ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ମୃତକ ହେଲେ ୧୭ ବର୍ଷୀୟ ନାବାଳିକା ମେଘନା । ହତ୍ୟାକାରୀ ହେଉଛନ୍ତି ମେଘନାଙ୍କ ବାପା ତିମ୍ମାରୟାପ୍ପା ।

ସୂଚନା ଅନୁସାରେ, ମେଘନା ତାଙ୍କ ମାଆଙ୍କ ଜଣେ ସମ୍ପର୍କୀୟଙ୍କୁ ପ୍ରେମ କରୁଥିଲେ । ସେ ପେଶାରେ ଜଣେ ଇଲେକ୍ଟ୍ରିସିଆନ ଥିଲେ । ହେଲେ ବାପା ଏହି ସମ୍ପର୍କକୁ ବିରୋଧ କରୁଥିଲେ । ଗତ ଏପ୍ରିଲ ୧୬ ତାରିଖରେ ବାପା ଝିଅ ମେଘନାକୁ ଫାର୍ମକୁ ଡାକିଥିଲେ । ଏହାପରେ ସମ୍ପର୍କକୁ ନେଇ ବଚସା ହୋଇଥିଲା । କ୍ରୋଧର ବଶବର୍ତ୍ତୀ ହୋଇ ଝିଅର ଗଳାକାଟି ହତ୍ୟା କରିଥିଲେ । ଏହାପରେ ସତ ସାମ୍ନାକୁ ଆସିଯିବ ଭାବି କବର ଦେଇଦେଇଥିଲେ ।

ପରଦିନ ଯାଇ  ତିମ୍ମାରୟାପ୍ପା ଝିଅର ନିଖୋଜ ଖବର ନେଇ ଥାନାରେ ପହଞ୍ଚିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିବା ଭିତରେ ବାପା ଘରୁ କିଛି ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏହାପରେ ମାଆ ପୁଣିଥରେ ଥାନାକୁ ଯାଇ ଏତଲା ଦେଇଥିଲେ । ପୋଲିସକୁ ଘଟଣାକୁ ଗମ୍ଭୀରତାର ସହ ନେଇ ଖୋଜାଖୋଜି ଆରମ୍ଭ କରିଥିଲା । କିଛିଦିନ ପରେ ତାଙ୍କ ପାଖ ଗାଁରୁ ତିମ୍ମାରୟାପ୍ପାକୁ ବାନ୍ଧିଥିଲା ପୋଲିସ । ପଚରାଉଚରା ସମୟରେ ସେ ସତ ସ୍ବିକାର କରିଥିଲେ । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ଦେଲେ ଆଦେଶ, ଏବେ ୟୁ-ଟର୍ନ ନେଲେ ମୁଖ୍ୟମନ୍ତ୍ରୀ ବିଜୟ: ଛାତ୍ରଙ୍କୁ ନେଇ…

ଚେନ୍ନାଇ, ୧୯।୮: ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱାଧୀନ ସରକାର ଛାତ୍ରୀଛାତ୍ର ଓ ଯୁବପିଢ଼ିଙ୍କୁ ରାଜନୈତିକ ପ୍ରଦର୍ଶନରୁ ଦୂରେଇ ରଖିବା ନେଇ ଜାରି କରିଥିବା ବିବାଦୀୟ ନିର୍ଦ୍ଦେଶକୁ ପ୍ରତ୍ୟାହାର…

ଗାଲେ ଟେଷ୍ଟକୁ ୧୬୫ ରନରେ ଜିତିଲା ଭାରତ; ୧୦ ୱିକେଟ ନେଇ ଇତିହାସ ରଚିଲେ ମାନବ ସୁଥାର

ନୂଆଦିଲ୍ଲୀ,୧୯।୮: ଗାଲେ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରିଛି। ଚତୁର୍ଥ ଇନିଂସରେ ୩୭୨ ରନର ଟାର୍ଗେଟ ପିଛା କରି ଶ୍ରୀଲଙ୍କା କେବଳ ୨୦୬ ରନ…

ମାଷ୍ଟରକ୍ୟାଣ୍ଟିନରେ ଖଣ୍ଡଯୁଦ୍ଧ: ପୋଲିସକୁ ଢେଲା ପଥର ମାଡ଼, ଭାଙ୍ଗିଲେ ଆମ ବସ୍‌

ଭୁବନେଶ୍ୱର,୧୯।୮: ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକ । ପୋଲିସ ପକ୍ଷରୁ ଲାଠି ଚାର୍ଜ । ପୋଲିସ ଉପରକୁ ମଧ୍ୟ ଢେଲା ପଥର ମାଡ ।…

ଗୋବିନ୍ଦାଙ୍କ ସହ ଛାଡପତ୍ର ନିଶ୍ଚିତ? ପୁଅ ସହିତ ଫ୍ୟାମିଲି କୋର୍ଟରେ ପହଞ୍ଚିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ଗତ ବର୍ଷ, ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଛାଡପତ୍ର ନେଇ ଖୁବ୍‌ ଗୁଜବ ଉଠିଥିଲା। ଯଦିଓ ଗଣେଶ ପୂଜା ସମୟରେ ଏମାନେ…

ଭିନ୍ନକ୍ଷମ କ୍ରିକେଟ ଦଳକୁ ସମ୍ମାନିତ କଲା ଲଣ୍ଡନର ଓଡ଼ିଆ ରେସ୍ତୋରାଁ ‘ଚିଲିକା’

ବାଲିପାଟଣା, ୧୯।୮(ଅଭିମନ୍ୟୁ ନାୟକ ): ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଖେଳାଳିଙ୍କ ସାହସ, ଦୃଢ଼ତା ଓ ସଫଳତାକୁ ସମ୍ମାନ ଜଣାଇ ଦକ୍ଷିଣ-ପୂର୍ୱ ଲଣ୍ଡନରେ ଥିବା ଓଡ଼ିଆ ରେସ୍ତୋରାଁ ‘ଚିଲିକା’…

ବିବାଦ ମଧ୍ୟରେ ଭାରତ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ, ନିଜର ମତ ସ୍ପଷ୍ଟ କଲା ଭାରତ

ନୂଆଦିଲ୍ଲୀ/ଢାକା,୧୯।୮: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭାରତୀୟ ହାଇକମିଶନର ଦିନେଶ ତ୍ରିବେଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ତାରିକ…

ହୀରାକୁଦରେ ପଶିଲା ୩ ଲକ୍ଷରୁ ଅଧିକ ଘନଫୁଟ ବନ୍ୟାଜଳ

ସମ୍ବଲପୁର,୧୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ବୁଧବାର ପୂର୍ବାହ୍ନରେ ପୁଣିଥରେ ୨ଟି…

ତାମିଲନାଡୁରେ ୬ ଦାଦନ ଶ୍ରମିକ ଅଟକ ଅଭିଯୋଗ: ଉଦ୍ଧାର ପାଇଁ ନିବେଦନ

ପାଟଣା,୧୯ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ପଞ୍ଚାୟତ ଖଲିଆରୀପାଟ ନୂଆଗାଁ ଗ୍ରାମର ୬ଜଣ ଶ୍ରମିକ ତାମିଲନାଡୁର ଚେନ୍ନାଇସ୍ଥିତ ଏକ ଟାୟାର କାରଖାନାରେ ଦାଦନ ଖଟିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri