Posted inଜାତୀୟ

ଇନ୍‌ଷ୍ଟାଗ୍ରାମରେ ଭାଜପାକୁ ପଛରେ ପକାଇଲା ‘କକ୍‌ରୋଚ ଜନତା ପାର୍ଟି’: ନୂଆ ଆକାଉଣ୍ଟ ସହ ଫେରିଲେ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୨୨ା୫(ପି.ଟି.):ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଥିବା ବ୍ୟଙ୍ଗାତ୍ମକ ଡିଜିଟାଲ ଆନ୍ଦୋଳନ ‘କକ୍‌ରୋଚ ଜନତା ପାର୍ଟି’ (ସିଜେପି) ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର ଏହି ପାର୍ଟିର ଅଫିସିଆଲ ‘X’ ଆକାଉଣ୍ଟକୁ ଭାରତରେ ପ୍ରତିବନ୍ଧିତ କରାଯାଇଛି। ତେବେ ଏହି ଡିଜିଟାଲ କାର୍ଯ୍ୟାନୁଷ୍ଠାନର କିଛି ସମୟ ମଧ୍ୟରେ ‘କକ୍‌ରୋଚ ଇଜ୍‌ ବ୍ୟାକ୍‌’ ନାମରେ ଏକ ନୂଆ ହ୍ୟାଣ୍ଡେଲ୍‌ ଖୋଲାଯାଇ ପ୍ରତିବାଦ ଜାରି ରଖାଯାଇଛି। ଅପରପକ୍ଷରେ ମେଟା ମାଲିକାନାରେ ଥିବା ‘ଇନ୍‌ଷ୍ଟାଗ୍ରାମ’ରେ ଏହି ପାର୍ଟିର କ୍ରେଜ୍‌ ଥମିବାର ନଁା ନେଉନାହିଁ। ମାତ୍ର ୫ ଦିନ ମଧ୍ୟରେ ଏହି ପାର୍ଟିର ଅନୁଗାମୀ (ଫଲୋଅର୍ସ) ସଂଖ୍ୟା ୧୭.୩ ମିଲିୟନ (୧.୭୩ କୋଟି) ଅତିକ୍ରମ କରିସାରିଛି। କେବଳ ସାର୍ଜମେଣ୍ଟ, ରିଲ୍ସ ଏବଂ ଯୁବପିଢ଼ିଙ୍କ ଆକ୍ରୋଶକୁ ଆୟୁଧ କରି ସିଜେପି ଦେଶର ଶାସକ ଦଳ ଭାରତୀୟ ଜନତା ପାର୍ଟି (ଭାଜପା)ର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ (୮.୯ ମିଲିୟନ ଫଲୋଅର୍ସ)କୁ ବହୁ ପଛରେ ପକାଇ ଦେଇଛି। ବର୍ତ୍ତମାନ କଂଗ୍ରେସ ୧୩.୩ ମିଲିୟନ ଫଲୋଅର୍ସ ସହ ଦ୍ୱିତୀୟରେ ଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ଫଲୋଅର୍ସ ସଂଖ୍ୟା ୧.୯ ମିଲିୟନ ରହିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ‘ଜେନ୍‌-ଜି’ ବା ଆଜିର ଯୁବପିଢ଼ି ବେକାରି, ପ୍ରଶ୍ନପତ୍ର ଲିକ୍‌ ଏବଂ ବ୍ୟବସ୍ଥାର ଉଦାସୀନତା ବିରୋଧରେ ଡିଜିଟାଲ ମାଧ୍ୟମରେ ଯେଉଁ ପ୍ରତିବାଦର ନୂଆ ଶୈଳୀ ଆପଣାଇଛନ୍ତି, ତାହା ଭାରତୀୟ ରାଜନୀତିର ଭବିଷ୍ୟତ ପାଇଁ ଏକ ବଡ଼ ସଙ୍କେତ।

ସୂଚନାଥାଉ କି, ଗତ ମେ’ ୧୫ରେ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ସୋସିଆଲ ମିଡିଆ ଓ ଆରଟିଆଇ କର୍ମୀ ସାଜି ସମସ୍ତଙ୍କୁ ଆକ୍ରମଣ କରୁଥିବା କେତେଜଣ ଯୁବକଙ୍କ ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ, ‘କେତେଜଣ ଯୁବକ ଅଛନ୍ତି, ଯେଉଁମାନେ ଅସରପା (କକ୍‌ରୋଚ) ଭଳି। ସେମାନଙ୍କୁ କୌଣସି ରୋଜଗାର କିମ୍ବା ବୃତ୍ତିରେ ସ୍ଥାନ ମିଳେନାହିଁ। ସେମାନଙ୍କ ମଧ୍ୟରୁ କେତେଜଣ ମିଡିଆ, କେତେଜଣ ସୋସିଆଲ ମିଡିଆ, ଆରଟିଆଇ କର୍ମୀ ସାଜି ସମସ୍ତଙ୍କୁ ଆକ୍ରମଣ କରନ୍ତି।’ ସମ୍ବିଧାନର ରକ୍ଷକଙ୍କ ମୁହଁରୁ ଯୁବପିଢ଼ିଙ୍କ ପାଇଁ ଏଭଳି ଶବ୍ଦ ଶୁଣି ସୋସିଆଲ ମିଡିଆରେ ଜୋରଦାର ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଏହାର ପ୍ରତିବାଦ ସ୍ବରୂପ ପୂର୍ବରୁ ଆପ୍‌ (ଏଏପି) ସହ ଜଡ଼ିତ ଥିବା ଅଭିଜିତ ଦୀପକେ ‘କକ୍‌ରୋଚ ଜନତା ପାର୍ଟି’ (ସିଜେପି)ର ସୂତ୍ରପାତ କରିଥିଲେ। ଯଦିଓ ମେ’ ୧୬ରେ ପ୍ରଧାନ ବିଚାରପତି ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ମିଡିଆର ଏକ ବର୍ଗ ତାଙ୍କ ବକ୍ତବ୍ୟକୁ ଭୁଲ୍‌ ଭାବେ ଉପସ୍ଥାପନ କରିଛି ଏବଂ ସେ କେବଳ ‘ଜାଲ୍‌ ଡିଗ୍ରୀଧାରୀ’ ପରଜୀବୀମାନଙ୍କ ବିଷୟରେ କହିଥିଲେ। କିନ୍ତୁ ସେତେବେଳକୁ ସୋସିଆଲ ମିଡିଆରେ ଏହି ଅଭିଯାନ ଏକ ବଡ଼ ଡିଜିଟାଲ ପ୍ରତିବାଦର ରୂପ ନେଇସାରିଥିଲା।

ଗୁରୁବାର ପ୍ରତିବନ୍ଧିତ ହେବା ପୂର୍ବରୁ ‘X’ରେ ସିଜେପିର ପ୍ରାୟ ୨ ଲକ୍ଷ ୧ ହଜାର ଫଲୋଅର୍ସ ଥିଲେ। ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇ ପ୍ରତିଷ୍ଠାତା ଅଭିଜିତ ଦୀପକେ କହିଛନ୍ତି, ‘ଆମର ଏହି ଆନ୍ଦୋଳନ ଖୁବ୍‌ ଦ୍ରୁତଗତିରେ ବଢ଼ୁଥିଲା ଏବଂ ପ୍ରତିଦିନ ବହୁ ହଜାର ସଂଖ୍ୟାରେ ଲୋକ ଯୋଡ଼ି ହେଉଥିଲେ। ବୋଧହୁଏ ଏହା ହିଁ ସରକାରଙ୍କୁ ଭୟଭୀତ କରିଦେଇଛି, ଯେଉଁଥିପାଇଁ ଆକାଉଣ୍ଟ ବ୍ୟାନ୍‌ କରାଯାଇଛି। କିନ୍ତୁ ଏହା ସରକାରଙ୍କ ଏକ ଆତ୍ମଘାତୀ ଗୋଲ୍‌।’ ସେ ଆହୁରି କହିଛନ୍ତି ଯେ, ଏହି ପ୍ରତିବନ୍ଧକ ବିରୋଧରେ ସେମାନଙ୍କ ଟିମ୍‌ ଆଇନଗତ ଲଢ଼େଇ ଲଢ଼ିବ। ନୂଆ ଆକାଉଣ୍ଟ ଖୋଲିବାର ମାତ୍ର ଏକ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଅପରାହ୍ନ ୩ଟା ୪୦ ମିନିଟ୍‌ରେ ଏଥିରେ ୧୬,୮୦୦ରୁ ଅଧିକ ଫଲୋଅର୍ସ ଯୋଡ଼ି ହୋଇସାରିଥିଲେ।
ଅନ୍ୟପକ୍ଷରେ ଏହି ଡିଜିଟାଲ ପାର୍ଟି ପ୍ରତି ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଆକର୍ଷିତ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ ‘X’ରେ ପୋଷ୍ଟ କରି ସିଜେପିକୁ ଶୁଭେଚ୍ଛା ଜଣାଇବା ସହ ଏହି ଜନସମର୍ଥନକୁ ‘ଏନ୍‌ଇଇଟି’ ପ୍ରଶ୍ନପତ୍ର ଲିକ୍‌ ମାମଲା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉତ୍ତରଦାୟିତ୍ୱ ଦାବି ପାଇଁ ବ୍ୟବହାର କରିବାକୁ ଆହ୍ବାନ ଦେଇଛନ୍ତି। ଏଥିସହ ୨୧ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ‘ରୋଜଗାର ଅଧିକାର ଆଇନ’ ଏବଂ ବେକାରି ଭତ୍ତା ଦାବି କରିବାକୁ ସେ କହିଛନ୍ତି। ଅନ୍ୟପଟେ ଟିଏମ୍‌ସି ଏମ୍‌ପି ମହୁଆ ମଇତ୍ରୋ, କୀର୍ତ୍ତି ଆଜାଦ ଏବଂ ଜନପ୍ରିୟ ୟୁଟ୍ୟୁବର ଧ୍ରୁବ ରାଠୀ ମଧ୍ୟ ଏହି ଅଭିଯାନ ପ୍ରତି ସହମତି ପ୍ରକାଶ କରିଛନ୍ତି। ବିଭିନ୍ନ ରାଜ୍ୟରେ ଏହାର ଅନଫିସିଆଲ ‘ଷ୍ଟେଟ୍‌ ୟୁନିଟ’ (ଯେପରିକି ଉତ୍ତରାଖଣ୍ଡ ୟୁନିଟ) ମଧ୍ୟ ଗଠନ ହେବା ଆରମ୍ଭ ହେଲାଣି।
ମାତ୍ର ୫୬ଟି ପୋଷ୍ଟ ଶେୟାର କରି ସିଜେପି ଭାଜପା ଭଳି ୧୮,୦୦୦ରୁ ଅଧିକ ପୋଷ୍ଟ କରିଥିବା ଏବଂ ବିଶ୍ୱର ସବୁଠାରୁ ବଡ଼ କ୍ୟାଡରଭିତ୍ତିକ ଦଳକୁ ପଛରେ ପକାଇବା ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ସିଜେପି ପକ୍ଷରୁ କଟାକ୍ଷ କରି ପୋଷ୍ଟ କରାଯାଇଛି ଯେ, ‘ସେମାନେ କହୁଥିଲେ ବିଶ୍ୱର ସବୁଠାରୁ ବଡ଼ ଦଳ। ହେଲେ ଯୁବପିଢ଼ିଙ୍କ ଶକ୍ତିକୁ କମ୍‌ ମନେ କରନ୍ତୁ ନାହିଁ।’ କକ୍‌ରୋଚ ଜନତା ପାର୍ଟିର ୱେବସାଇଟ୍‌ରେ ଏକ ରୋଚକ ବ୍ୟାନର ଲଗାଯାଇଛି, ଯେଉଁଥିରେ ଲେଖାଅଛି ‘ଏହା ସେହି ଲୋକମାନଙ୍କର ରାଜନୈତିକ ଦଳ, ଯେଉଁମାନଙ୍କୁ ବ୍ୟବସ୍ଥା ଗଣିବାକୁ ଭୁଲିଯାଇଛି। ୫ଟି ଦାବି, ଶୂନ ପ୍ରାୟୋଜକ ଏବଂ ଏକ ବଡ଼ ଦୃଢ଼ ଦଳ।’ ଏଥିସହ ୱେବସାଇଟ୍‌ରେ ଏହାକୁ ‘ଅଳସୁଆ ଓ ବେକାରିଙ୍କ ସ୍ବର’ ବୋଲି ମଧ୍ୟ ଦର୍ଶାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?