Posted inଜାତୀୟ

ରାସ୍ତାକଡରେ ଥିବା ଚିକେନ-ମଟନ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଯୋଗୀ

ଲକ୍ଷ୍ନୌ,୨୨।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ଦୀପାବଳି ସମୟରେ ରାସ୍ତାକଡରେ ବିକ୍ରି ହେଉଥିବା ଚିକେନ-ମଟନ ଦୋକାନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିସହ ଜୁଆ ଖେଳୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ପୋଲିସ କର୍ମଚାରୀ ମଧ୍ୟ କାର୍ଯ୍ୟରେ ଅବହେଳା କଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କ ହାତରେ ପୋଲିସ ବାଡି ବଦଳରେ ଯଦି ମୋବାଇଲ ଦେଖିବାକୁ ମିଳେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମଙ୍ଗଳବାର ଆଦିତ୍ୟନାଥ ଜିଲାପାଳ, ଆଇଜି, କମିଶନର ଓ ଡିଆଇଜିଙ୍କ ସହ ଏକ ଭିଡିଓ କନଫରେନ୍ସିଂ ଜରିଆରେ ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri