ଜାପାନୀ ଜ୍ୱର ଭୟ: ମଢିଆଳି ଗାଁରେ ପହଞ୍ଚିଲେ ଚିକିତ୍ସକ ଦଳ

ଭଣ୍ଡାରିପୋଖରୀ, ୨୨ା୧୦(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ-ମଢିଆଳି ପଞ୍ଚାୟତ ମଢିଆଳି ଗ୍ରାମରେ ଜଣେ ୧୭ ବର୍ଷର କଲେଜ ପଢୁଆ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କୁ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଆଇସିୟୁରେ ରଖି ଚିକତ୍ସା କରାଯାଉଛି। ଏହି ସୂଚନାକୁ ଆଧାର କରି ମଙ୍ଗଳବାର ଭଦ୍ରକ ଓ ଭଣ୍ଡାରିପୋଖରୀ ଡାକ୍ତରଖାନାରୁ ଏକ ଚିକିତ୍ସକ ଦଳ ଏଠାରୁ ୧୫ କି.ମି. ଦୂର ମଢିଆଳି ଗ୍ରାମକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନେ ପରିବେଶ, ପାନୀୟ ଜଳଉତ୍ସ, ଗ୍ରାମରେ ମଶା ଅଣ୍ଡା ଦେବାଭଳି ପାଣି ଜମୁଥିବା ସ୍ଥାନ ଆଦି ବୁଲି ଦେଖିଥିଲେ। ଗ୍ରାମର ପରିବେଶକୁ ସଫାସୁତୁରା ରଖିବା ଲାଗି ସେମାନେ ଲୋକଙ୍କୁ ଡାକି ସଭା କରି ସଚେତନତା ସୃଷ୍ଟି କରିଥିଲେ।

ଜାପାନୀ ଜ୍ୱରର ଚିକତ୍ସା ଲାଗି ଆବଶ୍ୟକ ଔଷଧ ବାହାରି ନ ଥିବାରୁ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳି ଯାଇଛି। ଏଥିଲାଗି କେହି ଭୟଭୀତ ନ ହେବାକୁ ଡାକ୍ତରୀ ଦଳ ଲୋକଙ୍କୁ ବୁଝାଇ ପରିବେଶକୁ ସଫାସୁତୁରା ରଖିବା ଏବଂ ସଚେତନ ରହିବାକୁ କହିଥିଲେ। ଜିଲା ମ୍ୟାଲେରିଆ ଅଧିକାରୀ ଡ. ମୁରଲୀଧର ନାୟକ, ମ୍ୟାଲେରିଆ ସୁପରଭାଇଜର ସଙ୍ଗୀତା ଦେବତା, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ଅନୀତାରାଣୀ ରାଉତ, ସ୍ବାସ୍ଥ୍ୟ ସୁପରଭାଇଜର ମନୋରଞ୍ଜନ ରାଉତ, ନବଘନ ଦାସ ପ୍ରମୁଖ ଏହିଦଳରେ ସାମିଲ ଥିଲେ। ସ୍ବାସ୍ଥ୍ୟକର୍ମୀ ରୁଦ୍ରନାରାୟଣ କବି, ଅଙ୍ଗନୱାଡି କର୍ମୀ ବିଦ୍ୟୁତ୍‌ପ୍ରଭା ବାରିକ, ଶଶିମଣି ଜେନା, ଆଶାକର୍ମୀ ଉର୍ମିଳା ବେହେରା, କୋଇଲୀ ସେଠୀ ପ୍ରମୁଖ ଗ୍ରାମବାସୀଙ୍କ ସହ ସତର୍କତା ଅବଲମ୍ବନ ନେଇ ଆଲୋଚନା କରିଥିଲେ। ଜାପାନୀ ଜ୍ୱରର ମୁକାବିଲା ସକାଶେ ପ୍ରତିଷେଧକ ବ୍ୟବସ୍ଥା ଅପରିହାର୍ଯ୍ୟ। ଏଥିଲାଗି ନଭେମ୍ବର ୧୧ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଚିକିତ୍ସକଦଳ ସୂଚନା ଦେଇଥିଲେ। ଏହାବାଦ ଏକ ବ୍ଲକସ୍ତରୀୟ ସଭା ଆସନ୍ତା ୨୪ ତାରିଖରେ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri