ନିଲାମ ଆରମ୍ଭ ହେବା ପୂର୍ବରୁ ନିଲାମ ବାତିଲ:ଲୋକଙ୍କ ମଧ୍ୟରେ ଅସନ୍ତୋଷ ସହ ବଢିଲା ସନ୍ଦେହ

ଧର୍ମଶାଳା,୨୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ବଡ଼ କାଏମା ପଞ୍ଚାୟତରେ ଶୁକ୍ରବାର ହେବାକୁ ଥିବା ନିଲାମ ପ୍ରକ୍ରିୟା ଆରମ୍ଭ ହେବା କିଛି ସମୟ ପୂର୍ବରୁ ବାତିଲ ହୋଇଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ସନ୍ଦେହ ବଢିବା ସହ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି। ତେବେ ଧର୍ମଶାଳା ପଞ୍ଚାୟତ ସମିତି ପକ୍ଷରୁ ୨୦୨୬-୨୭ ବର୍ଷ ପାଇଁ ନୋଟିସ ସଂଖ୍ୟା.୩୫୭୦ରେ ୨୮.୦୪.୨୦୨୬ ରିଖ ପଞ୍ଚାୟତ ସରପଞ୍ଚଙ୍କୁ ଚିଠି କରାଯାଇଥିଲା। ଏହି ନିଲାମ ପ୍ରକ୍ରିୟାରେ ନିଲାମ ଡାକିବା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ଉକ୍ତ ତାରିଖ, ସ୍ଥାନ ଓ ସମୟରେ ଉପସ୍ଥିତ ରହି ନିଲାମ ଅଂଶ ଗ୍ରହଣ କରିବା ନିମନ୍ତେ ନୋଟିସ ଜାରିଆରେ ଦସ୍ତଖତ କରାଯାଇଥିଲା। ଏଥିପାଇଁ ଆଜି ମଧ୍ୟ ପାଖାପାଖି ୨ଶହରୁ ଅଧିକ ଲୋକେ ମଧ୍ୟ ଉପସ୍ଥିତ ହୋଇଥିଲେ। କିନ୍ତୁ କାଏମା ଭିଏଲଡବ୍ଲୁ ଅନିବାର୍ଯ୍ୟ କାରଣ ଦର୍ଶାଇ ଏହି ନିଲାମ ପ୍ରକ୍ରିୟାକୁ ବନ୍ଦ କରି ଦେଇଥିଲେ। ଯାହାକୁ ନେଇ ଉପସ୍ଥିତ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଧର୍ମଶାଳା ବିଡ଼ିଓ ଯୋତ୍ରୀମୟ କରଙ୍କୁ ପଚାରିବାରୁ ବ୍ଲକରେ ଜରୁରୀ ବୈଠକ ପାଇଁ ଏହା ସ୍ଥଗିତ ଥିବା କହିଛନ୍ତି। ଅପରପକ୍ଷରେ ଏହି ନିଲାମ ପ୍ରକ୍ରିୟା ବନ୍ଦ ପଛରେ କିଛି ଅସାଧୁ ବ୍ୟକ୍ତିଙ୍କ ଚାପରେ ବନ୍ଦ ହୋଇଥିବା ସନ୍ଦେହ କରାଯାଉଛି। କାରଣ ପୂର୍ବ ବର୍ଷ ଏହି ନିଲାମ ପ୍ରକ୍ରିୟାରେ ଅନିୟମିତତା ଦେଖିବାକୁ ମିଳିଥିଲା। କିଛି ମାତ୍ରାରେ ସ୍ଥାନୀୟ ଲୋକେଙ୍କ ଉପସ୍ଥିତରେ ଏହି ନିଲାମ ପ୍ରକ୍ରିୟା କରାଯାଇ କିଛି ପ୍ରଭାବଶାଳୀ ବ୍ୟକ୍ତି ନିଲାମଗୁଡ଼ିକୁ ସେମାନଙ୍କ ହାତକୁ ନେଇ ଯାଇଥିଲେ। ତେଣୁ ଆଜି ଲୋକ ସଂଖ୍ୟା ଅଧିକ ଥିବାରୁ ଏହି ନିଲାମ ପ୍ରକ୍ରିୟା ବନ୍ଦ କରାଯାଇଥିବା କିଛି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏହା ଉପରେ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବା ସହ ନିଲାମ ପ୍ରକ୍ରିୟା ସଠିକ୍‌ ଭାବରେ କରାଯିବା ପାଇଁ ଦାବି ହୋଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

କେଏସୟୁବି କଲେଜରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ଡ. ଗଗନ ବିହାରୀ ପୁରୋହିତ

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଭାବେ ଡ. ଗଗନ ବିହାରୀ ପୁରୋହିତ ଶୁକ୍ରବାର ଅପରାହ୍ନରେ ଦାୟିତ୍ୱ…

ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ, ଆଉ ତା‘ପରେ…

ପାରଳାଖେମୁଣ୍ଡି,୨୨ା୫(ଗିରିଧାରୀ ପରିା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ସୀମାନ୍ତ ଆନ୍ଧ୍ର ପ୍ରଦେଶର ପାଟପୁର ଗ୍ରାମ ନିକଟରେ ଶୁକ୍ରବାର ଏକ ଗଛ ପଡ଼ି ଅଟୋ ଚୁର୍‌ମାର୍‌ ହୋଇଯାଇଛି। ହେଲେ…

ପ୍ରକଳ୍ପ ଅଚଳ: ଚୁଆଁ ପାଣି ଭରସାରେ ସାହିବାସୀ

ଖଜୁରିପଡ଼ା,୨୨ା୫ (ବିଦୁର ବେହେରା): କନ୍ଦମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଗୁଦାରୀ ପାୟତ ୪ ନମ୍ବର ୱାର୍ଡ ଅନ୍ତର୍ଗତ ମଲିକ ସାହିରେ ପାନୀୟ ଜଳ ସମସ୍ୟା ଉଟ ରୂପ…

ଲ୍ୟାମ୍ପ MDଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: କୋଟି ଟଙ୍କାର ଅର୍ଥ ହେରଫେର କରି ଗଲେ ଜେଲ୍

କଲ୍ୟାଣସିଂହପୁର, ୨୨।୫ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ସମବାୟ ସମିତି (ଲ୍ୟାମ୍ପ)ରେ ଘଟିଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣାରେ ନୂଆ ମୋଡ଼…

ପାରାଦୀପରେ ମାଟି ତଳ ପାଇପ୍ ଲାଇନ୍‌ରୁ ତେଲ ଲିକ୍, ବିପୁଳ ପରିମାଣର ପେଟ୍ରୋଲ ନଷ୍ଟ

ପାରାଦୀପ,୨୨।୫ (ଶରତ ରାଉତ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ୧ ନଂ ଗେଟ୍ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସାଉଥ୍ ଅଏଲ ବର୍ଥ ଜେଟିରୁ ଆଇଓସିଏଲ ଟର୍ମିନାଲ…

ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୦୦ ସହର ମଧ୍ୟରେ ଭାରତର ୯୭! ୪୮ ଡିଗ୍ରୀ ଟପିଲାଣି ଓଡ଼ିଶାର ତାପମାତ୍ରା

ନୂଆଦିଲ୍ଲୀ,୨୨।୫: ଭାରତର ଅଧିକାଂଶ ରାଜ୍ୟର ଲୋକମାନେ ପ୍ରବଳ ଗରମ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ତଥ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି; ବିଶ୍ୱର…

ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ

ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri