ନୂଆଦିଲ୍ଲୀ,୨୨।୫: ଜୁନ-ଜୁଲାଇରେ ଖାଲି ପଡୁଥିବା ୨୪ଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଏହା ସହିତ ମହାରାଷ୍ଟ୍ର ଏବଂ ତାମିଲନାଡୁର ଦୁଇଟି ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଜୁନ ୧୮ରେ ଭେଟିଂ ହେବ ବୋଲି ଜଣାପଡିଛି। ୧୦ଟି ରାଜ୍ୟର ୨୪ ଜଣ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଜୁନ-ଜୁଲାଇରେ ଶେଷ ହେଉଛି। କମିଶନ ସମସ୍ତ ୨୪ଟି ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି।
ନିର୍ବାଚନ କମିଶନଙ୍କ ଅନୁଯାୟୀ, ଭୋଟିଂ ଜୁନ ୧୮ରେ ହେବ ଏବଂ ଫଳାଫଳ ସେହି ଦିନ ଘୋଷଣା କରାଯିବ।
Dharitri – Odisha’s No.1 Odia Daily

