ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ : ପ୍ରଥମେ ମୁମ୍ବାଇ-ନୂଆଦିଲ୍ଲୀ-ବେଙ୍ଗାଲୁରୁ-ଭୁବନେଶ୍ୱରରେ…

ନୂଆଦିଲ୍ଲୀ,୧।୧୨ : ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା ପୂର୍ବରୁ ୧ ନଭେମ୍ବର ୨୦୨୨ ରେ ହୋଲସେଲ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ର ଏକ ଟ୍ରାଏଲ ରନ ଆରମ୍ଭ କରାଯାଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତିରେ ଅନୁସାରେ ଏଥିପାଇଁ ୮ ଟି ବ୍ୟାଙ୍କ ଚୟନ କରାଯାଇଛି।

କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ୟେସ୍‌ ବ୍ୟାଙ୍କ ଏବଂ ଆଇଡିଏଫସି ବ୍ୟାଙ୍କ ସହିତ ପରୀକ୍ଷା ମୂଳରେ ଭାବେ ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ ଆରମ୍ଭ ହୋଇଛି। ପରେ ବ୍ୟାଙ୍କ ଅଫ ବରୋଦା, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଏବଂ ୟୁନିଅନ ବ୍ୟାଙ୍କ ଏହା ଆରମ୍ଭ ହେବ। ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ ପ୍ରଥମେ ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଭୁବନେଶ୍ୱର ଆଦି ୪ ସହରରେ ଆରମ୍ଭ ହୋଇଛି।

 

ପରେ ଏହାକୁ ଅହମଦାବାଦ, ଗାଙ୍ଗଟୋକ, ଗୁଆହାଟି, ହାଇଦ୍ରାବାଦ, ଇନ୍ଦୋର, କୋଚି, ଲକ୍ଷ୍ନୌ, ପାଟନା ଏବଂ ଶିମଲା ପର୍ଯ୍ୟନ୍ତ ବିସ୍ତାର କରାଯିବ। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ଦିଆଯାଇଥିବା ୧୦୦, ୨୦୦ ଟଙ୍କା ନୋଟ ଏବଂ ମୁଦ୍ରା ବ୍ୟବହାର କରାଯାଇଛି। ଏହାର ଡିଜିଟାଲ ଫର୍ମକୁ ଡିଜିଟାଲ ଟଙ୍କା କୁହାଯିବ। ବୈଷୟିକ ଭାଷାରେ ଏହାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ମଧ୍ୟ କୁହାଯାଇପାରେ। ଏହା ଟଙ୍କାର ଇଲେକ୍ଟ୍ରୋନିକ ଫର୍ମ ର୍‌, ଯାହାକୁ ସ୍ପର୍ଶ ନକରି ବ୍ୟବହାର କରିହେବ। ଅର୍ଥାତ୍‌ ଏହା ଯୋଗାଯୋଗ ବିହୀନ କାରବାର।

ସରକାର ୨୦୨୨ବଜେଟରେ ଏହା ଘୋଷଣା କରିଥିଲେ। ଆରବିଆଇ କହିଛି, ଇଲେକ୍ଟ୍ରୋନିକ ଟଙ୍କା ଏକ ଡିଜିଟାଲ ଟୋକନ ଆକାରରେ ହେବ ଯାହା ଏକ ଆଇନଗତ ଟେଣ୍ଡରର ପ୍ରତିନିଧିତ୍ୱ କରିବ। ବ୍ୟାଙ୍କ ମାଧ୍ୟମରେ ଡିଜିଟାଲ ଟଙ୍କା ବଣ୍ଟନ କରାଯିବ ଏବଂ ପାଇଲଟ ପରୀକ୍ଷାରେ ଭାଗ ନେଉଥିବା ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା ଡିଜିଟାଲ ୱାଲେଟ ମାଧ୍ୟମରେ ଉପଭୋକ୍ତାମାନେ ଇ-ଟଙ୍କାରେ କାରବାର କରିପାରିବେ। ଏହି କାରବାରଗୁଡ଼ିକ ଉଭୟ ପି୨ପି( ପିଟୁପି) ଏବଂ ପି୨ଏମ(ପିଟୁଏମ୍‌) କରାଯାଇପାରିବ। ଆରବିଆଇ କହିଛି ଯେ ଏହି ଡିଜିଟାଲ ଟଙ୍କାରେ ପାରମ୍ପାରିକ ନଗଦ ମୁଦ୍ରା ପରି ଧାରକଙ୍କୁ ବିଶ୍ୱାସ, ସୁରକ୍ଷା ଏବଂ ଚୂଡ଼ାନ୍ତ ସମାଧାନର ସୁବିଧା ଦିଆଯିବ। ଆରବିଆଇ କହିଛି ଯେ ନଗଦ ଟଙ୍କା ଭଳି ଡିଜିଟାଲ ଟଙ୍କା ଧାରକ କୌଣସି ପ୍ରକାର ସୁଧ ପାଇବେ ନାହିଁ ଏବଂ ଏହାକୁ ବ୍ୟାଙ୍କରେ ଜମା ପାଇଁ ବ୍ୟବହାର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri