ଛବିର ମଣିଷ କାଳୀପ୍ରସାଦ

ଭଲ ମଣିଷ ଭିତରେ ଯେଉଁମାନଙ୍କ ପାଖରେ ସୃଜନଶୀଳତା ଥାଏ ସେମାନେ ସଂସାର ଭିତରେ କମ୍‌ ସମୟ ରହିଥାଆନ୍ତି। ତାଙ୍କର ସୀମିତ ପରିସୀମା ମଧ୍ୟରେ ସେମାନଙ୍କର ସୃଜନଶୀଳତାକୁ ନେଇ ସାଧାରଣରେ ଚର୍ଚ୍ଚା ହୁଏ। ଏପରି କିଛି ନୂତନତାର ସ୍ବାଦ ସାଧାରଣରେ ଚର୍ଚ୍ଚା ହୁଏ। ଆଉ ସେହି ମୂଲ୍ୟବୋଧକୁ ସାଇତି ରଖି ସେମାନେ ସୁନାମ ସାଉଁଟିଥାଆନ୍ତି। ଆଉ ଏପରି ଜଣେ ଚିତ୍ରଗ୍ରହଣକାରୀ ହେଲେ କାଳୀ ପ୍ରସାଦ ମିଶ୍ର। ଓଡ଼ିଆ ଚଳଚ୍ଚିତ୍ରରେ ସ୍ଥିର ଚିତ୍ର ଗ୍ରହଣ କରିବା ଦିଗରେ ସେ ଥିଲେ ଅନ୍ୟତମ ପ୍ରତିଭା। ତାଙ୍କ ଦ୍ୱାରା ଉତ୍ତୋଳିତ ଛବି ଦେଖିଲେ ସେଗୁଡିକ ସତେ ଯେମିତି କଥା କହୁଥିବା ପରି ଲାଗିଥାଏ। ସ୍ଥିର ଫଟୋଗ୍ରାଫି ତାଙ୍କର ପେସା ଥିଲା। ଦେଶ ବିଦେଶରେ ଫଟୋଗ୍ରାଫି ଉପରେ ଯାହା କିଛି ପୁସ୍ତକ ପ୍ରକାଶ ପାଏ ତାହାକୁ କାଳୀବାବୁ ମଗାଇ ତାଙ୍କ ପାଠାଗାରରେ ରଖନ୍ତି। ବ୍ୟାଙ୍କରେ ଚାକିରି କରିଥିଲେ ସେ। ହେଲେ ଫଟୋ ନିଶାରେ ସେ ଏମିତି ମାତିଯାଇଥିଲେ ଯେ ସୃଜନଶୀଳତାର ପ୍ରଭାବ ତାଙ୍କ ଫଟୋରେ ପ୍ରକାଶିତ ହେଉଥିଲା। ପର୍ଯ୍ୟଟନ ବିଭାଗର ଏକ ପୁସ୍ତକରେ ଜଗନ୍ନାଥଙ୍କ ସମ୍ପର୍କିତ ବହୁତ ଫଟୋ ସେ ଉଠାଇଥିଲେ, ଯାହାକି ପର୍ଯ୍ୟଟକଙ୍କୁ ବିଶେଷ ଆକୃଷ୍ଟ କରିଥିଲା। ଫଟୋ ମାଧ୍ୟମରେ ନୂଆ କିଛି ପରିକଳ୍ପନା କରିବା ଥିଲା ତାଙ୍କର ଗବେଷଣା। ଭଲ ଭଲ କ୍ୟାମେରା ମାଧ୍ୟମରେ ସେ ଫଟୋରେ ଚରିତ୍ରଟିକୁ ବେଶ୍‌ ଜୀବନ୍ତ ଭାବରେ ଫୁଟାଇ ପାରୁଥିଲେ। କେବଳ ଫଟୋ ନିଶାରେ ନିଶାଗ୍ରସ୍ତ କାଳୀବାବୁଙ୍କ ମରଶରୀର ସ୍ବର୍ଗଦ୍ୱାରରେ ଲୀନ ହେଲା ସତ ହେଲେ ତାଙ୍କର ପ୍ରତିଟି ଫଟୋ ଆଜି ବି ଜୀବନ୍ତ। ଜଣେ ସଫଳ ଚିତ୍ରଗ୍ରହଣକାରୀ ଚରିତ୍ରମାନଙ୍କୁ ତାଙ୍କ ଦୃଷ୍ଟିକୋଣରୁ ବିଚାର କରି ସାଧାରଣରେ ଫଟୋଟିକୁ ପ୍ରକାଶ କରି ସେ ଅନ୍ୟମାନଙ୍କୁ ଯେଉଁ ଆନନ୍ଦ ଦେଉଥିଲେ ତାହା ଆଜି ନିସ୍ତବ୍ଧ ପାଲଟି ଗଲା। ଜଡବସ୍ତୁକୁ ଜୀବନ୍ତ କରୁଥିବା ଚିତ୍ରଗ୍ରହଣକାରୀ ନିଜେ ଫଟୋ ମଧ୍ୟରେ ସୀମିତ ହୋଇଗଲେ। ଓଡ଼ିଶାରେ ଖୁବ୍‌ କମ୍‌ ଫଟୋଗ୍ରାଫର ଅଛନ୍ତି ଯେଉଁମାନଙ୍କର କାର୍ଯ୍ୟଶୈଳୀ ସେମାନଙ୍କର ଦେହାନ୍ତ ପରେ ବି ଜୀବନ୍ତ ହୋଇରହିଛି। କାଳୀପ୍ରସାଦଙ୍କ ଫଟୋସମୂହକୁ ନେଇ ଏକକ ଫଟୋ ପ୍ରଦର୍ଶନୀ ନିମନ୍ତେ ମୁଁ ଅନେକ ଥର କାଳୀବାବୁଙ୍କୁ କହିଛି। ସେ ସବୁବେଳେ ଉତ୍ତର ଦିଅନ୍ତି ‘ନିଶ୍ଚୟ କରିବା’। ସେହି କଥା ଆଜି ନୀରବ ହୋଇଗଲା। କଥା କଥାରେ ରହିଗଲା। କଥାରେ ଅଛି-‘ପ୍ରାଣୀର ଭଲମନ୍ଦ ବାଣୀ ମରଣ କାଳେ ତାହା ଜାଣି’।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri