୭ ପର୍ଯ୍ୟାୟର ଏକ ଲମ୍ବା ସମୟ ପର୍ଯ୍ୟନ୍ତ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁ ରଖିଲେ। ଦୀର୍ଘ ୩ ମାସ ଧରି ନିର୍ବାଚନ ପ୍ରକ୍ରିୟା ଓ ଆଚରଣବିଧି ଲାଗୁ କରିବା ଫଳରେ ଜନସାଧାରଣଙ୍କର ତେଲଲୁଣ ସଂସାରରେ ଅଧିକ କ୍ଷତି ପହଞ୍ଚତ୍ଲା ଓ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଲା। ସର୍ବାଧିକ ନେତା ନିଜର ବ୍ୟବସାୟୀ ମନୋଭାବଯୁକ୍ତ ରାଜନୈତିକ ସ୍ବାର୍ଥସାଧନ ନିମନ୍ତେ କାଠବେଙ୍ଗ ଡେଇଁଲା ପରି ଏ ଦଳରୁ ସେ ଦଳକୁ ଡିଆଁଡେଇଁ କଲେ। ଅଭିଜ୍ଞ ଓ ସଚ୍ଚୋଟ କର୍ମୀମାନେ ଅଲୋଡ଼ା ହୋଇଗଲେ। ନିର୍ବାଚନ କମିଶନଙ୍କ ଏକ ହିସାବରୁ ଜଣାଯାଇଛି ଯେ, ୨୦୧୯ ସାଧାରଣ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ମାର୍ଚ୍ଚ ୧୦ ତାରିଖ ପରଠୁ ଏପ୍ରିଲ ୨୫ ତାରିଖ ମଧ୍ୟରେ କେନ୍ଦ୍ର ଆଉ ରାଜ୍ୟଗୁଡ଼ିକରେ ଶାସନରେ ଥିବା ବିଭିନ୍ନ ଦଳର କର୍ମକର୍ତ୍ତା ଓ ତାଙ୍କର ଏଜେଣ୍ଟମାନଙ୍କଠାରୁ ୩୧୬୬ କୋଟି ଟଙ୍କା ମୂଲ୍ୟର ନଗଦ ରାଶି, ମାଦକଦ୍ରବ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ନିର୍ବାଚନ ଅଧିକାରୀମାନେ ଜବତ କରିଛନ୍ତି। ଏହା ୨୦୧୪ ନିର୍ବାଚନ ଅପେକ୍ଷା ୨ଗୁଣରୁ ଢେର୍‌ ଅଧିକ। ୨୦୧୪ରେ ୧୨୦୦ କୋଟି ଟଙ୍କା ଜବତ ହୋଇଥିଲା। ଏପ୍ରିଲ ୨୫ଠାରୁ ମେ ୨୨ ତାରିଖ ମଧ୍ୟରେ ସମପରିମାଣର ରାଶି ମଧ୍ୟ ଜବତ ହୋଇଛି ବୋଲି ଖବର ପ୍ରକାଶ ପାଇଛି। ସେଥିମଧ୍ୟରୁ ୭୫୦ କୋଟି ନଗଦ ଟଙ୍କା, ୨୪୦ କୋଟି ଟଙ୍କାର ମଦ, ୯୪୪ କୋଟି ଟଙ୍କାର ସୁନା ଅଳଙ୍କାର ଓ ଗୃହ ଉପକରଣ ଏବଂ ୧୧୮୩ କୋଟି ଟଙ୍କାର ଡ୍ରଗ୍ସ, ମାଦକ ଦ୍ରବ୍ୟ ବାଣ୍ଟି ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରି ନିଜର ରାଜନୈତିକ ଫାଇଦା ଚରିତାର୍ଥ କରାଯାଇଛି। ଯଦି ଏତେ ପରିମାଣ ଜବତ ହୋଇଛି, ତେବେ ନିଶ୍ଚିତ ଭାବରେ ଏହାଠାରୁ ବହୁ ଅଧିକ ଗୁଣ ବଣ୍ଟାଯାଇଛି। ସେଥିମଧ୍ୟରୁ ସବୁଠାରୁ ଅଧିକ ତାମିଲନାଡ଼ୁରୁ ୯୩୫ କୋଟି ଟଙ୍କା, ଗୁଜରାଟରୁ ୫୪୫କୋଟି ଟଙ୍କା ଏବଂ ଅନ୍ୟାନ୍ୟ ସମସ୍ତ ରାଜ୍ୟରୁ ବି ଟଙ୍କା ଜବତ ହୋଇଛି। ତା’ଛଡ଼ା ୪୪୫ଟି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଘଟଣା ଓ ହିଂସା ସଂଘଟିତ ହୋଇଛି। ସବୁଠାରୁ ବେଶି ହୋଇଛି ପଶ୍ଚିମବଙ୍ଗ ଓ ତ୍ରିପୁରାରେ। ନିର୍ବାଚନ କମିଶନ ଏବେ ଆକଳନ କରିଛନ୍ତି ଯେ, ପ୍ରାୟ ୫୦ ହଜାର କୋଟି ଟଙ୍କା ଏହି ନିର୍ବାଚନରେ ଖଚ୍ଚର୍ର୍ ହୋଇଛି। ଏହା ହେଉଛି ସମଗ୍ର ପୃଥିବୀରେ ସର୍ବାଧିକ। ପରିତାପର ବିଷୟ ହେଉଛି ଭାରତ ଭଳି ଏକ ଦରିଦ୍ର ରାଷ୍ଟ୍ରରେ ଯଦି ଏତେ ବିଶାଳ ପରିମାଣର ରାଶି ଖର୍ଚ୍ଚ ହେଉଛି ତେବେ ସେ ଦେଶର ଲୋକମାନଙ୍କର ବିକାଶ କିଭଳି ସମ୍ଭବ ହେବ। ଯଦି କଳାଟଙ୍କା ନ ଥିବା ଓ କୋଟି କୋଟି ଟଙ୍କା ଖର୍ଚ୍ଚ କରିପାରୁ ନ ଥିବା ଜ୍ଞାନୀ, ଗୁଣୀ ଓ ସମାଜସେବୀମାନେ ରାଜନୀତିରେ ପ୍ରବେଶ କରିପାରିବେ ନାହିଁ, ଆଇନର ଶାସନ ଭୂଲୁଣ୍ଠିତ ହେବ।
ଟିକରପଡ଼ା, କାକଟପୁର, ପୁରୀ, ମୋ-୯୪୩୭୦୫୩୩୨୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ...

ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌,...

ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ...

କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ...

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri