ଭୁବନେଶ୍ୱର,୨୯।୯(ବ୍ୟୁରୋ): ୨୦୧୮ରେ ରାଜ୍ୟ ସରକାର ଶପିଂମଲଗୁଡିକରେ ମଦ ବିକ୍ରିକୁ ବନ୍ଦ କରିବା ସହ ଏହା ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବିରୋଧୀ ବୋଲି ଦର୍ଶାଇଥିଲେ। ହେଲେ ସେହି ରାଜ୍ୟ ସରକାର ନିକଟରେ ଡ୍ୟାନ୍ସ ବାର୍ ଖୋଲିବାକୁ ଅନୁମତି ଦେଉଛନ୍ତି। ତେଣୁ ସଂସ୍କୃତି କଥା କହୁଥିବା ସରକାର ପ୍ରକୃତରେ ଡ୍ୟାନ୍ସ ବାର୍ ଖୋଲି ଦୋମୁହାଁ ନୀତି ଅବଲମ୍ବନ କରିଥିବା ଭାଜପା ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର ଶନିବାର ଅଭିଯୋଗ କରିଛନ୍ତି।
ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ୨୦୧୮ରେ ହାଇକୋର୍ଟର ସତ୍ୟପାଠରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ପରମ୍ପରା ଦିଲ୍ଲୀ, ଗୁର୍ଗାଁଓ ଭଳି ଅଞ୍ଚଳରୁ ସମ୍ପୂର୍ଣ୍ଣ ଅଲଗା । ଶପିଂମଲରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେବୁ ନାହଁୁ । ମଦ ବିକି ରାଜସ୍ବ କମାଇବା ଜନକଲ୍ୟାଣ କାମ ନୁହେଁ ବୋଲି ଉଲ୍ଲେଖ କରିଥିଲେ। ହେଲେ ସରକାର ନିକଟରେ ୭ଟି ଡ୍ୟାନ୍ସ ବାର୍ ପାଇଁ ଅନୁମତି ଦେବା ନିନ୍ଦନୀୟ ଘଟଣା ବୋଲି ଲେଖାଶ୍ରୀ କହିଛନ୍ତି।
ସେହିପରି ଓଡ଼ିଶାର ସଂସ୍କୃତି ସମ୍ବନ୍ଧରେ ଅବଗତ ନ ଥିବା ଅଣଓଡ଼ିଆ ଅଫିସରମାନେ ବିଭିନ୍ନ ନୀତି ପ୍ରଣୟନ କରୁଛନ୍ତି। ଓଡ଼ିଶା ସଂସ୍କୃତିରେ ଡ୍ୟାନ୍ସ ବାର୍ର ପରିକଳ୍ପନା ନାହିଁ ା ଓଡ଼ିଆ ସଂସ୍କୃତିରେ ମହିଳାମାନଙ୍କୁ ସର୍ବୋଚ୍ଚ ସ୍ଥାନରେ ରଖାଯାଇଥାଏ । ହେଲେ ଡ୍ୟାନ୍ସ ବାର୍ ଖୋଲିବା ଭଳି ନିଷ୍ପତ୍ତି ମହିଳା ବିରୋଧୀ ମାନସିକତାର ପରିଚୟ ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି।


