Odisha Elections 2024

ଏସ୍‌ସିବି ମେଡିକାଲ ପାଇଁ ୧୦୦୦ କୋଟି :ଏମ୍ସ ପ୍ଲସ୍‌ ଢାଞ୍ଚାରେ ହେବ ବିକାଶ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଓ ହସ୍ପିଟାଲର ସର୍ବାଙ୍ଗୀନ ଉନ୍ନତି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏସ୍‌ସିବିକୁ ଏମ୍ସ ପ୍ଲସ୍‌ ଅନୁଷ୍ଠାନରେ ପରିଣତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ହସ୍ପିଟାଲର ଶଯ୍ୟା ସଂଖ୍ୟା ୩୦୦୦କୁ ବୃଦ୍ଧି ପାଇବ। ଏଥିପାଇଁ ପ୍ରାୟ ୧୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୦ ବର୍ଷ ତଳୁ ଏହି ସ୍ବାସ୍ଥ୍ୟାନୁଷ୍ଠାନ ଓଡ଼ିଶାବାସୀଙ୍କୁ ସେବା ଯୋଗାଇ ଆସିଛି। ଏଠାରୁ ଅନେକ ବିଶିଷ୍ଟ ଡାକ୍ତର ବାହାରିଛନ୍ତି, ଯେଉଁମାନେ କେବଳ ଭାରତ ନୁହେଁ, ସାରା ପୃଥିବୀର ଲୋକମାନଙ୍କୁ ସେବା ଦେଇ ଆସୁଛନ୍ତି। ତେଣୁ ଏହି ଅନୁଷ୍ଠାନର ଗୁରୁତ୍ୱକୁ ଆହୁରି ବିଶ୍ୱସ୍ତରରେ ପରିଣତ କରାଯିବ। ପ୍ରତି ଓଡ଼ିଆ ସୁଲଭ ତଥା ଉଚ୍ଚ ଗୁଣାତ୍ମକମାନର ସ୍ବାସ୍ଥ୍ୟ ସେବା ପାଆନ୍ତୁ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ସମ୍ବଳ ବିନିଯୋଗ କରାଯାଉଛି। ଏସ୍‌ସିବିରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ। ଦେଶର ଶ୍ରେଷ୍ଠ ଚିକିତ୍ସା ଅନୁଷ୍ଠାନ(ଏମ୍ସ ପ୍ଲସ୍‌ ଭଳି) ମଧ୍ୟରେ ଏସ୍‌ସିବି ଯେପରି ସ୍ଥାନ ପାଇବ, ସେଥିପ୍ରତି ଦୃଷ୍ଟି ଦିଆଯିବ। ହସ୍ପିଟାଲର ଉନ୍ନତି ସହ ଅଧ୍ୟୟନ ପାଇଁ ଆସିଥିବା ଛାତ୍ରୀଛାତ୍ରଙ୍କ ରହିବା ଓ ମନୋରଞ୍ଜନ ପରିବେଶ ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ବାହାରର ସ୍ବନାମଧନ୍ୟ ଚିକିତ୍ସକମାନେ ଆସି ଯେପରି ସେବା ଯୋଗାଇଦେବାକୁ ଆଗ୍ରହ ପ୍ରକାଶ କରିବେ, ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ପାଇଁ ଜନସାଧାରଣଙ୍କୁ ବହୁତ କିଛି ଆର୍ଥିକ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ହେଲେ ଏହି ପଦକ୍ଷେପ ଦ୍ୱାରା କୌଣସି ବି ଓଡ଼ିଆ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ବୋଲି କୁହାଯାଇଛି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟ ଚିକିତ୍ସା କ୍ଷେତ୍ରର ଶ୍ରେଷ୍ଠ ବ୍ୟକ୍ତିମାନେ ଏସ୍‌ସିବି ପାଇଁ ସେମାନଙ୍କର ଯୌବନ ସମର୍ପିତ କରିଛନ୍ତି। ବର୍ତ୍ତମାନ ସାରା ଦେଶରେ ଏସ୍‌ସିବିର ୧୪ ନମ୍ବର ସ୍ଥାନରେ ରହିଛି। ହେଲେ ସମସ୍ତଙ୍କ ତ୍ୟାଗ, ପରିଶ୍ରମ ଓ ସମର୍ପିତ ଭାବ ସହିତ ରାଜ୍ୟ ସରକାର ଏହାକୁ ଦେଶର ଶ୍ରେଷ୍ଠ ୩ ଅନୁଷ୍ଠାନ ମଧ୍ୟରେ ସ୍ଥାନିତ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବୁଧବାର ପ୍ରତ୍ୟୁଷରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଜରିଆରେ ଏସ୍‌ସିବି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ପ୍ରତ୍ୟକ୍ଷ ଅବଗତ ହେବା ପାଇଁ ୫-ଟି ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍‌, ଏନ୍‌ଏଚ୍‌ଏମ୍‌ ଅଧ୍ୟକ୍ଷା ଶାଳିନୀ ପଣ୍ଡିତ, ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର, ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଏବଂ ଦ୍ୱୈତ ନଗରୀ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ହସ୍ପିଟାଲ ପରିସରକୁ ଗସ୍ତ କରିଥିଲେ। ସେଠାରେ ରୋଗୀ, କର୍ମଚାରୀ, ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ସାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ସମୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ନେତାଙ୍କ ସହ ମୋଦିଙ୍କ ଆଲୋଚନା, ଦେଲେ ଗୁରୁମନ୍ତ୍ରଣା

ଭୁବନେଶ୍ୱର, ୧୯।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନରେ ରବିବାର ବିଜୁ ପଟ୍ଟନାୟକ...

ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି, କଣ୍ଟାବାଞ୍ଜି ଆସନରେ ହେବ ଆଜି ଭୋଟ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।...

ଆଜି ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ଜାଣନ୍ତୁ କେଉଁଠି ହେଉଛି ମତଦାନ…

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ଦେଶରେ ୫ମ ଏବଂ ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ୫ ଲୋକ ସଭା ଆସନ ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼,...

ଭୁବନେଶ୍ୱରରେ ମୋଦି, ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୯।୫: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ...

ଭାଜପାରେ ମିଶିଲେ ସମୀର

ଭୁବନେଶ୍ୱର,୧୯ା୫: ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ରବିବାର ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି। ଆଜି ସକାଳେ ସେ ତାଙ୍କ ପ୍ରାଥମିକ ସଦସ୍ୟ...

ଡିଜିପି ପରିବର୍ତ୍ତନ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୫(ଅନୁରାଧା ମହାରଣା)ନିର୍ବାଚନ ହାରିବା ଭୟରେ ବିଜେଡି ସରକାରୀ କଳ, ବଳର ଅପବ୍ୟହାର କରିବା ସହ ରକ୍ତମୁଖା ହୋଇ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛି।...

ରାଜନୈତିକ ନୁହେଁ, ନ୍ୟାୟ ପାଇଁ ଲଢ଼େଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା)ପୁରୁଷ କମିଶନ ଗଠନ ପାଇଁ ଦୀର୍ଘବର୍ଷ ଧରି ଦାବି କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବିଧାନସଭା ଆସନ ପାଇଁ...

ଟ୍ରେଣ୍ଡ୍‌ କରୁଛି ‘ବାଏ ବାଏ ପାଣ୍ଡିଆନ୍‌’, ‘ଓଡ଼ିଶା ଲଭ୍‌ସ ପାଣ୍ଡିଆନ୍‌’

ଭୁବନେଶ୍ୱର, ୧୯।୫ (ବନ୍ଦନା ସେଠୀ)୨୦୨୪ ସାଧାରଣ ନିର୍ବାଚନକୁ ନେଇ ଉଭୟ ବିଜେଡି ଏବଂ ଭାଜପା ନେତା ପରସ୍ପରକୁ ଦୋଷ ଲଦିବା ସହ କାଦୁଅ ଫିଙ୍ଗାଫିଙ୍ଗି ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri