ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ: ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ

ପୁରୀ,୨୧୫(ଅଜିତ୍‌ କୁମାର ମହାନ୍ତି):ପଞ୍ଜାବରେ ଅଦିନିଆ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି ଅଦିନିଆ ରଥଯାତ୍ରା ବନ୍ଦ କରିବାରେ ସଫଳ ହୋଇଛି। ପଞ୍ଜାବ ଫିରୋଜ୍‌ପୁରଠାରେ ଆସନ୍ତା ୨୩ରେ ଅଦିନିଆ ରଥଯାତ୍ରା ଆୟୋଜନ ହେଉଥିବା ନେଇ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ପକ୍ଷରୁ ଫିରୋଜ୍‌ପୁର ଜିଲା ମାଜିଷ୍ଟ୍ରେଟ ତଥା ଜିଲାପାଳଙ୍କୁ ଚିଠି ଲେଖି ଏହାକୁ ବନ୍ଦ କରିବାକୁ ଅନୁରୋଧ କରାଯାଇଥିଲା। ଅଦିନିଆ ରଥଯାତ୍ରା ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅପମାନ କରୁଥିବା ନେଇ ଦର୍ଶାଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ପାରମ୍ପରିକ ତିଥି ଏବଂ ରୀତିନୀତି ଅନୁସାରେ ଚଳିତବର୍ଷ ରଥଯାତ୍ରା ଜୁଲାଇ ୧୬ରେ ହେବ। ପରମ୍ପରା ଏବଂ ଶାସ୍ତ୍ର ନିର୍ଦ୍ଧାରିତ ତାରିଖରେ ପବିତ୍ର ପର୍ବ ପାଳନ ନ କରିବା ଦ୍ୱାରା ଭାରତ ଏବଂ ବିଦେଶରେ ଥିବା ଲକ୍ଷାଧିକ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ହେବାର ସମ୍ଭାବନା ରହିଛି। ଏହି ପବିତ୍ର ରୀତିକୁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ମୂଳପୀଠର ପ୍ରତିଷ୍ଠିତ ଧାର୍ମିକ ପରମ୍ପରା ଏବଂ ଶାସ୍ତ୍ରୀୟ ନିର୍ଦ୍ଦେଶାବଳୀ ଅନୁସାରେ କଡ଼ାକଡ଼ି ପାଳନ କରନ୍ତୁ। ଜୁଲାଇ ୧୬ରେ ମହାପ୍ରଭୁଙ୍କ ଘୋଷଯାତ୍ରା ତିଥି ଅନୁଯାୟୀ ଅନୁଷ୍ଠିତ ହେବାକୁ ଥିବାରୁ ଉକ୍ତ ତିଥିରେ ରଥଯାତ୍ରା ଆୟୋଜନ କରିବାକୁ ଅନୁରୋଧ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଦିନିଆ ରଥଯାତ୍ରା ସମ୍ପର୍କିତ ଚିଠି ପାଇବା ପରେ ଫିରୋଜ୍‌ପୁର ଜିଲା ମାଜିଷ୍ଟ୍ରେଟ ତଥା ଜିଲାପାଳ ଘଟଣାକୁ ଗୁରୁତ୍ୱ ଦେଇ ୨୩ରେ ହେବାକୁଥିବା ଅଦିନିଆ
ରଥଯାତ୍ରାକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଫିରୋଜ୍‌ପୁର ଜିଲା ମାଜିଷ୍ଟ୍ରେଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ଚିଠି ଯୋଗେ ଅବଗତ କରାଇଛନ୍ତି। ଏହାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଛି।
ମୁଖ୍ୟ ପ୍ରଶାସକ ପାଢ଼ୀ କହିଛନ୍ତି, ପଞ୍ଜାବର ଫିରୋଜ୍‌ପୁର ଜିଲାରେ ମେ’ ୨୩ରେ ଏକ ଅଦିନିଆ ରଥଯାତ୍ରା ଆୟୋଜନ ହେବାକୁ ଯାଉଥିବା ଖବରପାଇ ତୁରନ୍ତ ଫିରୋଜ୍‌ପୁର ଜିଲା ପ୍ରଶାସନଙ୍କୁ ଅଲଗା ତିଥିରେ ଏହି ରଥଯାତ୍ରା ଆୟୋଜନକୁ ବନ୍ଦ କରିବା ପାଇଁ ଏକ ଅନୁରୋଧପତ୍ର ପ୍ରେରଣ କରିଥିଲୁ। ବୁଧବାର ପୂର୍ବାହ୍ନରେ ଫିରୋଜ୍‌ପୁର ଜିଲାପାଳ ଦୀପଶିଖା ଶର୍ମାଙ୍କ ସହ କଥା ହୋଇଥିଲି। ତାଙ୍କର ତ୍ୱରିତ୍‌ ହସ୍ତକ୍ଷେପ ଓ ସହଯୋଗରେ ଏକ ସକାରାତ୍ମକ ସମାଧାନ ସମ୍ଭବ ହୋଇପାରିଛି। ଆମ ଅନୁରୋଧକୁ ସମ୍ମାନ ଜଣାଇ ଫିରୋଜ୍‌ପୁର ଜିଲା ପ୍ରଶାସନ ଆସନ୍ତା ୨୩ରେ ରଥଯାତ୍ରା ଆୟୋଜନ କରିବାକୁ ଯାଉଥିବା ସଂଗଠନ ସହ ଆଲୋଚନା କରି ସେମାନଙ୍କୁ ଶ୍ରୀମନ୍ଦିରର ନିର୍ଦ୍ଧାରିତ ତିଥି(୧୬ ଜୁଲାଇ) ଅନୁଯାୟୀ ରଥଯାତ୍ରା ପାଳନ କରିବାକୁ ସହମତ କରାଇଛନ୍ତି। ସଂଗଠନ ପକ୍ଷରୁ ଏ ସମ୍ବନ୍ଧୀୟ ଲିଖିତପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ମୁଁ ଫିରୋଜ୍‌ପୁର ଜିଲାପାଳ ଶର୍ମାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?