ଯୌତୁକ  ନିର୍ଯ୍ୟାତନା ସହି ନ ପାରି ବିଷ ପିଇ ଦେଲେ ମହିଳା: ମୃତଦେହ ଜବତ

ଦିଗପହଣ୍ଡି ,୧୯|୫(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣା ଙ୍କ ଝିଅ ଉଷାରାଣୀ ମହାରଣା ଗତ ୨୦୨୦ ଡିସେମ୍ବର ୮ ତାରିଖରେ ଗୋଳନ୍ଥରା ଥାନା ବିଶ୍ଵନାଥପୁର ଗ୍ରାମର ଉଦୟନାଥ ମହାରଣା ଙ୍କ ବଡ଼ପୁଅ ପ୍ରଶାନ୍ତ ମହାରଣା ଙ୍କୁ ବିବାହ କରିଥିଲେ।ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବୀ ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା।ବିବାହର କିଛିଦିନ ହସଖୁସି ରେ କଟିବା ପରେ ଉଭୟଙ୍କ ଔରସ ରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପରେ ଅଧିକା ଯୌତୁକ ପାଇଁ ଉଷାରାଣୀ ଙ୍କୁ ସ୍ବାମୀ,ଶାଶୁ,ଶ୍ବଶୁର,ଦିଅର,ନଣନ୍ଦ,ନଣନ୍ଦେଇ,ଦେଢ଼ଶାଶୁ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ଗତ ୨୦୨୧ ଜୁନ ୧୬ ତାରିଖରେ ଉଷାରାଣୀ ବାପଘର ଦିଗପହଣ୍ଡି ଚାଲି ଆସିଥିଲେ। ଶ୍ବଶୁର ଘରୁ ଆସିବା ଦିନଠାରୁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ତାଙ୍କୁ ଫୋନ କରି ଗାଳି ଗୁଲଜ କରି ଧମକ ଦେଉଥିଲେ।ଏଥିରେ ଅପମାନିତ ହୋଇ ସେ ମାନସିକ ଭାରସାମ୍ୟ ହରାଇ ସୋମବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଘରେ କେହି ନଥିବା ବେଳେ ଉଷାରାଣୀ କୌଣସି କୀଟନାଶକ ଖାଇ ଦେଇଥିଲେ।ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଅପରାହ୍ନ ପ୍ରାୟ ୨ ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଉଷାରାଣୀ ଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମକଦ୍ଦମା ରୁଜୁ କରିଥିଲେ।ପୋଲିସ ଟିମ୍ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପହଞ୍ଚି ମୃତଦେହ ଜବତ କରିବା ସହ ମଙ୍ଗଳବାର ସକାଳେ ବ୍ୟବଚ୍ଛେଦ କରାଇବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ଦେଲେ ଆଦେଶ, ଏବେ ୟୁ-ଟର୍ନ ନେଲେ ମୁଖ୍ୟମନ୍ତ୍ରୀ ବିଜୟ: ଛାତ୍ରଙ୍କୁ ନେଇ…

ଚେନ୍ନାଇ, ୧୯।୮: ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱାଧୀନ ସରକାର ଛାତ୍ରୀଛାତ୍ର ଓ ଯୁବପିଢ଼ିଙ୍କୁ ରାଜନୈତିକ ପ୍ରଦର୍ଶନରୁ ଦୂରେଇ ରଖିବା ନେଇ ଜାରି କରିଥିବା ବିବାଦୀୟ ନିର୍ଦ୍ଦେଶକୁ ପ୍ରତ୍ୟାହାର…

ଗାଲେ ଟେଷ୍ଟକୁ ୧୬୫ ରନରେ ଜିତିଲା ଭାରତ; ୧୦ ୱିକେଟ ନେଇ ଇତିହାସ ରଚିଲେ ମାନବ ସୁଥାର

ନୂଆଦିଲ୍ଲୀ,୧୯।୮: ଗାଲେ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରିଛି। ଚତୁର୍ଥ ଇନିଂସରେ ୩୭୨ ରନର ଟାର୍ଗେଟ ପିଛା କରି ଶ୍ରୀଲଙ୍କା କେବଳ ୨୦୬ ରନ…

ଗୋବିନ୍ଦାଙ୍କ ସହ ଛାଡପତ୍ର ନିଶ୍ଚିତ? ପୁଅ ସହିତ ଫ୍ୟାମିଲି କୋର୍ଟରେ ପହଞ୍ଚିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ଗତ ବର୍ଷ, ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଛାଡପତ୍ର ନେଇ ଖୁବ୍‌ ଗୁଜବ ଉଠିଥିଲା। ଯଦିଓ ଗଣେଶ ପୂଜା ସମୟରେ ଏମାନେ…

ଭିନ୍ନକ୍ଷମ କ୍ରିକେଟ ଦଳକୁ ସମ୍ମାନିତ କଲା ଲଣ୍ଡନର ଓଡ଼ିଆ ରେସ୍ତୋରାଁ ‘ଚିଲିକା’

ବାଲିପାଟଣା, ୧୯।୮(ଅଭିମନ୍ୟୁ ନାୟକ ): ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଖେଳାଳିଙ୍କ ସାହସ, ଦୃଢ଼ତା ଓ ସଫଳତାକୁ ସମ୍ମାନ ଜଣାଇ ଦକ୍ଷିଣ-ପୂର୍ୱ ଲଣ୍ଡନରେ ଥିବା ଓଡ଼ିଆ ରେସ୍ତୋରାଁ ‘ଚିଲିକା’…

ବିବାଦ ମଧ୍ୟରେ ଭାରତ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ, ନିଜର ମତ ସ୍ପଷ୍ଟ କଲା ଭାରତ

ନୂଆଦିଲ୍ଲୀ/ଢାକା,୧୯।୮: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭାରତୀୟ ହାଇକମିଶନର ଦିନେଶ ତ୍ରିବେଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ତାରିକ…

ହୀରାକୁଦରେ ପଶିଲା ୩ ଲକ୍ଷରୁ ଅଧିକ ଘନଫୁଟ ବନ୍ୟାଜଳ

ସମ୍ବଲପୁର,୧୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ବୁଧବାର ପୂର୍ବାହ୍ନରେ ପୁଣିଥରେ ୨ଟି…

ତାମିଲନାଡୁରେ ୬ ଦାଦନ ଶ୍ରମିକ ଅଟକ ଅଭିଯୋଗ: ଉଦ୍ଧାର ପାଇଁ ନିବେଦନ

ପାଟଣା,୧୯ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ପଞ୍ଚାୟତ ଖଲିଆରୀପାଟ ନୂଆଗାଁ ଗ୍ରାମର ୬ଜଣ ଶ୍ରମିକ ତାମିଲନାଡୁର ଚେନ୍ନାଇସ୍ଥିତ ଏକ ଟାୟାର କାରଖାନାରେ ଦାଦନ ଖଟିବାକୁ…

୩ ରାଜ୍ୟରେ ବଢିଲା ପେଟ୍ରୋଲ ଦର, ଜାରି ହେଲା ନୂଆ ରେଟ୍‌…

ନୂଆଦିଲ୍ଲୀ, ୧୯।୮: ଦେଶବ୍ୟାପୀ ପେଟ୍ରୋଲ-ଡିଜେଲ ଦର କମିବାର କୌଣସି ଆଶା ଦେଖାଯାଉନାହିଁ। ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ (କଚ୍ଚା ତେଲ) ଦର ପୁଣି ଥରେ ବୃଦ୍ଧି ପାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri