‘ଦ କଶ୍ମୀର ଫାଇଲ୍‌’ର ନିର୍ଦ୍ଦେଶକଙ୍କୁ ମିଳିଲା ଓ୍ବାଇ ସୁରକ୍ଷା

ମୁମ୍ବାଇ,୧୮।୩: ବଲିଉଡ୍‌ ଫିଲ୍ମ ‘ଦ କଶ୍ମୀର ଫାଇଲ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିବା ଏହି ଫିଲ୍ମ ୬ଦିନରେ ପ୍ରାୟ ୮୦କୋଟି ଟଙ୍କା ଆୟ କରିସାରିଲାଣି। ଏହି ଫିଲ୍ମକୁ ଅନେକ ରାଜ୍ୟରେ ଟିକସମୁକ୍ତ କରାଯାଇଛି। କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଚଳଚ୍ଚିତ୍ରର ପ୍ରଶଂସା କରିଛନ୍ତି। ଇତିମଧ୍ୟରେ ଏହି ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓ୍ବାଇ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ୍‌ ପରସେପଶନ୍‌ ରିପୋର୍ଟକୁ ଆଧାର କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିବେକଙ୍କୁ ଏହି ସୁରକ୍ଷା ପ୍ରଦାନ କରିଛି। ଅର୍ଥାତ୍‌ ବିବେକ ଅଗ୍ନିହୋତ୍ରୀ ଭାରତର ଯେଉଁ ସ୍ଥାନକୁ ଯିବେ ସେଠାକୁ ସିଆରପିଏଫ୍‌ ଯବାନ ମଧ୍ୟ ତାଙ୍କ ସାଙ୍ଗରେ ରହିବେ। ସୂଚନାଯୋଗ୍ୟ, ଓ୍ବାଇ ବର୍ଗର ସୁରକ୍ଷାରେ ମୋଟ ୮ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥାନ୍ତି। ଏଥିରେ ଯେଉଁ ଭିଆଇପିଙ୍କୁ ସୁରକ୍ଷା ଦିଆଯାଇଥାଏ, ତାଙ୍କ ଘରେ ୫ଟି ଆମର୍ଡ ଷ୍ଟାଟିକ ଗାର୍ଡ ଲଗାଯାଇଥାଏ। ଏଥିସହ ତିନୋଟି ସିଫ୍ଟରେ ୩ପିଏସ୍‌ଓ ସୁରକ୍ଷା ପ୍ରଦାନ କରାଯାଇଥାଏ। ସୂଚନା ମୁତାବକ, ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ କଶ୍ମୀରୀ ପଣ୍ଡିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଏବଂ ଉପତ୍ୟକାରୁ ପଳାୟନ କରିଥିବା କାହାଣୀ ଉପରେ ଆଧାରିତ। ଏଥିରେ କଶ୍ମୀରୀ ପଣ୍ଡିତଙ୍କ କାହାଣୀକୁ ଦେଖିବା ପରେ ଦର୍ଶକମାନେ ଭାବପ୍ରବଣ ହୋଇପଡିଛନ୍ତି। ଅନ୍ୟପଟେ ଏହି ଫିଲ୍ମକୁ ନେଇ ରାଜନୀତି ସରଗରମ ମଧ୍ୟ ହୋଇଛି। ଅନେକ ନେତା ଏବଂ ରାଜନେତାମାନେ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିବା ବେଳେ ଆଉ କେତେକ ଏହାକୁ ବିରୋଧ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri