ହଜିଯାଉଛେ ପାରମ୍ପରିକ ମାଛମରା ସାଜୋସାମାନ

 

ଜାମଟିକ୍ରା, ୨।୧୧(ଡି.ଏନ୍‌.ଏ.)-
ସମିଆ ବଦିଲବାର ସଂଗେ ସବୁ ଜିନିଷର ଦରଦାମ୍‌ ବଢ଼ୁଛେ। ସେନ୍‌ତା ବଜାରରେ ମିଲୁଥିବା ଶାଗ୍‌, ମାଛ୍‌, ପନିପରିବାରେ ବି ଆଗର ଗୁନ୍‌ଧରମ ନଁାଇଁନ। ଯେନ୍‌ଥିରଲାଗି ଲୋକ୍‌ ଅସମିଆରେ ନାନା ରୋଗ୍‌ର ଶିକାର ହେଉଛନ୍‌। ଏନ୍‌ତାଥି ଗଁାଗଁଲିରୁ ସହର ତକ୍‌ ଲୋକ୍‌ ପୂରବେ ସୁବିଧାରେ ମିଲୁଥିବାର ଶାଗ୍‌, ମୁର୍‌ହି, ମାଛ୍‌କେ ଝୁରି ହେଉଛନ୍‌। ଦିନ୍‌ଥିଲା ଖେତ୍‌ଖଲା, ନାଲ୍‌ନଲିଆରେ ଝାଇଁ, ବଏଁରି, ଜରଡା, ଟୁରୋ, ଖପ୍‌ସି, କୁତରି, ମାଗୁର, ସିଂହି, ଲେଖେଁ ଭିନେ ଭିନେ ପରଜାତିର ମାଛ୍‌ ବହୁତ୍‌ ମିଲୁଥିଲେ। ସେନ୍‌ତା ରୁଆବିହିଡ଼ା ବେଲେ ଖେତ୍‌ମାନକେ ଖିର କଁକ୍‌ରା ସଲ୍‌ବଲେଇ ଯାଉଥିଲେ। ହେଲେ ଆଏଜ୍‌କାଲି ଚାଷ୍‌ବାସଥି ପୋକ୍‌ମରା ଉଷୋର ବଡ଼ଭାରି ବେଭାର ଲାଗି ମାଛ୍‌, କଁକ୍‌ରା ଲେଖେଁ ଜଲ୍‌ଚର ଜୀବ୍‌ଜଁତୁକର ଭେଲି ମେଟିଗଲାନ। ସେନ୍‌ତା ଆଗ୍‌ରୁ ଲୋକ୍‌ ଖେତ୍‌ଖଲା, ନାଲ୍‌ନଲିଆ, ନଦୀରୁ ମାଛ୍‌ ମାରବାର ଲାଗି ଧଏଁର, ଥପି, କୁମୁନା, ଜାଲ, ଉଁଜର ବେଭାର କରୁଥିଲେ। ଖେତ୍‌ଖଲା, ନାଲ୍‌ନଲିଆରୁ ମିଲୁଥିବାର ଛୋଟ୍‌ ଛୋଟ୍‌ ମାଛର ସୁଆଦ୍‌ ବି ଥିଲା ଭିନେ ପରକାର। ହେଲେ ପୋକ୍‌ମରା ଉଷୋକଷାର ବେଭାରରେ ଅନେକ ପରଜାତିର ମାଛ ଭେଲି ମେଟିଗଲାନ। ଏନ୍‌ତାଥି ମାଛ୍‌ ମାରି କୁଟୁମ ପୁଷୁଥିବାର ପରିବାର ଆର ମାଛ୍‌ଧରା ସାଜୋସାମାନ ତିଆରି କରୁଥିବାର ପରିବାରମାନେ ନିଜର ଜୀବ୍‌କା ହରାଲେନ। ଏନ୍‌ତା ପରିସ୍ଥିତିରେ ଦେଶ୍‌ ଆର ରାଏଜେ ଅନେକ ସଂଗଠନ ଚାଷୀକୁ ଜଇବିକ୍‌ ଚାଷ୍‌ କରବାର ଲାଗି ସଚେତନ୍‌ କରୁଛନ୍‌। ରାଏଜ୍‌ ସରକାର ଇ ଦିଗେ ଦୁରୁଷ୍‌ଟି ଦେଇ କ୍ଷତିକାରକ୍‌ ପୋକ୍‌ମରା ଉଷୋକଷା ବଁଦ୍‌ କରବାର ସଂଗେ ଚାଷୀକୁ ଜଇବିକ୍‌ ଚାଷ୍‌ ଲାଗି ପୋରଛାହିତ୍‌ କରବାକେ ବୁଧିଜୀବୀ ମହଲରେ ଦାବି ହେଉଛେ। ଏନ୍‌ତାଥି ଆମର ପରିବେଶ, ସମାଜ ନିରୁଜ୍‌ ରହିପାରବା ବଲି ସେମାନେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri