ୟୁଟ୍ୟୁବର ସବ୍ୟସାଚୀ ଅମିତାଭଙ୍କ ଗିରଫକୁ ନେଇ ଚର୍ଚ୍ଚା: ଜୋର୍‌ ଧରିଛି ରାଜନୀତି

କେନ୍ଦୁଝର,୨୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ମୁଖ୍ୟାଳୟ ସର୍କିଟ ହାଉସ୍‌ରେ କାର୍‌ ଧକ୍କାରେ ସେଠାକାର କର୍ମଚାରୀଙ୍କ ବାଇକ୍‌ ଭାଙ୍ଗିବା ଏବଂ ଜଗୁଆଳିଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ୟୁଟ୍ୟୁବର ସବ୍ୟସାଚୀ ଅମିତାଭଙ୍କୁ ପୋଲିସ ଗିରଫ ପରେ ସର୍ତ୍ତମୂଳକ ଜାମିନରେ ଛାଡ଼ିଛି। ବୁଧବାର ତାଙ୍କ ବିରୋଧରେ ସର୍କିଟ ହାଉସର ୨ଜଣ କର୍ମଚାରୀ ଟାଉନ ଥାନାରେ ଏତଲା ଦେବା ପରେ ପୋଲିସ ତାଙ୍କୁ ରାତିରେ ଗିରଫ କରିଥିଲା। ତେବେ ସବ୍ୟସାଚୀଙ୍କ ଗିରଫଦାରିକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଆଲୋଚନା ହେଉଛି। ଗାଡ଼ି ଧକ୍କା କିମ୍ବା ଜାତିଆଣ ଗାଳିଗୁଲଜ ପାଇଁ ନୁହେଁ ବରଂ ସାମାଜିକ ଗଣମାଧ୍ୟମରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଆକ୍ଷେପ କରୁଥିବାରୁ ପୋଲିସ ସବ୍ୟସାଚୀଙ୍କୁ
ଗିରଫ କରିଥିବା କୁହାଯାଉଛି। ଏହି ଘଟଣାକୁ ନେଇ ଏବେ ରାଜନୀତି ଜୋର୍‌ ଧରିବାରେ ଲାଗିଛି।

ପ୍ରକାଶ ଯେ, ୟୁଟ୍ୟୁବର ସବ୍ୟସାଚୀ ଗତ ୧୯ତାରିଖରେ ଭୁବନେଶ୍ୱରରୁ କେନ୍ଦୁଝର ଯାଇଥିଲେ। ରାତିରେ ସେ କେନ୍ଦୁଝର ନୂତନ ସର୍କିଟ ହାଉସ୍‌ର ସୁଟ ନମ୍ବର ୫ରେ ରହିଥିଲେ। ୨୦ ତାରିଖ ସକାଳ ୭ଟାରେ ତାଙ୍କ ଡ୍ରାଇଭର କାର୍‌ ଚଳାଇ ସର୍କିଟ ହାଉସ ପରିସରରେ ପାର୍କିଂରେ ଥିବା ଜଣେ କର୍ମଚାରୀଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ। ଡ୍ରାଇଭର ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚଳାଇ ଏଭଳି ଦୁର୍ଘଟଣା ଘଟଣା ଘଟାଇଥିବା ଜାଣିବା ପରେ ବାଇକ୍‌ ମାଲିକ ତଥା ସର୍କିଟ୍‌ ହାଉସର କର୍ମଚାରୀ ଖଗେଶ୍ୱର ମହାନ୍ତି ଏନେଇ ଡ୍ରାଇଭରଙ୍କୁ ପଚାରିବା ସମୟରେ ସବ୍ୟସଚୀ ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଥିଲେ। ଏନେଇ ଖଗେଶ୍ୱର ଟାଉନ ଥାନାରେ ଅଭିଯୋଗ କରିଥିଲେ। ସେହିପରି ଗାଡ଼ି ଧକ୍କା ଦେଇ ସର୍କିଟ ହାଉସ ପାର୍କିଂର ଲୁହା ଖୁଣ୍ଟ ଭାଙ୍ଗିବା ନେଇ ସର୍କିଟ ହାଉସର ଜଗୁଆଳି ଦୀପ୍ତିରଞ୍ଜନ ଦାସ ପଚାରିବାରୁ ସବ୍ୟସାଚୀ ତାଙ୍କୁ ମଧ୍ୟ ଧମକଚମକ ଦେବା ସହ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ତେଣୁ ଜଗୁଆଳି ଦାସ ମଧ୍ୟ ଥାନାରେ ଆଉ ଏକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ୨ଟି ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରିବା ସହ ସବ୍ୟସାଚୀଙ୍କୁ ଗିରଫ ପରେ ସର୍ତ୍ତମୂଳକ ଜାମିନରେ ଛାଡି ଦେଇଥିବା ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି।
ତେବେ ଏହି ଘଟଣାକୁ ନେଇ ୨ ଦିନ ହେଲା ସାମାଜିକ ଗଣମାଧ୍ୟମରେ ଆକ୍ଷେପ ପ୍ରତିଆକ୍ଷେପ ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର ରାତିରେ ତାଙ୍କୁ ପୋଲିସ ଗିରଫ କରିବା ବେଳେ କେତେଜଣ ସବ୍ୟସାଚୀଙ୍କୁ ଅସଦାଚରଣ କରିଥିବା ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ଆଲୋଚ୍ୟର ବିଷୟ ହୋଇଥିଲା। ଏବେ ଏହା ରାଜନୈତିକ ରୂପ ନେଇଛି। ତାଙ୍କ ଗିରଫକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଥିବା ବେଳେ ତାଙ୍କର ଫଟୋକୁ କାର୍ଟୁନ କରି ଏବଂ ଗୀତ ଖଞ୍ଜି ପ୍ରଚାର ହେଉଥିବାରୁ ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri