କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି

ଆସିକା/ହିଞ୍ଜିଳିକାଟୁ/ ପାରଳାଖେମୁଣ୍ଡି, ୨୨ା୫(ଡି.ଏନ୍‌.ଏ.): ଆସିକା ଅଞ୍ଚଳରେ ରବିବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ପ୍ରବଳ ବେଗରେ ପବନ ବୋହିଥିଲା। ଏହାର ପ୍ରଭାବରେ ବହୁ ସ୍ଥାନରେ ବଡ଼ ବଡ଼ ଡାଳ ସବୁ ଭାଙ୍ଗିପଡ଼ିଛି। ଆସିକା ଏନ୍‌ଏସିର ରେଡିକା ସାହିଠାରେ ନିଜ ପରିବାର ସହ ରହୁଥିବା ତ୍ରିନାଥ ମହାରଣାଙ୍କ ଘର ଉପରେ ବଡ଼ ଗଛଡାଳ ଭାଙ୍ଗି ପଡ଼ିବାରୁ ଦୁଇ ବଖରା ଆଜବେଷ୍ଟସ ଛାତ ଭାଙ୍ଗିଯାଇଛି। ଏହି ସମୟରେ ତ୍ରିନାଥ ଓ ତାଙ୍କ ସ୍ତ୍ରୀ, ପୁଅ ବୋହୂ ଓ ଦୁଇଜଣ ଶିଶୁ ଘରେ ଥିଲେ ମଧ୍ୟ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଖବର ପାଇ ଆସିକା ଏନ୍‌ଏସି ଅଧ୍ୟକ୍ଷା ବିନେତା ସ୍ବାଇଁ, ନିର୍ବାହୀ ଅଧିକାରୀ ଲୋକନାଥ ବେଜ୍‌ ପହଞ୍ଚତ୍ କ୍ଷତିଗ୍ରସ୍ତ ପରିବାରକୁ କିଛି ଆର୍ଥତ୍କ ସହାୟତା ଦେବା ସହ ସରକାରୀ ସହାୟତା ଲାଗି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚତ୍ ଭାଙ୍ଗିଥିବା ଗଛ ଡାଳସବୁ କାଟି ବାହାର କରିଥିଲେ।
ହିଞ୍ଜିଳିକାଟୁରେ କାଳବୈଶାଖି ପ୍ରଭାବରେ ବର୍ଷା, ପବନ କାରଣର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଯିବା ସହ ଚାଳଛପର ଉଡିଯାଇଛି। ବିଜୁପଟ୍ଟନାୟକ ଛକ ପରିବା ବଜାରରେ ଥିବା ଅସ୍ଥାୟୀ ଦୋକାନ ପାଲ ଛପର ଉଡ଼ିଯାଇଛି। ଏଥି ସହିତ ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ ବଣିକସଂଘ ଦୁର୍ଗା ମଣ୍ଡପ ନିକଟରେ ଏନ୍‌ଏଚ୍‌ ନଂ.୫୯ ଉପରେ ଡିଭାଇଡରରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଲୋଟି ପଡିଥିଲା। ଫଳରେ ବହୁ ସମୟ ଧରି ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା । ହିଞ୍ଜିଳିକାଟୁ ପୌରପରିଷଦ କର୍ମଚାରୀମାନେ ପହଞ୍ଚି ଲାଇଟ ଖିଣ୍ଟକୁ ରାସ୍ତାରୁ ହରାଇଥିଲେ।
ସେହିପର ଗଜପତି ଜିଲାର ବିଭିନ୍ନ ସ୍ଥାନରେ ରବିବାର କାଳବୈଶାଖୀର ପ୍ରଭାବରେ ପବନ ସାଙ୍ଗକୁ ବର୍ଷା ହେବାରୁ ବଡ଼ବଡ଼ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ପଡି ରାସ୍ତା ଅବରୋଧ ହେବା ସହ ବାସଗୃହ ନଷ୍ଟ ହୋଇଛି। କାଶୀନଗର ବ୍ଲକର ରାଣୀପେଣ୍ଟ ଗ୍ରାମ ନିକଟରେ ରାସ୍ତାରେ ଥିବା ଏକ ବଡ଼ ଗଛ ପଡିଯିବା ସହ ପବନର ପ୍ରଭାବରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ରାସ୍ତା ଉପରେ ପଡିଥିବା ଦେଖିବାକୁ ମିଳିଛି। ସେହିପରି ସିଦ୍ଧାମଡଙ୍ଗ ଗ୍ରାମରେ ମଧ୍ୟ ଏକ ଗଛ ପଡି ବାସଗୃହ ଭାଙ୍ଗିଯାଇଛି। ଫଳରେ କାଶୀନଗର ଓ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ଅବରୋଧ ହୋଇଛି। ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମିଳିତ ଭାବେ ରାସ୍ତାରୁ ଗଛଗୁଡିକୁ ବାହାର କରୁଛନ୍ତି। ସେହିଭଳି ନୂଆଗଡ଼ ବ୍ଲକର ଖଜୁରିପଦା ଗ୍ରାମ ନିକଟ ରାସ୍ତାକଡ଼ରେ ଗଛ ପଡି କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥିଲା। ପରେ ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଅଞ୍ଚଳବାସୀମାନେ ଅବରୋଧ କରିଥିବା ଗଛ ଗୁଡିକୁ ହଟାଇବା ପାଇଁ ଚେଷ୍ଟା କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri