ଫିଲ୍ମରେ ଅଭିନୟ କରୁଥିଲେ ଫେରାର କଏଦୀ: ୧୨ ବର୍ଷ ପରେ…

ଅହମ୍ମଦାବାଦ, ୨୨/୫ (ପି.ଟି.):ସିନେମା ଜଗତର ଚମକପ୍ରଦ ଦୁନିଆରେ ନିଜ ପରିଚୟ ଲୁଚାଇ ବୁଲୁଥିବା ଜଣେ କଏଦୀକୁ ଶେଷରେ ଗିରଫ କରିଛି ଗୁଜରାଟ ପୋଲିସ। ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଏହି ଅଭିଯୁକ୍ତ ଜଣକ ୨୦୧୪ରୁ ପାରୋଲ୍‌ରେ ଆସି ଫେରାର ହୋଇଯାଇଥିଲା। ଏହାପରେ ନିଜ ନାମ ବଦଳାଇ ସେ ବଲିଉଡ୍‌ର ବଡ଼ ବଡ଼ ପ୍ରଡକ୍ସନ ହାଉସ୍‌ର ଫିଲ୍ମରେ ସହ-ଅଭିନେତା ଭାବେ କାମ କରୁଥିଲା। ୧୨ ବର୍ଷ ପରେ ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ସେହି ଫେରାର କଏଦୀଙ୍କୁୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ମୋଦି। ଗତ ବୁଧବାର ଅପରାହ୍ନ ପ୍ରାୟ ୧ଟା ବେଳେ ଅହମ୍ମଦାବାଦର ଘି-କାଣ୍ଟା ମେଟ୍ରୋ ଷ୍ଟେଶନ ନିକଟରୁ ତାଙ୍କୁୁ କାବୁ କରାଯାଇଥିଲା।
ଅହମ୍ମଦାବାଦର ଏକ ରାସ୍ତାରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଶିଡ଼ିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ୨୦୦୫ ଜୁନ୍‌ ୧୫ରେ ହେମନ୍ତ, ତାଙ୍କ ଭାଇ ଏବଂ ଗୋଷ୍ଠୀ ଅଭିଯୋଗକାରୀ ଅଜୟ ପଟେଲ ଓ ତାଙ୍କ ବନ୍ଧୁ ନରେନ୍ଦ୍ର କାମ୍ବଲେଙ୍କ ସହ ମାରପିଟ ହୋଇଥିଲା। ଏଥିରେ ନରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଏନେଇ ହେମନ୍ତ ଓ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା, ଦଙ୍ଗା ଏବଂ ଆପରାଧିକ ଷଡ଼ଯନ୍ତ୍ର ମାମଲା (ଆଇପିସି ଦଫା ୩୦୨, ୩୨୪, ୧୪୭, ୧୪୮, ୧୪୯, ୧୨୦-ବି) ରୁଜୁ ହୋଇଥିଲା।
ଅଗଷ୍ଟ ୨୦୦୮ରେ କୋର୍ଟ ହେମନ୍ତଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେମାନେ ମେହସାଣା ଜିଲା ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ୨୦୧୪ରେ ଗୁଜରାଟ ହାଇକୋର୍ଟ ତାଙ୍କୁ ୩୦ ଦିନର ପାରୋଲ ମଞ୍ଜୁର କରିଥିଲେ। ମାତ୍ର ଅବଧି ଶେଷ ହେବା ପରେ ସେ ଜେଲକୁ ନ ଫେରି ଫେରାର ହୋଇଯାଇଥିଲେ। ଜୁଲାଇ ୨୦୧୪ରେ ହାଇକୋର୍ଟ ତାଙ୍କୁ ‘ପାରୋଲ ଜମ୍ପର’ (ଫେରାର୍‌ କଏଦୀ) ଘୋଷଣା କରିଥିଲେ।
ଜେଲରୁ ଫେରାର ହେବା ପରେ ହେମନ୍ତ ‘ଟ୍ବିଙ୍କଲ ଡାଭେ’ ନାମରେ ନିଜ ପରିଚୟ ବଦଳାଇ ୨୦୧୭ ଯାଏ ଗୁଜରାଟ ପାଟନ ଏବଂ ଅହମ୍ମଦାବାଦରେ ରହିଥିଲେ। ଏହାପରେ ସେ ମୁମ୍ବାଇ ପଳାଇଥିଲେ
ଏବଂ ଅଭିନୟ ଜଗତରେ ପାଦ ଥାପିଥିଲେ। ସେ ଅନେକ ହିନ୍ଦୀ ଏବଂ ଗୁଜରାଟୀ ଚଳଚ୍ଚିତ୍ର, ୱେବ୍‌ ସିରିଜ ଏବଂ ନାଟକରେ ଚରିତ୍ର ଅଭିନେତା ଭାବେ କାମ କରିଥିଲେ। ପୋଲିସର କହିବାନୁଯାୟୀ, ଅମିତାଭ ବଚ୍ଚନ ଏବଂ ଆମିର ଖାନ୍‌ଙ୍କ ଅଭିନୀତ ବ୍ଲକ୍‌ବଷ୍ଟର ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ ଏବଂ ରଣବୀର ସିଂଙ୍କ ‘ଜୟେଶଭାଇ ଜୋରଦାର’ ଭଳି ବଡ଼ ବ୍ୟାନରର ଫିଲ୍ମରେ ହେମନ୍ତ କାମ କରିସାରିଛନ୍ତି। ଏହାବ୍ୟତୀତ ସେ ‘ଯୁଗପୁରୁଷ’ ଏବଂ ‘ଗାନ୍ଧୀ ବିରୁଦ୍ଧ ଗୋଡ୍‌ସେ’ ଭଳି ପ୍ରସିଦ୍ଧ ନାଟକରେ ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମ ଏବଂ ସିରିଏଲ ଦୁନିଆରେ ସକ୍ରିୟ ଥାଇ ସର୍ବସାଧାରଣଙ୍କ ସାମ୍ନାକୁ ଆସୁଥିଲେ ମଧ୍ୟ ୧୨ ବର୍ଷ ଧରି ସେ ପୋଲିସ ଆଖିରେ ଧୂଳି ଦେବାରେ ସଫଳ ହୋଇଥିଲେ। ୨୦୨୫ରୁ ସେ ପୁଣି ଅହମ୍ମଦାବାଦ ଫେରି ଘି-କାଣ୍ଟା ଅଞ୍ଚଳରେ ରହୁଥିଲେ। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିବା ପରେ ବାକି ଥିବା ଜେଲ ଦଣ୍ଡାଦେଶ କାଟିବା ପାଇଁ ମେହସାଣା ଜିଲା ଜେଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

ବଢିଲା ଅଭିଜିତ ଦୀପକେଙ୍କ ଅଡୁଆ: ରୁଜୁ ହେଲା ମାମଲା, ଜାଣନ୍ତୁ କାହିଁକିି…

ନୂଆଦିଲ୍ଲୀ,୪।୮: କକରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେଙ୍କ ଅଡୁଆ ବଢ଼ୁଥିବା ନଜର ଆସୁଛି। ପଶ୍ଚିମବଙ୍ଗରେ ଆଇନଜୀବୀ ରିଙ୍କି ଚଟାର୍ଜୀ ସିଂହ ସିଲିଗୁଡ଼ି ସାଇବର କ୍ରାଇମ…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

Ramayan ର ୭୮ଟି ଏପିସୋଡ୍‌ରୁ ଦୂରଦର୍ଶନ କମାଇଥିଲା ୩୧,୨୦,୦୦,୦୦୦ କୋଟି ଟଙ୍କା! ଜାଣନ୍ତୁ ଗୋଟିଏ ଦିନର କେତେ ଥିଲା ବଜେଟ୍‌…

ନୂଆଦିଲ୍ଲୀ,୪।୮: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ‘ରାମାୟଣ’ ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏପରି ସ୍ଥିତିରେ ଆସନ୍ତୁ ଏହା ସହ ଜଡ଼ିତ କିଛି ଖାସ୍…

LPG ସବସିଡି ଚେକ୍‌ କରିବାକୁ ଯାଇଥିଲେ ବ୍ୟାଙ୍କ, ଖାତାରେ ଏତେ କୋଟି ଦେଖି ଉଡିଗଲା ହୋସ୍‌!

ନୂଆଦିଲ୍ଲୀ,୪।୮: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍‌ ୧୦୦ କୋଟି ଟଙ୍କା ଆସିଯାଏ, ତେବେ ବୋଧହୁଏ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ପଶ୍ଚିମବଙ୍ଗର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri