Posted inଖେଳ

କେତନଙ୍କୁ ମିଳିଲା ଗୁରୁଦାୟୀତ୍ୱ, ଜାଣନ୍ତୁ କେତନ କିଏ…

ଭୋପାଳ,୨୨ା୫: ଆସନ୍ତା ମେ ୨୯ରୁ ଜୁନ୍‌ ୬ ପର୍ଯ୍ୟନ୍ତ ଜାପାନର କାକାମିଗାହାରାଠାରେ ହେବାକୁଥିବା ୧୮ ବର୍ଷରୁ କମ୍‌ ଏସିଆ କପ୍‌ ହକି ପ୍ରତିଯୋଗିତା ପାଇଁ ଫରଓ୍ବାର୍ଡ କେତନ କୁଶଓ୍ବାହାଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି।

ଦଳ ମନୋନୟନ ପୂର୍ବରୁ ସର୍ଦ୍ଦାର ସିଂ ଓ ରଜନିଶ ମିଶ୍ରାଙ୍କ ନେତୃତ୍ୱରେ କୋଚିଂ ଷ୍ଟାଫ ଦଳର ତତ୍ତ୍ୱାବଧାନରେ ସମ୍ଭାବ୍ୟ ଖେଳାଳିମାନଙ୍କୁ ନେଇ ଏକ କୋଚିଂ କ୍ୟାମ୍ପ ସାଇ ଭୋପାଳ ପରିସରରେ ଥିବା ଉଦ୍ଧବ ଦାସ ମେହେଟା (ଭାଇ ଜୀ) ସେଣ୍ଟ୍ରାଲ ସେଣ୍ଟରଠାରେ ଏକ ଜାତୀୟ କୋଚିଂ ଶିବିରର ଆୟୋଜନ କରାଯାଇଥିଲା।

ଦଳ ପ୍ରସ୍ତୁତି ପାଇଁ ଭୋପାଳଠାରେ ଅଷ୍ଟ୍ରେଲିଆର ୧୮ ବର୍ଷରୁ କମ୍‌ ଦଳ ବିପକ୍ଷରେ ଏକ ୪ ମ୍ୟାଚ ବିଶିଷ୍ଟ ଏକ ହାଇ ପ୍ରୋଫାଇଲ ସିରିଜ ଇତିମଧ୍ୟରେ ଖେଳାଯାଇ ସାରିଛି। ଏଥିରେ ଭାରତୀୟ ଦଳ ଗୋଟିଏ ମ୍ୟାଚ ଜିତିଥିବା ବେଳେ ଗୋଟିଏ ମ୍ୟାଚରେ ପରାଜିତ ହୋଇଥିଲା।

ଅନ୍ୟ ୨ଟି ଡ୍ର ଭାବେ ଶେଷ ହୋଇଥିଲା। ଟୁର୍ନାମେଣ୍ଟରେ ଦକ୍ଷିଣ କୋରିଆ, ଆୟୋଜକ ଜାପାନ, ଚାଇନିଜ ତାଇପେ ଓ କାଜାଖସ୍ତାନ ସହ ଭାରତ ପୁଲ୍‌ ‘ଏ’ରେ ସ୍ଥାନ ପାଇଛି। ପୁଲ୍‌ ପର୍ଯ୍ୟାୟରେ ୨୯ରେ ଭାରତ ପ୍ରଥମେ କାଜାଖସ୍ତାନ ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ।

ଦଳ ପରେ ମେ ୩୧ରେ ଜାପାନ ଓ ଜୁନ୍‌ ୧ରେ ଦକ୍ଷିଣ କୋରିଆ ଏବଂ ଜୁନ୍‌ ୩ରେ ଚାଇନିଜ ତାଇପେ ସହ ମୁକାବିଲା କରିବ। ଗ୍ରୁପ୍‌ ପର୍ଯ୍ୟାୟ ଖେଳ ଶେଷ ହେବା ପରେ ପୁଲ୍‌ ‘ଏ’ ଓ ପୁଲ୍‌ ‘ବି’ର ଶ୍ରେଷ୍ଠ ଦୁଇ ଦଳ ସିଧାସଳଖ ଜୁନ୍‌ ୫ ସେମିଫାଇନାଲକୁ ଉନ୍ନୀତ ହେବେ। ଜୁନ୍‌ ୬ରେ ଫାଇନାଲ ଖେଳାଯିବ।

୧୮ ବର୍ଷରୁ କମ୍‌ ଭାରତୀୟ ଦଳ: ଗୋଲକିପର: ସାଓ୍ବନ କୁମାର, ଆୟୁଷ ରାଜାକ। ଡିଫେଣ୍ଡର: ଅଂଶ ବହୁତ୍ରା, ଅର୍ମାନ ସୋରେଙ୍ଗ, ଆଶିଷ ଟାନି ପୂର୍ତ୍ତୀ, ଅର୍ଶଦୀପ ସିଂ, ଅଭି ମାଣିିକପୁରୀ, ରୋମିତ ପାଲ୍‌। ମିଡ୍‌ଫିଲ୍ଡର: ରାହୁଲ ଯାଦବ, ପ୍ରେମଚାନ୍ଦ ସଏ, ବରିନ୍ଦର ସିଂ, କରଣ ଗୌତମ ଓ ସିଦ୍ଧାର୍ଥ ବେନ୍‌।
ଫରଓ୍ବାର୍ଡ: କେତନ କୁଶ୍ୱାହା (ଅଧିନାୟକ), ଆକାଶ ଦୀପ, ଗାଜି ଖାନ୍‌, ଶାହରୁଖ ଅଲି ଓ ପ୍ରହଲ୍ଲାଦ ରାଜବୀର।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ବାରିପଦା, ୧୦।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡସାହି ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର…

ରଥଯାତ୍ରା ପାଇଁ କୁଲାଡ ପ୍ରସ୍ତୁତ: ଜଗନ୍ନାଥ ମନ୍ଦିର ଦାନବାକ୍ସରୁ ମିଳିଲା କେତେ ଟଙ୍କା

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଦାନବାକ୍ସ ଶୁକ୍ରବାର ଖୋଲାଯାଇଥିଲା। ଦାନବାକ୍ସରୁ ମୋଟ ୬୬,୮୫୫ ଟଙ୍କା ସଂଗ୍ରହ…

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri