ମୋଦିଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ‘ଦ ୟୁନିଭର୍ସ ବସ୍‌’: ଭିଡିଓ ହେଉଛି ଭାଇରାଲ୍‌..

ନୂଆଦିଲ୍ଲୀ,୪।୧୦: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମାଇକାରେ ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି, ନୂଆଦିଲ୍ଲୀରେ ଜାମାଇକା ହାଇ କମିଶନଙ୍କ ସମ୍ମୁଖରେ ଥିବା ରାସ୍ତାର ନାମ ‘ଜାମାଇକା ରୋଡ’ ରଖାଯାଇଛି, ଯାହାକି ଭାରତ-ଜାମାଇକା ସମ୍ପର୍କକୁ ପ୍ରତିଫଳିତ କରିଥାଏ।
ଭାରତୀୟ ପ୍ରଧାନମନ୍ତ୍ରୀ କହିଛନ୍ତି, ଉସେନ ବୋଲ୍ଟଙ୍କ ଅପେକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦ୍ରୁତ ଗତିରେ ବୃଦ୍ଧି ପାଇବ। ଏହା ବ୍ୟତୀତ କ୍ରିକେଟ ଜଗତର ୟୁନିଭର୍ସ ବସ ଅର୍ଥାତ୍‌ କ୍ରିସ ଗେଲ ମଧ୍ୟ ଉପସ୍ଥିତ ଥିଲେ। କ୍ରିସ ଗେଲ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି।

କ୍ରିସ ଗେଲ ଫଟୋ ଏବଂ ଭିଡିଓ ଶେୟାର କରି ଲେଖିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ଗୌରବର ବିଷୟ। ଜାମାଇକାକୁ ଭାରତ, ପ୍ରେମ … କ୍ରିସ ଗେଲଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବୈଠକରେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କ୍ରିକେଟ ପ୍ରେମୀ ଦେଶ ଭାବରେ କ୍ରୀଡା ଆମ ସମ୍ପର୍କରେ ଅତ୍ୟନ୍ତ ଦୃଢ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କ୍ରିକେଟରଙ୍କ ପାଇଁ ଭାରତର ଲୋକଙ୍କର ଏକ ବିଶେଷ ପ୍ରେମ ରହିଛି। କ୍ରୀଡା କ୍ଷେତ୍ରରେ ଆମର ସହଯୋଗକୁ ଆହୁରି ଗଭୀର କରିବା ବିଷୟରେ ମଧ୍ୟ ଆଲୋଚନା କରିଛୁ। ମୁଁ ନିଶ୍ଚିତ ଯେ ଆଜିର ଆଲୋଚନାର ଫଳାଫଳ ଉସେନ ବୋଲ୍ଟଙ୍କ ଅପେକ୍ଷା ଆମର ସମ୍ପର୍କକୁ ଶୀଘ୍ର ଆଗକୁ ବଢାଇବ ଏବଂ ଆମେ ନୂତନ ଉଚ୍ଚତାକୁ ଛୁଇଁବା ଜାରି ରଖିବୁ। ପ୍ରାୟ ୧୮୦ ବର୍ଷ ପୂର୍ବେ ଭାରତରୁ ଜାମାଇକା ଯାଇଥିବା ଲୋକମାନେ ଆମର ଲୋକଙ୍କ ସହ ଲୋକଙ୍କ ସମ୍ପର୍କର ଦୃଢ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଭାରତୀୟ ମୂଳରୁ ପ୍ରାୟ ୭୦,୦୦୦ ଲୋକ ଯେଉଁମାନେ ଜାମାଇକାକୁ ଘର ବୋଲି କୁହନ୍ତି, ସେମାନେ ଆମର ସାଂସ୍କୃତିକ ଐତିହ୍ୟର ଜୀବନ୍ତ ଉଦାହରଣ।

 

View this post on Instagram

 

A post shared by Chris Gayle 👑 (@chrisgayle333)


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri