Posted inଫୁରସତ

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର ବା ମନ୍ଦିରରେ ଏପରି ଆଳତି ପରମ୍ପରା ହେଉଥିବାର ପ୍ରମାଣ ଆମେ ପାଇନାହୁଁ। ତାହା ହେଉଛି ନବ ଆଳତି ପରମ୍ପରା। ଆମେ ଏହାକୁ ଆଲୋଚନା ଏଥିପାଇଁ କରୁଛୁ, ସଭିଏଁ ଜାଣନ୍ତୁ ଓଡ଼ିଆ ପରମ୍ପରାରେ କିଭଳି ‘ପ୍ରକୃତି’ ଉପାସନାକୁ ଗୁରୁତ୍ୱ ଦିଆଯାଉଥିଲା।
ପ୍ରଥମେ ‘ବର୍ଷ’କୁ ଆଳତି କରାଯାଉଥିଲା। ବର୍ଷକୁ ଭୂ-ଭାଗ ଅର୍ଥରେ ଗ୍ରହଣ କରାଯାଉଥିବାର ସମ୍ଭାବନା ହୁଏ। ୨- ପବିତ୍ର ନଦୀ ‘ଚନ୍ଦ୍ରଭାଗା’ଙ୍କୁ ଆଳତି କରାଯାଉଥିଲା। ୩- ତୀର୍ଥରାଜ ମହୋଦଧିଙ୍କୁ ଆଳତି କରାଯାଉଥିଲା (ପ୍ରାୟ ୮୦୦ ବର୍ଷ ତଳେ ବି ମହୋଦଧି ଆଳତି ପରମ୍ପରା ଥିଲା ବୋଲି ଶ୍ରୀପଦ୍ମକେଶର ଦେଉଳ କର୍ମାଙ୍ଗୀ ପୁସ୍ତକରୁ ଜଣାଯାଉଛି)। ୪- ପର୍ବତଙ୍କୁ ପବିତ୍ର ପ୍ରତୀକ ଭାବରେ ଆଳତି କରାଯାଉଥିଲା। ୫- ଏଇଠି ଆଳତି ପରମ୍ପରାର ଚମକ ଓ ଆଭିମୁଖ୍ୟ ଆମେ ଜାଣିବା। ସମୟକୁ ସ୍ବାଗତ କରିବାର ପରମ୍ପରା। ସପ୍ତାହର ସାତଦିନକୁ ଆଳତି କରାଯାଉଥିଲା। ଏହାର ବୈଜ୍ଞାନିକ ରହସ୍ୟ ରହିଛି। ୬- ମାସର ‘କୃଷ୍ଣପକ୍ଷ’କୁ ଆଳତି କରାଯାଏ। ଷୋହଳ କଳା ଓ ମାସିକ ଶିବରାତ୍ରି ବିଧି ଏହାରି ଭିତରେ ଅଛି। ୭- ମାସର ଶୁକ୍ଳପକ୍ଷକୁ ଆଳତି କରାଯାଏ। ୮- ‘ବ୍ରହ୍ମଗାୟତ୍ରୀ’ଙ୍କୁ ଆଳତି କରାଯାଏ। (ଅନ୍ୟ ୪୧ଟି ଗାୟତ୍ରୀ ସମ୍ବନ୍ଧରେ କୌଣସି ବର୍ଣ୍ଣନା ଆମେ ପାଇ ନାହୁଁ)। ୯- ଶେଷରେ ‘ନବଗ୍ରହ’ଙ୍କୁ ଆଳତି କରାଯାଏ।
ଏହା ପ୍ରତିଦିନର ନୀତି। ତା’ ପରେ ବିଜେ ବିଗ୍ରହ ମୁଖ୍ୟ ମନ୍ଦିରକୁ ଫେରିଆସନ୍ତି। ଏହା ବ୍ୟତୀତ ସୂର୍ଯ୍ୟାସ୍ତ ସମୟରେ ଶ୍ରୀସୂର୍ଯ୍ୟଙ୍କୁ ଆଳତି କରାଯାଏ। ପ୍ରତି ରବିବାର ଅର୍କବଟ ସମକ୍ଷରେ ଏକ ଆଲୋକ ପ୍ରଜ୍ୱଳନ କରାଯାଉଥିଲା। ସେଇଠି ଗଜପତିଙ୍କ ମଙ୍ଗଳ କାମନା କରାଯାଇ ପ୍ରାର୍ଥନା କରାଯାଏ, ଠିକ୍‌ ଯେମିତି ପ୍ରତି ମାସର ଦୁଇ ଏକାଦଶୀ ତିଥିରେ ଶ୍ରୀମନ୍ଦିର ଦଧିନଉତି ଉପରକୁ ‘ମହାଦୀପ’ ଉଠିବା ପରେ ଗଜପତିଙ୍କ ମଙ୍ଗଳ କରାଯାଇଥାଏ। ଏହାପରେ ଆମେ ଫେରିଯିବା ଆମର ପୂର୍ବ ପ୍ରସଙ୍ଗ ଦ୍ୱାଦଶତମ ପରମ୍ପରା ଦିଗକୁ।
ମାଘ ଶୁକ୍ଳ ସପ୍ତମୀ: ଏହି ସମୟରେ ସୂର୍ଯ୍ୟ ଅଗ୍ନିକୋଣରୁ ଉଦୟ ହୁଅନ୍ତି। ଠିକ୍‌ ଦକ୍ଷିଣ-ପୂର୍ବ କୋଣରୁ, ଆସ୍ଥା ଓ ବିଶ୍ୱାସ ରହିଥିଲା, ଏବେ ବି ରହିଛି ଓଡ଼ିଆଙ୍କର ସେଦିନ ସୂର୍ଯ୍ୟ ଦେବତାଙ୍କ ଆବିର୍ଭାବ ଦିବସ। ସେଥିପାଇଁ ସେଇଦିନ କୋଣାର୍କର ଚନ୍ଦ୍ରଭାଗା କୂଳରେ ଜୀବନରେ ଥରେ ପଦାର୍ପଣ କରିବା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ଅଭିଳାଷ ଥାଏ। ଏଠି ପାପ/ପୁଣ୍ୟ, ଧର୍ମ/ଅଧର୍ମ କଥା ମୁଖ୍ୟ ନୁହେଁ, ମୁଖ୍ୟ ହେଉଛି ଜୀବନକୁ ଜୀବନ୍ତ ଭାବରେ ବାହିନେବା। ସେଥିପାଇଁ ଶାସ୍ତ୍ରରେ ଚନ୍ଦ୍ରଭାଗା ତୀରରେ ପ୍ରାର୍ଥନାର ବ୍ୟବସ୍ଥା କରିଥିଲେ ମହର୍ଷିମାନେ।
ସେହିଦିନ ସୂର୍ଯ୍ୟ ଦେବତା ଚନ୍ଦ୍ରଭାଗାର ଭୌଗୋଳିକ ପ୍ରେକ୍ଷାପଟରେ ମହୋଦଧିର ପବିତ୍ର ଜଳରାଶି ମଧ୍ୟରୁ ଉଦୟ ହୁଅନ୍ତି। ଏ ଅଲୌକିକତାର ସତ୍ୟତା ଜାଣିବା ପାଇଁ ବହୁବାର ଚେଷ୍ଟା କରିଛୁ। କିନ୍ତୁ ସେ ଦିନର ସେ ଆବିର୍ଭାବ ଆମେ ପାଇନାହୁଁ। ସେଥିପାଇଁ ଶ୍ରୀପଦ୍ମକେଶର ଦେଉଳ କର୍ମାଙ୍ଗୀ ମତରେ ସୂର୍ଯ୍ୟ ଉପାସନା ଚାଲିଥିବାବେଳେ କୋଣାର୍କରେ ଏହି ଉତ୍ସବ ମାଘ ପଞ୍ଚମୀରୁ ଆରମ୍ଭ ହେଉଥିଲା। ତିନିଦିନ ବ୍ୟାପୀ ଏହା ଚାଲିଥିଲା। ସେହିଦିନ ଶ୍ରୀଆଦିତ୍ୟଙ୍କର ‘ଅଧରମାଳ’ ଶ୍ରୀପଦ୍ମକେଶର ମନ୍ଦିରରୁ ଯାଇ ଶ୍ରୀମୁକ୍ତେଶ୍ୱର ମହାଦେବଙ୍କୁ ପ୍ରଦାନ କରାଯାଏ। ଏହା ପଛରେ ଦାର୍ଶନିକ ତତ୍ତ୍ୱ ରହିଛି। ଶ୍ରୀମୁକ୍ତେଶ୍ୱରଙ୍କ ବିଜେ ପ୍ରତିମା ଅଧରମାଳ ନେବାବେଳେ ସେଇ ବହୁଚର୍ଚ୍ଚିତ ‘ଅର୍କବଟ’ ତଳେ ବିଜେ କରିଥାନ୍ତି। ପୂର୍ବରୁ ଆମେ କହିଛୁ- ଅର୍କବଟ ହେଉଛନ୍ତି ପବିତ୍ର ସୂର୍ଯ୍ୟବଟ। ଅଧରମାଳ ପାଇବା ଅର୍ଥ- ଆଜ୍ଞାମାଳ। ଆଜ୍ଞା ପାଇବା ପରେ ଶ୍ରୀମୁକ୍ତେଶ୍ୱରଙ୍କ ବିଜେପ୍ରତିମା ବିଜେ କରନ୍ତି ଚନ୍ଦ୍ରଭାଗା ତୀରକୁ। ସେ ବିଜେ କରୁଥିଲେ ରଥରେ। ସେଠାରେ ରଥ ପହଞ୍ଚତ୍ବା ପରେ ତାଙ୍କର ପୂଜାବିଧି ଆରମ୍ଭ ହେଉଥିଲା।
ମାଘ ଶୁକ୍ଳ ଷଷ୍ଠୀ ତିଥିରେ ବିରାଟ ଶୋଭାଯାତ୍ରା ସହିତ ରଥ ଆସି ଶ୍ରୀପଦ୍ମକେଶର ମନ୍ଦିରର ସିଂହଦ୍ୱାରରେ ପହଞ୍ଚେ। ଶ୍ରୀମୁକ୍ତେଶ୍ୱର ରଥରୁ ଓହ୍ଲାଇବା ପରେ ରାଜଗୁରୁ ଉକ୍ତ ରଥକୁ ସଂସ୍କାର କରନ୍ତି। ସଂସ୍କାର ପରେ ଶ୍ରୀଆଦିତ୍ୟଙ୍କର ଆଜ୍ଞାମାଳ ଆଚାର୍ଯ୍ୟ- ସେବକଙ୍କ ସହାୟତାରେ ରାଜଗୁରୁ ରଥକୁ ଦିଅନ୍ତି। ଏହାର ଅର୍ଥ ରଥ ଯିବା ପାଇଁ ପୁନଃ ଅନୁମତି ଦିଆଗଲା। ସେତେବେଳକୁ ଶ୍ରୀଆଦିତ୍ୟଙ୍କର ବଡ଼ ବିଜେ ପ୍ରତିମା ମୁଖ୍ୟ ମନ୍ଦିର ଭିତରକୁ ଯାଇ ସିଂହାସନରେ ବିଜେ କରିସାରିଥାନ୍ତି।

ଡ. ସୁରେନ୍ଦ୍ର କୁମାର ମିଶ୍ର

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?