Posted inଖେଳ

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି ବଡ଼ ବିଜୟ ସହ ଗୁଜରାଟ ଫାଇନାଲ୍‌ରେ ପ୍ରବେଶ କରିଛି। ଆସନ୍ତା ୩୧ ମେ, ୨୦୨୬ (ରବିବାର) ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମହାଲଢ଼େଇରେ ଗୁଜରାଟର ସାମ୍ନା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ସହ ହେବ।

ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ସାମ୍ନାରେ ୨୧୫ ରନ୍‌ର ଏକ ବିଶାଳ ବିଜୟ ଲକ୍ଷ୍ୟ ରହିଥିଲା। ମାତ୍ର ଅଧିନାୟକ ଶୁଭମନ ଗିଲ୍ ଏବଂ ଓପନର ସାଇ ସୁଦର୍ଶନଙ୍କ ଦମଦାର ବ୍ୟାଟିଂ ଏହି ମୁସ୍କିଲ୍ ଲକ୍ଷ୍ୟକୁ ସହଜ କରିଦେଇଥିଲା। ଗୁଜରାଟ ମାତ୍ର ୧୮.୪ ଓଭରରେ ୨ ଉଇକେଟ ହରାଇ ବିଜୟ ହାସଲ କରିନେଇଥିଲା।

ଅଧିନାୟକ ଗିଲ୍ ମାତ୍ର ୫୩ଟି ବଲ୍‌ରେ ୧୦୪ ରନ୍‌ର ଏକ ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ। ସୁଦର୍ଶନ ୩୨ଟି ବଲ୍‌ରେ ୫୮ ରନ୍ କରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ, ହେଲେ ସେ ଦୁର୍ଭାଗ୍ୟବଶତଃ ‘ହିଟ୍ ୱିକେଟ୍’ (Hit Wicket) ହୋଇ ଆଉଟ୍ ହୋଇଥିଲେ।ଦୁହେଁ ପ୍ରଥମ ଉଇକେଟ ପାଇଁ ୧୬୦ ରନ୍ ଯୋଡ଼ିଥିଲେ, ଯାହା ଆଇପିଏଲ୍ ଇତିହାସରେ ପ୍ଲେ-ଅଫ୍ ମ୍ୟାଚ୍‌ରେ ଯେକୌଣସି ଉଇକେଟ ପାଇଁ ସବୁଠାରୁ ବଡ଼ ପାର୍ଟନରସିପ୍‌।

ଆଇପିଏଲ୍ ଇତିହାସରେ ଗୁଜରାଟ ଟାଇଟନ୍ସ  ମାତ୍ର ୫ଟି ସିଜନ୍ ମଧ୍ୟରେ ୩ୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କପ୍ତାନୀରେ ଦଳ ୨୦୨୨ ଏବଂ ୨୦୨୩ ରେ ଫାଇନାଲ୍ ଖେଳିଥିଲା।

୨୦୨୨ ରେ ଦଳ ରାଜସ୍ଥାନକୁ ହରାଇ ଚାମ୍ପିଅନ୍ ହୋଇଥିବା ବେଳେ ୨୦୨୩ରେ ଚେନ୍ନାଇ ସୁପର କିଙ୍ଗସ ସାମ୍ନାରେ ହାରି ରନର୍ସଅପ୍ ହୋଇଥିଲା। ହାର୍ଦ୍ଦିକଙ୍କ ପରେ ଗୁଜରାଟକୁ ଫାଇନାଲ୍‌ରେ ପହଞ୍ଚାଇବାରେ ଗିଲ୍ ଦ୍ୱିତୀୟ ଅଧିନାୟକ ବନିଛନ୍ତି।

ଆଇପିଏଲ୍ ଇତିହାସରେ ଏହା ପ୍ରଥମ ଥର ହେବ ଯେବେ ଫାଇନାଲ୍ ମ୍ୟାଚ୍‌ରେ ଗୁଜରାଟ ଏବଂ ବାଙ୍ଗାଲୋର ମଧ୍ୟରେ ମୁହାଁମୁହିଁ ଲଢ଼େଇ ହେବ। ଚଳିତ ସିଜନ୍‌ରେ ଉଭୟ ଦଳ ଏପର୍ଯ୍ୟନ୍ତ ୩ ଥର ପରସ୍ପର ସହ ଖେଳି ସାରିଛନ୍ତି, ଯେଉଁଥିରୁ ଆରସିବି ୨ଟି ମ୍ୟାଚ୍ ଏବଂ ଗୁଜରାଟ ୧ଟି ମ୍ୟାଚ୍ ଜିତିଛି। ଶେଷ ଥର ପାଇଁ କ୍ୱାଲିଫାୟର୍-୧ ରେ ଆରସିବି ୯୨ ରନ୍‌ରେ ଗୁଜରାଟକୁ ପରାସ୍ତ କରି ସିଧାସଳଖ ଫାଇନାଲ୍ ଟିକେଟ୍ କାଟିଥିଲା, ଏବେ ଗୁଜରାଟ ପାଖରେ ସେହି ପରାଜୟର ପ୍ରତିଶୋଧ ନେବାର ବଡ଼ ସୁଯୋଗ ରହିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri