ମିଶନ ଆଶାଲୋକ ଅଭିଯାନର ଶୁଭାରମ୍ଭ: ୧୮ ମାନସିକ ବିକାରଗ୍ରସ୍ତ ପୁରୁଷ ଉଦ୍ଧାର

ପୁରୀ ଅଫିସ, ୧୬ା୮: ଅନେକ ମାନସିକ ବିକାରଗ୍ରସ୍ତ ରାସ୍ତାଘାଟରେ ଏଣେତେଣେ ବୁଲୁଥାନ୍ତିି। କେହି କେହି ଲୋକଙ୍କୁ ମାଗି ଖାଇଥାନ୍ତି ତ ଆଉ କେହି ଅଳିଆ ଆବର୍ଜନା ଗଦାରୁ ପେଟର ଭୋକ ମେଣ୍ଟାନ୍ତିି। ହେଲେ ଏମାନଙ୍କ ପ୍ରତି ସହାନୁଭୂତିର ହାତ ବଢାଇବା ଲୋକ ପ୍ରାୟ କ୍ବିଚିତ ଦେଖିବାକୁ ମିଳିଥାନ୍ତି। ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଜିଲାରେ ଶହ ଶହ ସଂଖ୍ୟାରେ ମାନସିକ ବିକାରଗ୍ରସ୍ତ ରହିଛନ୍ତିି। ତେବେ ବାସହୀନ ମାନସିକ ବିକାରଗ୍ରସ୍ତ ପୁରୁଷଙ୍କ ପାଇଁ ଏବେ ଆଶାର ଆଲୋକ ସାଜିଛି ପିପୁଲ୍‌ସ ଫୋରମର ମିଶନ ଆଶାଲୋକ ଅଭିଯାନ। ସ୍ବାଧୀନତା ଦିବସ ଅବସରରେ ଗୁରୁବାର ପବିତ୍ର ଶ୍ରୀକ୍ଷେତ୍ର ମାଟିରୁ ଆରମ୍ଭ ହୋଇଛି ଏହି ଅଭିଯାନ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ ପତାକା ଦେଖାଇ ପିପୁଲ୍‌ସ ଫୋରମ୍‌ର ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତିି। ପ୍ରଥମ ଦିବସରେ ପୁରୀ ସହରରୁ ୧୮ ଜଣ ମାନସିକ ବିକାରଗ୍ରସ୍ତଙ୍କୁ ଉଦ୍ଧାର କରାଯାଇଛି।
୧୭ ବର୍ଷ ଧରି ସ୍ବେଚ୍ଛାସେବୀ ସଙ୍ଗଠନ ପିପୁଲ୍‌ସ ଫୋରମ ମହିଳା ଅସହାୟ ମାନସିକ ବିକାରଗ୍ରସ୍ତଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା ଏବଂ ଥଇଥାନ କରିଆସୁଛିି। ମହିଳା ମାନସିକ ବିକାରଗ୍ରସ୍ତଙ୍କ ପରି ପୁରୁଷ ମାନସିକ ବିକାରଗ୍ରସ୍ତମାନେ ମଧ୍ୟ ଅକଥନୀୟ ଯନ୍ତ୍ରଣା ପାଉଛନ୍ତିି। ପୁରୀରେ ମଧ୍ୟ ଏହିଭଳି ବହୁ ପୁରୁଷ ମାନସିକ ବିକାରଗ୍ରସ୍ତ ବୁଲୁଛନ୍ତିି। ସେମାନଙ୍କ ଉପଦ୍ରବ, ଅକୁହା ଅବ୍ୟକ୍ତ ଯନ୍ତ୍ରଣାକୁ ଉପଲବ୍ଧି କରି ସେମାନଙ୍କର ଚିକିତ୍ସା ଏବଂ ଥଇଥାନ ପାଇଁ ମିଶନ ଆଶାଲୋକରେ ବ୍ୟବସ୍ଥା କରାଯାଇଛିି। ଗୁରୁବାର ପ୍ରଥମ ଦିବସରେ ବଡ଼ଦାଣ୍ଡ, ରେଳ ଷ୍ଟେଶନ, ଗୁଣ୍ଡିଚା ମନ୍ଦିର ପ୍ରଭୃତି ସ୍ଥାନରୁ ପିପୁଲ୍‌ସ ଫୋରମର ସଭ୍ୟ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ୫ଟି ଆମ୍ବୁଲାନ୍ସ ସହ ସଞ୍ଜୟ ପଟ୍ଟନାୟକ, ପ୍ରଦୀପ ଚମ୍ପତ୍ତିରାୟ, ନାଗେଶ ସୁନ୍‌କାରୀ, ଦର୍ଶନ ସୂର୍ଯ୍ୟ ସାହୁ, ସୁଜିତ୍‌ ମହାନ୍ତି ପ୍ରମୁଖ ୫୦ ସ୍ବେଚ୍ଛାସେବୀ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ। ୧୮ ଜଣଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ଗଙ୍ଗପଡ଼ାସ୍ଥିତ ମିଶନ ଆଶାଲୋକ ଥଇଥାନ କେନ୍ଦ୍ରକୁ ନିଆଯାଇଛିି। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri