କାଲିପୁସିଂ ନାଳରେ ପିକଅପ୍‌ ଭ୍ୟାନ ଖସିପଡ଼ିଲା

ମୋହନଗିରି,୭।୯(ଡି.ଏନ.ଏ.)
କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରିଠାରୁ ୫ କି.ମି. ଦୂର କନ୍ଧମାଳ ଜିଲା ସୀମାନ୍ତ କାଲିପୁସିଂ ନାଳରେ ଶୁକ୍ରବାର ପୁଣି ଏକ ଖତ ବୋଝେଇ ପିକଅପ୍‌ ଭ୍ୟାନ (ନଂ. ଓଡି୦୩ପି-୮୧୦୪) ଦୁର୍ଘଟଣା ଗ୍ରସ୍ତ ହୋଇଛି। ଚାଳକଙ୍କ ସହିତ ଉକ୍ତ ଗାଡିରେ ୪ ଜଣ ବସିଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡଛି। ବଲାଙ୍ଗୀର ଗୋବିନ୍ଦ ପାତ୍ରଙ୍କ ନାମରେ ଗାଡିଥିବା ବୌଦ୍ଧ ଜିଲା ମସିଣାଗୁରାର ଯଶୋବନ୍ତ କର୍ମୀ ଗାଡି ମାଲିକ ବୋଲି ଜଣାପଡିଛି। ଗାଡି ଚାଳକଙ୍କ କହିବା ଅନୁସାରେ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟାରେ ମୋହନଗିରି ପଟୁ ଗାଡିରେ ଖତ ବୋଝେଇ କରି କନ୍ଧମାଳ ଜିଲାକୁ ଯାଉଥିଲା। ଅଳ୍ପ ପାଣି ଅସୁଥିବା ଦେଖି ଚାଳକ ଗାଡିକୁ ନାଳ ପାର କରୁଥିବା ବେଳେ ହଠାତ ପାହାଡିଆ ପାଣି ମାଡି ଅସିଥିଲା। ଫଳରେ ଗାଡି ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା। ଗାଡିରେ ବସିଥିବା ସମସ୍ତେ ଡେଇଁ ପଡି ଜୀବନ ରକ୍ଷା କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୭ ତାରିଖରେ ଏହି ନାଳ ପାରି ହେଉଥିବା ସମୟରେ ଭାଷିଯାଇ ମୋହନଗିରିର ପୂର୍ବତନ ନାଏବ ସରପଞ୍ଚ ଉପେନ୍ଦ୍ର ମାଝିଙ୍କ ମୃତ୍ୟୁ ଘଟିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ମା’ଙ୍କ ଆଶିଷ ପାଇଁ ୪୫ ବର୍ଷର ପ୍ରତୀକ୍ଷା ଅନ୍ତ: ଜମିଲା ଆଦିବାସୀଙ୍କ ‘ଟୋକିମରା’ ପର୍ବ, ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ

ଥୁଆମୂଳ ରାମପୁର, ୨୯।୧୨ (ଦୁର୍ଗା କୀର୍ତ୍ତି): ବଣ ପାହାଡ଼ ଘେରା କଳାହାଣ୍ଡିର ଶାନ୍ତ ପରିବେଶ ଏବେ ମାଦଳର ତାଳେ ତାଳେ ଉତ୍ସବମୁଖର। କଳାହାଣ୍ଡି ଜିଲା ଥୁଆମୂଳ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ: ଛତିଶଗଡ଼ କରିବ ବ୍ୟାରେଜ

ଭବାନୀପାଟଣା,୨୯।୧୨ (ଉତ୍ତମ କୁମାର ଦାଶ): ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ। ଛତିଶଗଡ଼ ନିର୍ମାଣ କରିବ ବ୍ୟାରେଜ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦୁର୍ଭାଗ୍ୟର ବିଷୟ ଏନେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଲୋକ ମହୋତ୍ସବ: ପାରମ୍ପରିକ ନୃତ୍ୟରେ ଝୁମିଲେ ଦର୍ଶକ

କେସିଙ୍ଗା, ୨୮ା୧୨ (ତୁମେଶର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସହର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ଶନିବାର...

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri