‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି ଯାଇଛି, କିନ୍ତୁ ଏହି ମ୍ୟାଚରେ ୧୫ ବର୍ଷର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। ତେବେ ମ୍ୟାଚ ହାରିବା ପରେ ବୈଭବ ଭାବୁକ ହୋଇଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଉପରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

ମ୍ୟାଚ ଶେଷ ହେବା ପରେ ବୈଭବ ଡଗଆଉଟରେ ନିରାଶ ଏବଂ ଭାବୁକ ଦେଖାଯାଇଥିଲେ। ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଦଳ ବାହାରିଯିବାର କଷ୍ଟ ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଥିଲା। କ୍ରିକେଟ ପ୍ରେମୀମାନେ ମଧ୍ୟ ଏହି ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିବା ସହ ତାଙ୍କର ଉତ୍ସାହ ବଢ଼ାଇଛନ୍ତି। ଏହି ତାଲିକାରେ ଅମିତାଭ ବଚ୍ଚନଙ୍କ ନାମ ମଧ୍ୟ ସାମିଲ ରହିଛି। ବିଗ ବି’ ଟୁଇଟ କରି କହିଛନ୍ତି, ୧୫ ବର୍ଷ ବୟସରେ ଅଦ୍ଭୁତ ସୂର୍ଯ୍ୟା। ଏହି ବୟସରେ, ଆମେ ବଣ୍ଟୋ ଏବଂ ଗୁଲିଡଣ୍ଡା ମଧ୍ୟ ଠିକ ଭାବରେ ଖେଳିପାରିନ ଥିଲୁ।

ବିଗ ବି’ଙ୍କ ଏହି ଟୁଇଟ୍‌ ପ୍ରଶଂସକଙ୍କ ମନ ଜିଣି ନେଇଛି। ଜଣେ ପ୍ରଶଂସକ କମେଣ୍ଟ କରି ଲେଖିଛନ୍ତି, ’ଆଇପିଏଲର ଫ୍ୟାନ ହେବା କିମ୍ବା ନହେବା ଅଲଗା କଥା, କିନ୍ତୁ ଦୁଃଖର କଥା ହେଉଛି ଆମେ ବର୍ତ୍ତମାନ ବୈଭବ ସୂର୍ଯ୍ୟବଂଶୀଙ୍କ ଆଉ ଏକ ପାଳି ଦେଖିବାକୁ ପାଇବୁ ନାହିଁ।’ ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ଗୁଲିଡଣ୍ଡା ହେଉଛି କ୍ରିକେଟର ଜନନୀ। ବୈଭବ ସୂର୍ଯ୍ୟବଂଶୀ ଭବିଷ୍ୟତର ହିରୋ। ତାଙ୍କ ସଫଳତା ପଛରେ ତାଙ୍କ ପିତାଙ୍କ ସଂଘର୍ଷ ରହିଛି, ଯାହାକୁ ସଲାମ କରିବା ଉଚିତ୍‌।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଇପିଏଲ ୨୦Event ପରେ ବୈଭବ ସୂର୍ଯ୍ୟବଂଶୀ ‘ଇଣ୍ଡିଆ ଏ’ ପକ୍ଷରୁ ଟ୍ରାଇ-ସିରିଜ (ତ୍ରିଦେଶୀୟ ସିରିଜ) ଖେଳିବାକୁ ଓହ୍ଲାଇବେ। ତାଙ୍କୁ ପ୍ରଥମ ଥର ପାଇଁ ଇଣ୍ଡିଆ ଏ ଦଳରେ ସ୍ଥାନ ମିଳିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ତାଙ୍କର ଚମତ୍କାର ଫର୍ମକୁ ଦେଖି ଶ୍ରୀଲଙ୍କା ଏ ଏବଂ ଆଫଗାନିସ୍ତାନ ଏ ବିପକ୍ଷରେ ହେବାକୁ ଥିବା ଟ୍ରାଇ-ସିରିଜ ପାଇଁ ତାଙ୍କୁ ଦଳରେ ସାମିଲ କରିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬୦ବର୍ଷରେ ପାଚିକା ଚାକିରିରୁ ଅବସର, ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା! ଅସନ୍ତୋଷ କୁମୁଦିନୀ

ଅମରପାଲି,୬।୧୧(ପୀତାମ୍ବର ସାହୁ): ଚାକିରିରୁ ଅବସର ନେବାର ୧୦ ମାସ ବିତିଲାଣି । ଆଧାର କାର୍ଡ ଓ ଭୋଟର ପରିଚୟପତ୍ରରେ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ । ଏପରିକି…

ରୋହିତ-ବିରାଟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିଖବର, ଜାନୁଆରୀ ୨୦୨୭ରେ ଟିମ ଇଣ୍ଡିଆ…

ନୂଆଦିଲ୍ଲୀ,୬।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଯୋଗୁ ଦୁଇଥର ସିରିଜ ବାତିଲ ହୋଇଛି। ସେପ୍ଟେମ୍ବରରେ ଟିମ ଇଣ୍ଡିଆ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା,…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ସୁସ୍ଥ, ସୁନ୍ଦର ଜୀବନ ପାଇଁ ପରିବେଶ ସୁରକ୍ଷା ଜରୁରୀ

ଜୀବନକୁ ସୁସ୍ଥ ଓ ସୁନ୍ଦର କରିବାକୁ ହେଲେ ଆମକୁ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଶିଳ୍ପାନୁଷ୍ଠାନ ତିଆରି ପାଇଁ ଲକ୍ଷ ଲକ୍ଷ ଗଛ କାଟିବାକୁ…

କିଏ ସେହି ଗୌରିକା, ଯିଏ ଚାହୁଁଛନ୍ତି ଅର୍ଜୁନ ତେନ୍ଦୁଲକର ଚଳିତବର୍ଷ ଯାଆଁଳା ଶିଶୁଙ୍କ ହୁଅନ୍ତୁ ପିତା

ନୂଆଦିଲ୍ଲୀ,୬।୧୧: କ୍ରିକେଟ ଜଗତରେ ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ନିକଟରେ ସାରାଙ୍କ…

ସୋସିଆଲ ମିଡିଆରେ ବଡ଼ ସଙ୍କେତ ଦେଲେ ବୈଭବ ସୂର୍ଯ୍ୟବଂଶୀ, ଲେଖିଲେ ଏମିତି, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦୁଇଟି T20I ମ୍ୟାଚରେ ଖେଳିବାକୁ ସୁଯୋଗ ପାଇନଥିଲେ ବୈଭବ ସୂର୍ଯ୍ୟବଂଶୀ। ତେବେ ଚମତ୍କାର ଫର୍ମରେ ଥିବା ବୈଭବ ୨୦୨୬ରେ କ୍ରମାଗତ ଭାବେ…

ମାତ୍ର ୧୫ ଟଙ୍କାରେ ଜିଓର ଅନ୍‌ଲିମିଟେଡ୍‌ ୫ଜି ଡାଟା ପ୍ୟାକ୍‌, ଚାଲିବ ହାଇସ୍ପିଡ୍‌ ଇଣ୍ଟରନେଟ୍‌!

ଭୁବନେଶ୍ୱର,୬।୧୧: ରିଲାଏନ୍ସ ଜିଓ ୧୫ ଟଙ୍କାରେ ଏକ ଅନ୍‌ଲିମିଟେଡ୍‌ ୫ଜି ଡାଟା ପ୍ୟାକ୍‌ ଆରମ୍ଭ କରିଛି । ଏହି ପ୍ୟାକ୍‌ର ବୈଧତା ୨୪ ଘଣ୍ଟା ରହିଛି, ଯାହା…

ବିଜୟ ଯେଉଁଠି, ତ୍ରିଷା ସେଇଠି: ହାଇପ୍ରୋଫାଇଲ ବିବାହ ରିସେପ୍ସନରେ ଚର୍ଚ୍ଚାରେ ଷ୍ଟାର ଯୋଡ଼ି

ଚେନ୍ନାଇ,୬।୧୧: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ବିଜୟ ଏବଂ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଚେନ୍ନାଇରେ ଆୟୋଜିତ ଏକ ହାଇପ୍ରୋଫାଇଲ ବିବାହ…

ନିତ୍ୟା ରମଣ ହେଲେ ଲସ୍‌ ଆଞ୍ଜେଲସ୍‌ର ମେୟର, ଟ୍ରମ୍ପ କହିଲେ ଲଜ୍ଜାଜନକ….

ୱାଶିଂଟନ୍‌,୬।୧୧: ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟିକୁ ବଡ଼ ଝଟକା ଲାଗିଛି । ଲସ୍‌ ଆଞ୍ଜେଲସ୍‌ ଓ ୱାଶିଂଟନ୍‌ ଡିସିର ମେୟର ନିର୍ବାଚନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?