Posted inଖେଳ

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଗୁଜରାଟ ପୂର୍ୱ ଭଳି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ପ୍ଲେଅଫ୍‌ ରେସରୁ ବିଦାୟ ନେଇଛି।

ଏହି ମ୍ୟାଚ୍‌ ଜରିଆରେ ଗିଲ୍‌ ଟି୨୦ ଫର୍ମାଟରେ ୬ ହଜାର ରନ ପୂରଣ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟକୁ ଅଧିନାୟକ ଶୁବମନ ଗିଲ ଓ ସାଇ ସୁଦର୍ଶନ ୧୨.୨ ଓଭରରେ ୧୨୫ ରନର ମୂଳଦୁଆ ପ୍ରଦାନ ରଖିଥିଲେ। ଏହା ଦୁହିଁଙ୍କର ଦଶମ ଶତକୀୟ ଭାଗୀଦାରି ଥିଲା, ଯାହାକି ଆଇପିଏଲ୍‌ରେ ଯୁଗ୍ମ ସର୍ୱାଧିକ।

ଗିଲ୍‌ ୩୭ ବଲରେ ୬୪ (୭ ଚୌକା ଓ ୩ ଛକା) ରନ କରି ଆଉଟ୍‌ ହୋଇଥିଲେ। ନଂ.୩ରେ ଆସିଥିବା ବଟଲର, ସୁଦର୍ଶନଙ୍କ ସହ ମିଶି ୩୬ ବଲରେ ବିସ୍ଫୋରକ ୮୨ ରନ ଯୋଡ଼ି ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ସୁଦର୍ଶନ ୫୩ ବଲରେ ୮୪ (୭ ଚୌକା ଓ ୪ ଛକା) ରନ କରି ଆଉଟ୍‌ ହୋଇଥିଲେ। ଏହା ତାଙ୍କର ଲଗାତର ପଞ୍ଚମ ଅର୍ଦ୍ଧଶତକ ଥିଲା। ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୨୯ ରନ କରିଥିଲା। ଜୋଶ ବଟଲର ୨୭ ବଲରେ ୫୭ (୫ ଚୌକା ଓ ୪ ଛକା) ରନ କରି ଅପରାଜିତ ରହିଥିଲେ। ଜବାବରେ ଚେନ୍ନାଇ ଆରମ୍ଭରୁ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫଳରେ ଦଳ ୧୩.୪ ଓଭରରେ ୧୪୦ ରନରେ ଅଲଆଉଟ୍‌ ହୋଇଯାଇଥିଲା। କେବଳ ଶିବମ ଦୁବେ (୧୭ ବଲ, ୪୭ ରନ, ୪ ଲେଖାଏ ଚୌକା ଓ ଛକା)ଙ୍କୁ ଛାଡ଼ି ଦେଲେ ଅନ୍ୟକେହି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

ଏହି ଜିଲାରେ ବନ୍ଦ ରହିବ ୨୦୫ ସ୍କୁଲ, ୨୬୫ ଅଙ୍ଗନୱାଡି କେନ୍ଦ୍ର, ଜାଣନ୍ତୁ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ…

ଭଷ୍ମାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri