ଏବେ କେବଳ  Hello ପଠାଇବା ମାତ୍ରେ ମିଳିଯିବ PF  ଆକାଉଣ୍ଟର ସମସ୍ତ ସୂଚନା, ବଡ଼ ପଦକ୍ଷେପ ନେଲା… 

ନୂଆଦିଲ୍ଲୀ,୨୦।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଖୁବଶୀଘ୍ର କୋଟି କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଡିଜିଟାଲ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏବେ ପିଏଫ ଆକାଉଣ୍ଟଧାରୀମାନଙ୍କୁ ନିଜ ଆକାଉଣ୍ଟ ବିଷୟରେ ଜାଣିବା ପାଇଁ ୱେବସାଇଟ ଲଗ୍‌-ଇନ୍‌ କରିବାକୁ କିମ୍ବା କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଆସନ୍ତା ଏକ ମାସ ମଧ୍ୟରେ EPFO ଏକ ହ୍ବାଟସଆପ ଆଧାରିତ ସେବା ଆରମ୍ଭ କରିବ, ଯେଉଁଠାରେ କେବଳ ଏକ ମେସେଜ ପଠାଇ ସଦସ୍ୟମାନେ ନିଜ ପିଏଫ ଆକାଉଣ୍ଟ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ ।
ଏହି ନୂତନ ବ୍ୟବସ୍ଥା ଅଧୀନରେ EPFO ଏକ ସାଧାରଣ ହ୍ବାଟ୍ସଆପ୍‌ ନମ୍ବର ଜାରି କରିବ, ଯାହା ସାରା ଦେଶରେ ବ୍ୟବହାର କରାଯିବ । ସଦସ୍ୟମାନେ ଏହି ନମ୍ବରକୁ କେବଳ ’Hello’ ଲେଖି ମେସେଜ ପଠାଇବେ । ଏହା ପରେ ସେମାନଙ୍କୁ ଅନେକ ସେବାର ବିକଳ୍ପ ଦେଖାଯିବ ।
ଏହି ସୁବିଧା ମାଧ୍ୟମରେ ଲୋକମାନେ ନିଜର ପିଏଫ୍‌ ବାଲାନ୍ସ, ଶେଷ ପାଞ୍ଚଟି କାରବାର (Transactions), କ୍ଲେମ ଷ୍ଟାଟସ ଏବଂ ବିଚାରାଧୀନ ମାମଲା ବିଷୟରେ ସହଜରେ ଜାଣିପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସଦସ୍ୟମାନେ ନିଜ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ସୂଚନା ପାଇପାରିବେ ।
EPFOର ଏହି ନୂତନ ସେବା ସମ୍ପୂର୍ଣ୍ଣ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଆଧାରିତ ଚାଟବଟ ସହିତ ଜଡ଼ିତ ହେବ । ଏହି ଚାଟବଟ ଲୋକଙ୍କ ସାଧାରଣ ପ୍ରଶ୍ନର ଉତ୍ତର ୨୪ ଘଣ୍ଟା ଧରି ଦେବ । ଯଦି କୌଣସି ମାମଲା ଅଧିକ ଜଟିଳ ହୁଏ, ତେବେ ସିଷ୍ଟମ ଆଗାମୀ ପ୍ରକ୍ରିୟା ଏବଂ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିବ ।
ସରକାରଙ୍କ ମତରେ ଏହି ସୁବିଧା ଦ୍ୱାରା ଲୋକମାନେ କଲ ସେଣ୍ଟରର ଦୀର୍ଘ ପ୍ରକ୍ରିୟା ଏବଂ EPFO କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବା ଭଳି ସମସ୍ୟାରୁ ମୁକ୍ତି ପାଇବେ । ଏହାଦ୍ୱାରା ଅଭିଯୋଗଗୁଡ଼ିକର ସମାଧାନ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ଶୀଘ୍ର ହୋଇପାରିବ ।
କେବଳ ଗ୍ରାହକ ଅଦାଲତରେ ନୁହେଁ, ବରଂ EPFO ସହ ଜଡ଼ିତ ମୋଟ ବିଚାରାଧୀନ ମାମଲା ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି । ବର୍ଷକ ପୂର୍ବେ ଯେଉଁଠାରେ ୩୧,୦୩୬ଟି ମାମଲା ବିଚାରାଧୀନ ଥିଲା, ତାହା ଏବେ ହ୍ରାସ ପାଇ ୨୭,୬୩୯ ହୋଇଯାଇଛି । ସରକାରଙ୍କ କହିବା ଅନୁଯାୟୀ, ଡିଜିଟାଲ ସେବାକୁ ପ୍ରୋତ୍ସାହନ ଦେବା ଏବଂ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ସହଜ କରିବା ଦ୍ୱାରା ଆଗାମୀ ଦିନରେ ଆକାଉଣ୍ଟଧାରୀମାନେ ଆହୁରି ଅଧିକ ସୁବିଧା ପାଇପାରିବେ ।

Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?