ଅପମୃତ୍ୟୁ ମାମଲା ବଢ଼ିଚାଲିଛି

ବ୍ରହ୍ମପୁର,୨୪।୧(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କଲେଜ  ଓ ହସପିଟାଲକୁ ଦକ୍ଷିଣ ଓଡ଼ିଶା ଓ  ଅନ୍ୟ ସ୍ଥାନରୁ ରୋଗୀ ରେଫର୍‌ ହୋଇ ଆସିଥାନ୍ତି। ସେହିପରି ଆନ୍ଧ୍ର ସୀମା ଅଞ୍ଚଳର ଲୋକ ବି ଏହି ମେଡିକାଲ ଉପରେ ନିର୍ଭରଶୀଳ। ବିଭିନ୍ନ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇ ରୋଗୀ ଏଠାକୁ ଆସୁଥିବା ବେଳେ ମୃତ୍ୟୁ ହେଲେ ଅପମୃତ୍ୟୁ ମାମଲା ରୁଜୁ ହେଉଛି। ଏପରି ମାମଲା ଦିନକୁ ଦିନ ବଢ଼ି  ଚାଲିଛି। କେବଳ ୨୦୨୩ରେ ମୋଟ ୭୯୯ ଅପମୃତ୍ୟୁ ମାମଲା ହୋଇଥିବା ମେଡିକାଲ ଫାଣ୍ଡି ପକ୍ଷରୁ ସୂଚନା ମିଳିଛି। ଗତ ୪ବର୍ଷ ମଧରେ ଫାଣ୍ଡିରେ ୨୭୫୪ଟି ଅପମୃତ୍ୟୁ ମାମଲା ରୁଜୁ ହେଲାଣି।
   ଏମ୍‌କେସିଜିରେ ବିଶେଷ କରି ବିଭିନ୍ନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ୨୪ଘଣ୍ଟିଆ ଜରୁରୀକାଳୀନ କାଜୁଆଲ୍ଟି ବ୍ୟବସ୍ଥା ରହିଛି। ଦିନକୁ ଦିନ ଦୁର୍ଘଟଣା ଓ ଆତ୍ମହତ୍ୟା ଉଦ୍ୟମ ଘଟଣା ବଢ଼ିବାରେ ଲାଗିଛି। ସେହିପରି ସାପ କାମୁଡ଼ା ଓ ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଲୋକେ ଆସୁଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହେଲେ ଅପମୃତ୍ୟୁ ମାମଲା ରୁଜୁ ହୋଇ ବ୍ୟବଚ୍ଛେଦ କରାଯାଉଛି।  ଡାକ୍ତରଖାନାର ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ସରକାର ବହୁ ଯୋଜନା କରିଛନ୍ତି। ଏଠାରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିଲେ ବି ଟ୍ରମା କେୟାର୍‌ ସେଣ୍ଟରରୁ ଉନ୍ନତମାନର ସେବା ମିଳୁନି। ଟ୍ରମା କେୟାର୍‌ ସେଣ୍ଟରକୁ ଅପଗ୍ରେଡେସନ କରିବା ସହିତ ଖାଲି ପଦବି ପୂରଣ କରିବା ପ୍ରସ୍ତାବ ରହିଛି। ନିଆଁରେ ପୋଡ଼ି ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବର୍ନ କେୟାର୍‌ ୟୁନିଟ ସୁବିଧା ମଧ୍ୟ ନାହିଁ। ବର୍ନ କେୟାର୍‌ ୟୁନିଟ ନ ଥିବାରୁ ନିଆଁରେ ପୋଡ଼ି ଯାଇଥିବା ରୋଗୀ ସାଧାରଣ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ପ୍ରାୟତଃ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଉଛି। ବଡ ଡାକ୍ତରଖାନାରେ ଏସବୁ ସୁବିଧା ଉପଲବ୍ଧ ହେଲେ ଅପମୃତ୍ୟୁ ସଂଖ୍ୟା କିଛିମାତ୍ରାରେ ହ୍ରାସ ପାଇବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
୪ ବର୍ଷର ଅପମୃତ୍ୟୁ ମାମଲା
ବର୍ଷ ସଂଖ୍ୟା
୨୦୨୦ ୬୧୨
୨୦୨୧ ୬୩୧
୨୦୨୨ ୭୧୨
୨୦୨୩ ୭୯୯

Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା

ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri