ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କେବି ଦାଣ୍ଡୁଆ ପଞ୍ଚାୟତ ବଡ଼ପାଳ ସିନ୍ଦୂଆ ପାରି ମାମୁଘର ଗାଁରେ ଏକ ଯୁବତୀ ଫାଶୀ ଲଗାଇଥିବା ଦେଖିବାକୁ ମିଳୁଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନାନୁସାରେ, ଉକ୍ତ ଯୁବତୀଙ୍କ ଘର ଏହି ଥାନା ଅନ୍ତର୍ଗତ ସ୍ଥାନୀୟ ଓସ୍ତିରା ଗ୍ରାମର ବୋଲି ଜଣାପଡ଼ିଛି। ଶନିବାର ସନ୍ଧ୍ୟାରେ କୌଣସି କାରଣରୁ ମାମୁ ଆଶ୍ରିତ ପରିଡ଼ାଙ୍କ ଘରକୁ ବୁଲିବାକୁ ଆସିଥିଲେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ରବିବାର ସକାଳେ ଯୁବତୀ ଜଣକ ଫ୍ୟାନ୍ରେ ଝୁଲୁଥିବାବେଳେ ତାଙ୍କ ଗୋଡ଼ ଖଟତଳକୁ ଝୁଲି ରହିଥିଲା। ଖବର ପାଇ ପୋଲିସ ସବ୍ଇନ୍ସପେକ୍ଟର ଦେବାଶିଷ ତିର୍କୀ ଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରି ଛାନ୍ଭିନ୍ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ସଦରମହକୁମା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତ ଯୁବତୀ ହେଲେ ପ୍ରତିମା ଭୂୟାଁ (୨୧)। ଏହି ଥାନା ଓସ୍ତିରା ଗ୍ରାମର ଅର୍ଜ୍ଜୁନ ଭୁୟାଁଙ୍କ ଝିଅ ବୋଲି ଜଣାପଡ଼ିଛି। ଅଧିକ ତଦନ୍ତ ଚଳାଇଛି ପୋଲିସ।

