ବାବୁଙ୍କ ଆର୍ଥିକ କ୍ଷମତା ବୃଦ୍ଧି: ପ୍ରଶାସନିକ ଅଧିକାରୀଙ୍କୁ ୫୦କୋଟିର ଟେଣ୍ଡର କ୍ଷମତା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଟେଣ୍ଡର ନିଲାମବେଳେ ପୂର୍ବରୁ ଅଧିକାରୀଙ୍କୁ ଯେଉଁ ଆର୍ଥିକ କ୍ଷମତା ଦିଆଯାଇଥିଲା ତାକୁ ଏବେ ସରକାର ବୃଦ୍ଧି କରିଛନ୍ତି। ଏପରିକି ବିଭିନ୍ନ କାର୍ଯ୍ୟର ଟେଣ୍ଡର ବେଳେ ଆକଳନ ଖର୍ଚ୍ଚ(ଏଷ୍ଟିମେଟେଡ୍‌ କଷ୍ଟ) ୫୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷମତା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଯଦି କୌଣସି କାମର ଆନୁମାନିକ ଖର୍ଚ୍ଚ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଥାଏ ଏବଂ ଟେଣ୍ଡର ଦ୍ୱାରା ଦିଆଯାଇଥିବା ମୂଲ୍ୟ ଆନୁମାନିକ ଖର୍ଚ୍ଚଠାରୁ ୧୦% କିମ୍ବା ତାହାଠାରୁ ଅଧିକ ରହିଥାଏ, ତେବେ ନିଲାମ ଦେବା ପୂର୍ବରୁ ସଂପୃକ୍ତ ଅଧିକାରୀଙ୍କୁ ଆଉ ପରବର୍ତ୍ତୀ ଉଚ୍ଚ ଅଧିକାରୀଙ୍କ ଅନୁମୋଦନ ନେବା ଆବଶ୍ୟକ ହେବ। ତେବେ ଯେଉଁ କ୍ଷେତ୍ରରେ ପ୍ରଶାସନିକ ବିଭାଗ(ଆଡ୍‌ମିନିଷ୍ଟ୍ରେଟିଭ୍‌ ଡିପାର୍ଟମେଣ୍ଟ)ର ସଂପୃକ୍ତ ଅଧିକାରୀ ଭାବେ ନିଲାମ କାର୍ଯ୍ୟ କରିବେ ସେକ୍ଷେତ୍ରରେ ପରବର୍ତ୍ତୀ ଉଚ୍ଚ ଅଧିକାରୀଙ୍କର ଅନୁମୋଦନ ଦରକାର ପଡ଼ିବ ନାହିଁ।
ଅର୍ଥ ବିଭାଗ ପକ୍ଷରୁ ଓଡ଼ିଶା ଜେନେରାଲ ଫାଇନାନ୍‌ସିଆଲ ରୁଲ୍ସ-୨୦୨୩ର ସଂଶୋଧନ ନିୟମ ଅନୁଯାୟୀ, ବିଭାଗୀୟ ଅଧିକାରୀମାନେ ଏଣିକି ଏହି ନିୟମ ଅନୁଯାୟୀ ବିଭିନ୍ନ କାର୍ଯ୍ୟର ଟେଣ୍ଡର କରିପାରିବେ କିମ୍ବା ଦ୍ରବ୍ୟ କ୍ରୟ କରିପାରିବେ ବୋଲି ଅର୍ଥ ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଦର୍ଶାଇଛନ୍ତି।
ଅର୍ଥ ବିଭାଗର ସଂଶୋଧିତ ନିୟମ ଅନୁଯାୟୀ, ପ୍ରଶାସନିକ ବିଭାଗଗୁଡ଼ିକ ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟେଣ୍ଡର କରିପାରିବେ। ସଂପୃକ୍ତ ବିଭାଗୀୟ ଅଧିକାରୀ ନିଜେ ଟେଣ୍ଡର ଗ୍ରହଣ କରିବା ସହ ଆଉ ଉଚ୍ଚ ଅଧିକାରୀଙ୍କୁ ଫାଇଲ ପ୍ରେରଣ କରିବାକୁ ପଡ଼ିବନାହିଁ। ସେହିପରି ଯଦି ସର୍ବୋଚ୍ଚ ଯନ୍ତ୍ରୀ କୌଣସି କାର୍ଯ୍ୟରେ ଟେଣ୍ଡର କରୁଛନ୍ତି ତେବେ ସେ କ୍ଷେତ୍ରରେ ଆବଶ୍ୟକସ୍ଥଳେ ବିଭାଗର ପ୍ରଶାସନିକ ଅଧିକାରୀଙ୍କଠାରୁ ଅନୁମତି ନେଇପାରିବେ। ସର୍ବୋଚ୍ଚ ଯନ୍ତ୍ରୀଙ୍କ କ୍ଷମତା ୭ କୋଟିରୁ ୧୦ କୋଟି ମଧ୍ୟରେ ରଖାଯାଇଛି। ମୁଖ୍ୟଯନ୍ତ୍ରୀମାନଙ୍କୁ ଟେଣ୍ଡର କ୍ଷମତା ୪ରୁ ୭ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବାବେଳେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୧ରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡର କ୍ଷମତା ପ୍ରଦାନ କରାଯାଇଛି।
ତେବେ ପୂର୍ବରୁ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟେଣ୍ଡର ନିଲାମ ବେଳେ ଯଦି ନିଲାମ ଅର୍ଥରେ କୌଣସି ବ୍ୟତିକ୍ରମ ଦେଖାଦେଲା କିମ୍ବା ଅଧିକ ଫରକ ରହିଲା, ତେବେ ସେ କ୍ଷେତ୍ରରେ ସଂପୃକ୍ତ ବିଭାଗ ମନ୍ତ୍ରୀଙ୍କର ଅନୁମୋଦନ ଆବଶ୍ୟକ ପଡୁଥିଲା। ଅର୍ଥ ବିଭାଗର ଏହି ସଂଶୋଧିତ ନିୟମ ଅନୁଯାୟୀ, ଆଉ ଅର୍ଥ ବିଭାଗକୁ ଏସବୁ କ୍ଷେତ୍ରରେ ବାରମ୍ବାର ଫାଇଲ ଯିବନାହିଁ କି ବିଭାଗୀୟ ମୁଖ୍ୟ କିମ୍ବା ମନ୍ତ୍ରୀଙ୍କ ଅନୁମୋଦନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
ସଂଶୋଧିତ ନିୟମ ଅନୁଯାୟୀ, ବିଭାଗୀୟ ଅଧିକାରୀମାନେ ଏଣିକି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୌଣସି ଦ୍ରବ୍ୟ ସଂଗ୍ରହବେଳେ ଆଉ କୋଟେଶନ ଗ୍ରହଣ କରିବାକୁ ପଡ଼ିବନାହିଁ। ମାତ୍ର ସଂପୃକ୍ତ ଅଧିକାରୀଙ୍କୁ ଏକ ସାର୍ଟିଫିକେଟ୍‌ ଦେବାକୁ ପଡ଼ିବ, ଯେଉଁଥିରେ ସେ ଉଲ୍ଲେଖ କରିବେ ଯେ ଦ୍ରବ୍ୟ ଯେଉଁଠାରୁ କ୍ରୟ କରୁଛନ୍ତି ସଂପୃକ୍ତ ଭେଣ୍ଡର ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ରହିଛି। ଏହାବାଦ୍‌ ୨୫ ଲକ୍ଷ ଟଙ୍କାର ଦ୍ରବ୍ୟ କିମ୍ବା ସାମଗ୍ରୀ କ୍ରୟବେଳେ ଲୋକାଲ ପର୍ଚେଜ୍‌ କମିଟି ଜରିଆରେ କିଣାଯାଇ ପାରିବ। ଦ୍ରବ୍ୟ କ୍ରୟ ସମୟରେ ଲୋକାଲ ପର୍ଚେଜ୍‌ କମିଟିରେ ୩ ଜଣ ସଭ୍ୟଙ୍କ ଜରିଆରେ ଏହାର ମୂଲ୍ୟ ନିରୂପଣ ହେବ। ଉକ୍ତ କମିଟି ଯେଉଁ ମୂଲ୍ୟ ସ୍ଥିର କରିବ ସେନେଇ ସୁପାରିସ୍‌ କରିବେ। ତେବେ ଲୋକାଲ ପର୍ଚେଜ୍‌ କମିଟିର ଯେଉଁ ତିନିଜଣ ସଭ୍ୟ ଦ୍ରବ୍ୟ ସଂଗ୍ରହ କମିଟିରେ ରହିବେ ସେମାନେ ସଂପୃକ୍ତ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ହୋଇଥିବା ଆବଶ୍ୟକ। ଏହିଭଳି ବିଭିନ୍ନ କ୍ଷେତ୍ରରେ ଅଧିକାରୀଙ୍କ କ୍ଷମତା ବଢ଼ାଯାଇଥିବା ନେଇ ଅର୍ଥ ବିଭାଗର ସଂଶୋଧିତ ନିର୍ଦ୍ଦେଶନାମାରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri