ପାଣି ଘେରରେ ମୋରଡା: ପୋଲ ଉପରେ ୩ ଫୁଟ ର ବନ୍ୟା ଜଳ , ଯୋଗାଯୋଗ ବିଚ୍ଛିନ୍ନ

ମୋରଡା,୨୯।୬(ସ୍ମାରକ ମାଜୀ): ଲଘୁଚାପ ଜନିତ ବର୍ଷାରେ ମୟୂରଭଞ୍ଜ ଜିଲା ମୋରଡା ଏବଂ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇିଛି । ଷନିବାର ରାତି ତମାମ ଅଞ୍ଚଳରେ ବର୍ଷା ହେବା ଫଳରେ ରବିବାର ବ୍ଲକର ବାରିପଦା-ଜଳେଶ୍ୱର ମୁଖ୍ୟ ରାସ୍ତାର ଚିତ୍ରଡା ଜମ୍ଭୀରା ନଦୀର ଶିଳଦା ପୋଲ ଉପରେ ବିପଦ ସଂକେତ ଉପରେ ରହିଛି। ପୋଲ ଉପରେ ତିନି ଫୁଟ ଉଚ୍ଚର ବନ୍ୟା ଜଳ ପ୍ରଭାବିତ ହେବାରୁ ଯୋଗାଯୋଗ ବିଛିନ୍ନ ହୋଇଛିl ସେହିପରି ଚିତ୍ରଡା ଅଞ୍ଚଳର ଦୀନେଶ ବେହେରାଙ୍କ ଘର ଭିତରେ ୮ଫୁଟ ଉଚ୍ଚର ପାଣି ପଶି ଯାଇଥିବାରୁ ସେ କ୍ଷତିଗ୍ରସ୍ତ ହୋଇଛନ୍ତି । ମୋରଡା ବ୍ଲକ ଅଧୀନ ବରକନ୍ଦ ପଞ୍ଚାୟତର ଇଟାମୁଣ୍ଡାଇ, ତେନ୍ତୁଳିବାଟି ଗ୍ରାମ ପାଣି ଘେରରେ ଅଛ। ପ୍ରଶାସନ ତରଫରୁ ପିଇଓ, ଦମକଳ ବାହିନୀ ପହଞ୍ଚିଥିବାର ଦେଖିବାକୁ ମିଳିଛି। ସେହିପରି ଓଡ୍ରାଫ ଟିମକୁ ଖବର ଦିଆଯାଇଛି । ମୋରଡା ପଞ୍ଚାୟତ ପଟାକୁଣ୍ଡିଆ ଗ୍ରାମ ପାଣି ଘେରରେ ଥିବା ବେଳେ ପାଞ୍ଚଗୁଛିଆ ଗ୍ରାମରେ ଥିବା କିଛି ଘରକୁ ପାଣି ମାଡି ଯାଇଥିବା ଦେଖିବାକୁ ମିଳିଛି ।
ସେହିପରି ବାରିପଦା-ଚିତ୍ରଡା-ଅମର୍ଦା ରାଜ୍ୟ ରାଜପଥର ରାସଗୋବିନ୍ଦପୁର ବ୍ଲକ ଅଧୀନ ଜମ୍ଭୀରା ନଦୀର ଭଡରାନଣ୍ଡା ପୋଲ ଉପରେ ବନ୍ୟାଜଳ ପ୍ରଭାବିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି l ରାସଗୋବିନ୍ଦପୁର ବ୍ଲକ ଅଧୀନ କାଟୁଣି ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ସାରୁମୂଳା ପଂଚାୟତର ଜୁଡ଼ପୋଡା, ବଣକାଟି, ସାନମାଣିଦା, ଏକତାଳି, ତୋଟାପୋଡା ପଞ୍ଚାୟତର ମୁରୁଡ଼ା, ପଦ୍ମତୋଳିଆ, ପିଙ୍ଗୁଡ଼ି ଗ୍ରାମ ପାଣି ଘେରରେ ଥିବାର ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ କୁହୁଡି ଯୋଗୁ ଦେଖାଗଲାନି ରାସ୍ତା: ଗଛରେ ପିଟିହେଲା ପରିବା ବୋଝେଇ ମିନିଟ୍ରକ, ଘଟଣାସ୍ଥଳରେ…

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଏକ ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଘଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ପ୍ରକାଶଯେ,...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ରଙ୍ଗୋଲିରେ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଏଥର ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପରିକଳ୍ପନା କରାଯାଇଛି। ଏହି କ୍ରମରେ ବିଗତ ବର୍ଷଭଳି ଏଥର ମଧ୍ୟ...

ଛାତ ଉପରକୁ ଯାଇଥିବାବେଳେ ମାଙ୍କଡ କଲା ଆକ୍ରମଣ, ଉପରୁ ତଳକୁ ଖସି ପଡି ମହିଳା ଗୁରୁତର

ଦେବଗଡ,୨୩।୧୨(ଶଶାଙ୍କ ଶେଖର ଝାଙ୍କର): ମାଙ୍କଡ ଆକ୍ରମଣରେ ଦେବଗଡ ପୌରାଞ୍ଚଳର ଜଣେ ମହିଲା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଦେବଗଡ଼ ପୌରାଞ୍ଚଳ ଖପର...

ଆମେରିକାରେ ପ୍ରବାସୀଙ୍କୁ ବଡ଼ ଅଫର!

ଓ୍ବାଶିଂଟନ,୨୩।୧୨: ଆମେରିକାର ଗୃହ ସୁରକ୍ଷା ବିଭାଗ (DHS) ଅବୈଧ ପ୍ରବାସୀମାନଙ୍କ ପାଇଁ ଆତ୍ମ-ନିର୍ବାସ ପାଇଁ ଆର୍ଥିକ ପ୍ରୋତ୍ସାହନ ୧୦୦୦ ଡଲାରରୁ ୩୦୦୦ ଡଲାରକୁ ବୃଦ୍ଧି କରିଛି।...

୨୪ରେ ରାଜ୍ୟ କ୍ୟାବିନେଟ: ୭ଟି ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୩।୧୨(ରବିନାରାୟଣ ଜେନା): ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୨୪ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି।...

୨୪ ନୂଆ ଏନଏସି, ୫ ମ୍ୟୁନିସିପାଲଟି ପାଇଁ ବିଜ୍ଞପ୍ତି ପ୍ରକାଶ: ଗଞ୍ଜାମ ଜିଲାର ଏହି ସବୁ ଅଞ୍ଚଳ…

ଛତ୍ରପୁର, ୨୩।୧୨ (ଦିଲ୍ଲୀପ ସାମଲ): ରାଜ୍ୟର ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପାଲଲହଡା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri