Posted inଖେଳ

ବିଶ୍ୱକପ୍‌ରୁ ଭାରତୀୟ ଦଳ ୭ କୋଟି ୩୯ ଲକ୍ଷ ଟଙ୍କା ପାଇଲା

ନୂଆଦିଲ୍ଲୀ, ୧୬।୭- କ୍ରିକେଟ୍‌ ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ରୋମାଞ୍ଚକ ଭାବେ ଶେଷ ହୋଇଛି। ଫାଇନାଲରେ ଉଭୟ ମ୍ୟାଚ୍‌ ଓ ସୁପର୍‌ ଓଭର ଟାଇ ରହିବା ଫଳରେ ଅଧିକ ବାଉଣ୍ଡରି ମାରିଥିବାରୁ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ବିଶ୍ୱକପ୍‌ ଚାମ୍ପିୟନ ହୋଇଛି। ପ୍ରଥମଥର ଲାଗି ବିଶ୍ୱକପ୍‌ ଜିତିଥିବା ଇଂଲଣ୍ଡ ଚାମ୍ପିୟନ ପୁରସ୍କାର ରାଶି ବାବଦକୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ନିକଟରୁ ୪ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୨୭ କୋଟି ୪୦ ଲକ୍ଷ ଟଙ୍କା)ପାଇଥିବାବେଳେ ରନର୍ସଅପ୍‌ ନ୍ୟୁଜିଲାଣ୍ଡ (୨ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ପାଖାପାଖି ୧୩ କୋଟି ୭୦ ଲକ୍ଷ ଟଙ୍କା)କୁ ଏହାର ଅଧା ଅର୍ଥରାଶି ମିଳିଥିଲା।
$ତବେ ସେମିଫାଇନାଲରୁ ପରାସ୍ତ ହୋଇ ବିଦାୟ ନେଇଥିଲେ ମଧ୍ୟ ବିରାଟ ବାହିନୀ ବିଶ୍ୱକପ୍‌ରୁ କେତେ ଅର୍ଥରାଶି ଆଇସିସି ନିକଟରୁ ପାଇଛି, ତାହା ଜାଣିବା ପାଇଁ କ୍ରିକେଟ୍‌ ପ୍ରଶଂସକଙ୍କ ମନରେ ଆଗ୍ରହ ପ୍ରକାଶ ପାଇଛି। ଆଇସିସି ପୁରସ୍କାର ରାଶି ତାଲିକା ଉପରେ ନଜର ପକାଇଥିଲେ ଗ୍ରୁପ୍‌ ପର୍ଯ୍ୟାୟର ପ୍ରତି ମ୍ୟାଚ୍‌ର ବିଜୟୀ ଦଳକୁ ୪୦ ହଜାର ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୨୭ ଲକ୍ଷ ୪୦ ହଜାର ଟଙ୍କା) ପ୍ରଦାନ କରାଯାଇଥାଏ। ସେହି ଦୃଷ୍ଟିରୁ ଭାରତ ଗ୍ରୁପ୍‌ ପର୍ଯ୍ୟାୟର ପ୍ରଦର୍ଶନକୁ ଦେଖିଲେ ୭ ମ୍ୟାଚ୍‌ ଜିତି ପାଖାପାଖି ଏକ କୋଟି ୯୧ ଲକ୍ଷ ଟଙ୍କା ଲାଭ କରିଛି। ଏହାପରେ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ଭାରତ ପରାସ୍ତ ହୋଇଥିଲେ ମଧ୍ୟ ୮ ନିୟୁତ ଡଲାର ପାଇଥିଲା। ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରତି ଦଳକୁ ଆଇସିସି ଏହି ପୁରସ୍କାର ରାଶି ପ୍ରଦାନ କରିଥାଏ। ସେହିଦୃଷ୍ଟିରୁ ବିରାଟ କୋହଲିଙ୍କ ଦଳକୁ ଭାରତୀୟ ମୁଦ୍ରାରେ ପାଖାପାଖି ୫ କୋଟି ୪୮ ଲକ୍ଷ ଟଙ୍କା ମିଳିଥିଲା। ଫଳରେ ଗ୍ରୁପ୍‌ ପର୍ଯ୍ୟାୟ ଓ ସେମିଫାଇନାଲ ଅର୍ଥରାଶିକୁ ମିଶାଇଲେ ଭାରତୀୟ ଦଳ ମୋଟ୍‌ ଉପରେ ପାଖାପାଖି ୭ କୋଟି ୩୯ ଲକ୍ଷ ଟଙ୍କା ବିଶ୍ୱକପ୍‌ରୁ ପାଇଛି।
ମେନ୍‌ ଇନ୍‌ ବ୍ଲୁ ୨୦୧୧ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇ ମୋଟ୍‌ ଉପରେ ୧୭ କୋଟି ୨୨ ଲକ୍ଷ ୫୦ ହଜାର ଟଙ୍କା ପାଇଥିଲା। ସେହିଭଳି ୨୦୧୫ ବିଶ୍ୱକପ୍‌ରେ ସେମିଫାଇନାଲରେ ବିଦାୟ ହୋଇ ୫ କୋଟି ୭୪ ଲକ୍ଷ ୨୦ ହଜାର ଟଙ୍କାରେ ସନ୍ତୁଷ୍ଟ ରହିଥିଲା। ୨୦୧୫ରେ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୬ ମ୍ୟାଚ୍‌ ଜିତିଥିବାବେଳେ ପ୍ରତି ମ୍ୟାଚ୍‌ ପିଛା ସେତେବେଳେ ଆଇସିସି ୪୫ ହଜାର ଆମେରିକୀୟ ଡଲାର ପ୍ରଦାନ କରୁଥିଲା। ସେହିଭଳି ସେମିଫାଇନାଲରେ ପ୍ରବେଶ କରିଥିବା ଦଳକୁ ୬ ଲକ୍ଷ ଆମେରିକୀୟ ଡଲାର ମିଳୁଥିଲା।

(ବି.ଦ୍ର: ୨୦୧୯ ଜୁଲାଇ ୧୫ରେ ୧ ଡଲାର= ୬୮ ଟଙ୍କା ୫୨ ପଇସା। ସେହିଦୃଷ୍ଟିରୁ ୨୦୧୯ ଆଇସିସି ପୁରସ୍କାର ରାଶିକୁ ହିସାବ କରାଯାଇଛି।)


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri